ଶଯ୍ୟାଶାୟୀ ସାରଥି, ଚିକତ୍ସାରେ ଅର୍ଥ ସାଜିଛି ବାଧକ

ଶଯ୍ୟାଶାୟୀ ସାରଥି, ଚିକତ୍ସାରେ ଅର୍ଥ ସାଜିଛି ବାଧକ

ଫୋକସ ପ୍ଲସ (ମହାକାଳପଡ଼ା) ୨୧/୦୬/୨୦୨୨ : ବିପଦ କେତେବେଳେ କେମିତି କାହା ପାଖକୁ ଆସି ଥାଏ କେହି କହି ପାରନ୍ତିନାହିଁ । ତାହା ପୁଣି ରୋଗ ରୁପରେ । ଏକ ଗରିବ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି ଏମିତି ଏକ ରୋଗ । ବାପା ମାଁଙ୍କୁ ପାଳିବା ବୟସରେ ଓଲଟା ତାଙ୍କ ପାଇଁ ବୋଝ ହୋଇପଡିଛନ୍ତି ପୁଅ । ଚିକତ୍ସା କରିକରି ଜମି ବାଡି ଲଗାଇଦେଲେଣି ବାପା ମାଁ । ତଥାପି ଅ।ବଶ୍ୟକ ଲକ୍ଷାଧିକ ଟଙ୍କା । ଏବେ ସରକାରୀ ସହାୟତା କିମ୍ବା ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ଭରଷା । ଏନେଇ ସହାୟତା ପାଇଁ ଅବେଦନ କରିଛନ୍ତି ପରିବାର ଲୋକ ।
୨୦୦୯ ମସିହା ପର୍ଯ୍ୟନ୍ତ ସବୁ କିଛି ଠିକଠାକ ଥିଲା । ବେଶ ହସଖୁସିରେ ଚାଲିଥିଲା ପରିବାର । ହଠାତ କାଳ ହୋଇ ଆସିଲା ଅଜଣା ରୋଗ ଆଉ ଉଜାଡି ଦେଲା ସୁନାର ସଂସାର । ଗୋଡ ଝିମଝିମ କଲା । ପରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତଖାନାରେ ଚିକିତ୍ସା ହେଲା, ହେଲେ ଫଳ ଶୁନ । ତା ପରେ ଅନ୍ଧ ବିଶ୍ୱାସର ବାଟ ଆପଣେଇ ନେଇଥିଲେ ପରିବାର ଲୋକେ ସେଥିରେ ବି ଫେଲ ମାରିଲେ ।

ଅ।ମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଟିକୁଡା ଗ୍ରାମର ୨୯ ବର୍ଷିୟ ସାରଥି ପ୍ରଧାନଙ୍କ କଥା । ରୋଗରେ ପଡି ଏବେ ଶଯ୍ୟାଶାୟୀ । ଚଲାବୁଲା ତ ଦୁରର କଥା ଠିଆ ବି ହୋଇ ପାରୁ ନାହାନ୍ତି । ବିଭିନ୍ନ ଅ।ଡୁ ଚିକିତ୍ସତିତ ହେଲା ପରେ କିଛି ଦିନ ତଳେ ଏମସର ଡାକ୍ତର ରୋଗକୁ ଚିହ୍ନଟ କରିଥିବାବେଳେ ଏବେ ୨ ବର୍ଷ ଫିଜିଓଥୋରପି ପାଇଁ ଦେଇଛନ୍ତି ପରାମର୍ଶ । ତେବେ ତାହା ପୁଣି କଟକ କିମ୍ବା ସୁନ୍ଦରଗଡରେ । ଯାହା ଏବେ ସାରଥିଙ୍କ ପରିବାର ଉପରେ ପାହାଡ ସଦୃଶ ହୋଇ ପଡିଛି ।

ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ କି, ଦିଓଳି ଦ୍ଵିମୁଠା ଖାଇବାକୁ ବି ମିଳୁନି |ପୁଅର ଚିକିତ୍ସା ପାଇଁ ଏତେ ଟଙ୍କା ଆଣିବେ କେଉଁଠୁ ?ବିଜୁ ସ୍ବାସ୍ଥ୍ୟ କାର୍ଡ ଅଛି ହେଲେ ତାହା କାମକୁ ନୁହଁ ବୋଲି କହି ଫେରାଇ ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଟଙ୍କା ଅଭାବରୁ ବାହାରେ ଫିଜିଓଥେରାପି ନେଇ ପାରୁନଥିବାବେଳେ ଘରେ ଏକ ହାତ ତିଅ।ରି ମେସିନରେ କରୁଛନ୍ତି ବ୍ୟାୟାମ । ଏବେ ପୁଅର ଏଭଳି ଅବସ୍ଥା ଦେଖି ମାଁ ଆଖିରୁ ଲୁହ ଶୁଖୁନି । ଭେଣ୍ଡିଅ। ପୁଅର ଚିକିତ୍ସା ପାଇଁ ସରକାର କିମ୍ବା ସହୃଦୟ ବ୍ୟକ୍ତିର ସହାୟତା ଲୋଡିଛନ୍ତି ସାରଥିଙ୍କ ମାଁ । କେବେ କେମିତି ଗ୍ରାମବାସୀ ମଧ୍ୟ ସାହାଯ୍ୟ କରୁଥିବାବେଳେ ସରକାରୀ ସହାୟତା ହେଲେ ପିଲାଟି ଭଲ ହୋଇ ପାରିବ ବୋଲି କହିଛନ୍ତି ପଡୋଶୀ ।
ଘର ଭିତରେ ଭେଣ୍ଡିଅ। ପୁଅ ଚିକିତ୍ସା ଅଭାବରୁ ପଡି ରହିଥିବାବେଳେ ବାପା ମାଁଙ୍କ ପଡିଯାଇଛି ଭାଲେଣି । ତେବେ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା କଲେ ହୁଏତ ଗୋଟିଏ ଜୀବନ ବଞ୍ଚି ଯାଇ ପାରନ୍ତା ।

ସାରଥିଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ-
ଠିକଣା- ସାରଥି ପଧାନ
ପି-ସନ୍ତୋଷ ପଧାନ
ଗ୍ରାମ-ଟିକୁଡା, ପୋ-ଜାଲୋଏ
ଥାନା-ବୀରମହାରାଜପୁର
ଜିଲ୍ଲା-ସୁବର୍ଣ୍ଣପୁର
ତାଙ୍କ ବ୍ୟାଙ୍କ ଅ।କାଉଣ୍ଟ ନମ୍ବର
ସାରଥି ପଧାନ
Ac-32611040567
IFSC_SBIN0009659
State Bank of India
Dharmasala branch

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *