
ସମବାୟ ସମିତି ନିର୍ବାଚନରେ ବିଜୟୀ ଗାଁ କୃଷକଙ୍କ ପାର୍ଥୀ
- ରାଜନୀତିରାଜ୍ୟ
- June 22, 2022
- No Comment
- 103
ଫୋକସ ପ୍ଲସ (ରାଜନଗର)୨୨/୦୬/୨୦୨୨: ୧. ଫେଲ ମାରିଲା ସ୍ଥାନୀୟ ସରପଞ୍ଚଙ୍କ କୃଷି ନିର୍ବାଚନର ପ୍ରଚାର |
୨- ପ୍ରଚାର ମୈଦାନକୁ ଓହ୍ଲାଇ ପାର୍ଥୀଙ୍କ ପାଇଁ କରୁଥିଲେ ଯୋର ଦାର ପ୍ରଚାର |
୩- ହେଲେ ବିଜୟ ଲାଭ୍ କଲେ ଗାଁ କୃଷକଙ୍କ ପାର୍ଥୀ କୁମାର ଅଜୟ |
୪- ଗାଁ କୃଷକଙ୍କ ପାର୍ଥୀ ଆଗରେ କାମ ଦେଲାନି ଚିତ୍ତ ନନାଙ୍କ ଚିତ୍ରାଙ୍କନ |
ଛକା ପଞ୍ଜା ଭିତରେ ଚାଲିଥିଲା ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନର ପ୍ରଚାର ଓ ପ୍ରସାର | ହେଲେ ବର୍ତ୍ତମାନ ତାହାର ଅନ୍ତଘଟିଛି ଆଉ ଆସିଛି ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନର ଫଳା ଫଳ | ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସରିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସମବାୟ ସମିତିର ନିର୍ବାଚନ | ୧୫ ଗୋଟି ଜୋନ୍ ର ସରିଛି ଫଳା ଫଳ ଘୋଷଣା | ସେଥି ମଧ୍ୟରୁ ତିନୋଟି ଜୋନ୍ ର ପାର୍ଥୀ ନିର୍ଦୋନରେ ବିଜୟ ଲାଭ କରି ଥିଲେ | ଆଉ ୧୨ ଟି ଜୋନ୍ ର ହୋଇ ଥିଲା ନିର୍ବାଚନ | ଆଉ ଏହାରି ଭିତରେ ବାଜି ମାତ୍ କରିଛନ୍ତି ଏକ ନମ୍ବର ଜୋନ୍ ରେ ଲଢୁ ଥିବା ଗାଁ କୃଷକଙ୍କ ର ପାର୍ଥୀ, ବିଚିକ୍ଷଣ ଚାଷୀ ଘରର ପୁଅ କୁମାର ଅଜୟ | ସବୁଠୁ ଆଶ୍ଚର୍ଯ୍ୟ ଚକିତ କରିଛି ଏକ ନମ୍ବର ଜୋନ୍ ର ଫଳା ଫଳ ! କାହିଁକି ନା ବର୍ତ୍ତ ମାନର ସରପଞ୍ଚ ଯେଉଁ ପାର୍ଥୀଙ୍କ ପାଇଁ ପ୍ରଚାର ମୈଇଦାନ କୁ ଓଲ୍ହାଇ ତାଙ୍କୁ ଜିତାଇବାକୁ ତାଙ୍କ ସପକ୍ଷରେ ଯୋର ଦାର ପ୍ରଚାର ଓ ପ୍ରସାର ସହ କସରତ୍ କରୁଥିଲେ | ହେଲେ ସେହି କ୍ଷମତାର ବଳ ପାର୍ଥୀ ଙ୍କୁ ପଛରେ ପକାଇ ଗାଁ କୃଷକ ଙ୍କ ସେବା ପାଇଁ ନିର୍ବାଚନ ମୈଦାନ କୁ ଓହ୍ଲାଇ ଥିବା ଯୁବ କୃଷକ କୁମାର ଅଜୟ ଙ୍କୁ ମତଦାତା “ଲୁଡୁ” ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ମତଦାନ ଦେଇ ତାଙ୍କ ର ନିକଟ ତମ ପାର୍ଥୀଙ୍କ ଠାରୁ ବିଜୟ ଲାଭ କରାଇଛନ୍ତି | ଗାଁ କୃଷକ ଙ୍କ ପାର୍ଥୀ ଅଜୟ କୁମାର ପାତ୍ର ବିଜୟ ଲାଭ କରିବା ପରେ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଯୋରଧରିବା ସହ ଗାଁ କୃଷକ ମାନେ ଆନନ୍ଦ ଉଲ୍ଲାସରେ ଜୟ ,ଜୟ ଗାନ୍ କରୁ ଥିବାର ଦେଖିବାକୁ ମିଳୁଛି |
ରିପୋର୍ଟ ଫୋକସ ପ୍ଲସ |