‘କୋକେନ’ ଓ ଧଳା ଜହର କବଳରେ ବିଶ୍ୱବାସୀ

‘କୋକେନ’ ଓ ଧଳା ଜହର କବଳରେ ବିଶ୍ୱବାସୀ

ଫୋକସ ପ୍ଲସ (ବ୍ୟୁରୋ)୨୨/୦୬/୨୦୨୨: ଦକ୍ଷିଣ ଆମେରିକା ମହାଦେଶରେ ‘କଲମ୍ବିଆ’ ନାମକ ଏକ ଦେଶ ଅବସ୍ଥିତ ଏହାର ଚତୁର୍ପାର୍ଶ୍ୱରେ ବ୍ରାଜିଲ, ପେରୁ, ଇକୁଏଡର ,ପାନାମା, ଭେନେଜୁଏଲା ଏବଂ ସମୁଦ୍ର ଘେରି ରହିଛି I ଏହାର ରାଜଧାନୀ ବାଗୋଟା ଏହି ଦେଶରେ ପୃଥିବୀର ସର୍ବାଧିକ କୋକେନ ଉତ୍ପାଦନ ହୁଏ I ଦେଶର ଅନେକ ଦୁର୍ଗମ ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ କୋକେନ ତିଆରି ହୋଇଥାଏ , ସରକାରଙ୍କ ଅନେକ ଚେଷ୍ଟା ଓ ସୈନ୍ୟବାହିନୀର ବାରମ୍ବାର ଚଢ଼ାଉ ସତ୍ୱେ ଏହାର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ହୋଇପାରିନାହିଁ I

‘କୋକେନ’ କ’ଣ ? ଏହା କିପରି ପ୍ରସ୍ତୁତ ହୋଇ ସାଧାରଣ ଜୀବନଯାତ୍ରାକୁ ଦୋହଲାଇ ଦେଉଛି ତାହା ଜାଣିବା କଥା I ଆମ ରାଜ୍ୟର ଦୁର୍ଗମ ଅଂଚଳରେ ଗଂଜେଇ ଚାଷ ପରି କଲମ୍ବିଆ ଦେଶରେ ‘କୋକ’ ଗଛ ଲଗାଯାଇଥାଏ ଗଛ ଗୁଡିକ ସାତ/ ଆଠ ଫୁଟ ହେଲାପରେ ପତ୍ର ସବୁ ତୋଳା ଯାଇଥାଏ , ଚା’ ଗଛର କେବଳ ଅଗ୍ରରୁ ତିନୋଟି କଅଁଳିଆ ପତ୍ର ତୋଳାଯାଉଥିବା ବେଳେ କୋକ ଗଛରୁ ସବୁ ପତ୍ର ଶ୍ରମିକ ମାନେ ତୋଳିଥାନ୍ତି I ଶ୍ରମିକ ମାନେ ପତ୍ରକୁ ନେଇ ବ୍ୟବସାୟୀଙ୍କୁ ଖୁବ ନିମ୍ନ ମୂଲ୍ୟରେ ବିକ୍ରୀ କରିଥାନ୍ତି I ଏହି ପ୍ରକ୍ରିୟା ପର୍ଯ୍ୟନ୍ତ ସବୁ ଠିକ ଥାଏ ଓ କଲମ୍ବିଆ ଦେଶ ପାଇଁ ଏହାନିୟମ ବହିର୍ଭୁତ କାର୍ଯ୍ୟ ନୁହେଁ I ପତ୍ର ସବୁ ଏକ ଜାଗାରେ ଗଦା ହୋଇ ଏକ ମେସିନ ଦ୍ୱାରା ଛୋଟ ଛୋଟ ଖଣ୍ଡ କରାଯାଏ ତା’ପରେ ସେଥିରେ କିଛି ଘର ତିଆରିରେ ବ୍ୟବହୃତ ସିମେଣ୍ଟ ମିଶାଯାଏ , ତା’ପରେ ସେଥିରେ ପେଟ୍ରୋଲ , ସୋଢା , କିଛି ଏସିଡ ବ୍ଲିଚିଙ୍ଗ ଇତ୍ୟାଦି ମିଶାଇ ଦୁଇ ତିନି ଘଣ୍ଟା ରଖି ତା’ପରେ ତା’ର ତରଳ ପଦାର୍ଥକୁ ଅଲଗା କରାଯାଏ ସେଥିରେ ଆଉ କିଛି କେମିକାଲ ମିଶାଇ ଶୁଖା ଯାଏ I ଶୁଖିଲା ପରେ ଯେଉଁ କଠିନ ବସ୍ତୁ ମିଳେ ତାହା ‘କୋକେନ’ ର ପ୍ରଥମ ଅବସ୍ଥା ଏହାପରେ ତା’କୁ ରିଫାଇନ କରି ସମ୍ପୂର୍ଣ୍ଣ ଧଳା ପାଉଡରର ରୂପ ଦିଆଯାଏ I ଏହା ଏକପ୍ରକାର କୁଟୀର ଶିଳ୍ପ ପରି କଲମ୍ବିଆ ଦେଶକୁ ଘେରି ରହିଛି I ନିଶା ସମ୍ରାଟ ପଵଲୋ ଦିନେ କୋଟି କୋଟି ଡ଼ଲାର ମାଲିକ ହୋଇ ଦେଶର ସରକାରଙ୍କୁ ମଧ୍ୟ ହରଡ଼ଘଣIରେ ପକାଇଦେଇଥିଲା , ଆଜି ସେ ପଵଲୋ ନାହିଁ ତେବେବି ସରକାର ଚେଷ୍ଟା କରି ମଧ୍ୟ ଏହି ନିଶା ପ୍ରସ୍ତୁତ ତଥା ରପ୍ତାନି କବଳରୁ ନିଜ ଦେଶକୁ ବଞ୍ଚାଇବାକୁ ଅକ୍ଷମ I ପୃଥିବୀର ନବେ ପ୍ରତିଶତ ଦେଶ ଆଜି ଅଳ୍ପେ ବହୁତେ ନିଜ ଦେଶରେ ଏହି ‘କୋକେନ’ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି I
‘କୋକେନ’ ର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ କୋକେନ ତସ୍କର ମାନେ ବିଭିନ୍ନ ଉପାୟରେ ଏହି ଜହରକୁ ବିଦେଶରେ ବିକ୍ରିକରି ଅଧିକରୁ ଅଧିକ ଲାଭ ଉପାର୍ଜନ କରୁଥିବା ବେଳେ ଯୁବ ସମାଜ ଯେଉଁମାନେ କି ଆସନ୍ତାକାଲିର ଭବିଷ୍ୟତ ଓ ଦେଶର ଗର୍ବ ସେମାନେ ଅନାୟାସରେ ଏହି ଜହର କବଳରେ ପଡି ନିଜ ସହିତ ପରିବାର ଓ ଦେଶ ପାଇଁ ଏକ ପ୍ରକାର ବୋଝ ବୋଲି ସାବ୍ୟସ୍ତ ହେଉଛନ୍ତି I ଏହା ସମାଜ ପାଇଁ ଖୁବ ଚିନ୍ତାର ବିଷୟ ହୋଇ ଠିଆ ହୋଇଛି I ‘କୋକେନ’ ହେଉ ବା ଧଳା ଜହର ହେଉ ବା ଅନ୍ୟ ନିଶା ହେଉ ଏହାକୁ ଖୁବ ଚତୁରତାର ସହିତ ସ୍ଥାନାନ୍ତରିତ କରାଯାଉଛି, ତନ୍ମଧ୍ୟରୁ ହୁଏତ ତିରିଶ ପ୍ରତିଶତ ପ୍ରଶାସନ/ପୋଲିସ ହାତରେ ଧରାପଡ଼ି ଯାଉଛି , କ୍ୟାରିଅର ବା ଯାହାଦ୍ୱାରା ପ୍ରେରିତ ହେଉଛି ତା’କୁ ଜେଲ ଦଣ୍ଡ ଦିଆ ହେଉଛି I କିନ୍ତୁ ସାମାନ୍ୟ କିଛି ଟଙ୍କା ପାଇଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପରିବହନ କରୁଥିବା ବ୍ୟକ୍ତିଟି ଜେଲଦଣ୍ଡ ଭୋଗୁଛି ବା କିଛି ଦେଶର ନିୟମ ଅନୁଯାୟୀ ମୃତ୍ୟୁ ଦଣ୍ଡ ଭୋଗୁଛି ଏହା କ’ଣ ଏକପ୍ରକାର ଜୁଆରେ ନିଜ ଜୀବନକୁ ବାଜି ଲଗାଇବା ପରି ନୁହେଁ କି ??

କଲମ୍ବିଆର ରାଜଧାନୀ ବାଗୋଟା ବିମାନ ବନ୍ଦରରେ ପ୍ରତିବର୍ଷ ବହୁପରିମାଣରେ ‘କୋକେନ’ ଜବତ ହୁଏ ଏହାର ପରିମାଣ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, କିଲୋ ନୁହେଁ ଟନ ଟନ ‘କୋକେନ’ ସେଠାରେ ଧରାହୋଇ ଜାଳି ଦିଆଯାଏ , ପରିବହନ କରୁଥିବା ଅପରାଧୀ ମାନଙ୍କୁ ୫ ରୁ ୧୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ Iଏହି ଅପରାଧୀଙ୍କ ମଧ୍ୟରେ ସାଧାରଣତଃ ବେଶୀ ବିଦେଶୀ ନାଗରିକ ଥା’ନ୍ତି , ସେମାଙ୍କୁ ତସ୍କର ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ କଲମ୍ବିଆ ଭ୍ରମଣ କରିବାକୁ ନେଇ ଆସି ଶେଷରେ କୋକେନ ଧରାଇଦେଇଥାନ୍ତି , କିଛି ଇଚ୍ଛାକରି ଟଙ୍କା ଲୋଭରେ ତ’ ଆଉ କିଛି ବାଧ୍ୟ ହୋଇ ଏହିପରି ଅପରାଧିକ କାର୍ଯ୍ୟ କରଥାନ୍ତି I ପରିବହନ କରିବାର ଅତି ସୁନ୍ଦର ଓ ଚତୁର ପ୍ରକ୍ରିୟା ଦ୍ୱାରା ତସ୍କର ମାନେ ୭୦ ପ୍ରତିଶତ ସଫଳ ହୋଇଥାନ୍ତି ବାକି ୩୦ ପ୍ରତିଶତ ମାଲ ଧରା ହୋଇଗଲେ ବା ପରିବହନ କରୁଥିବା ବ୍ୟକ୍ତିଟି ଧରାହୋଇଗଲେ ସେମାନେ ନିର୍ବିକାର ସତେ ଯେମିତି କିଛି ହୋଇନାହିଁ I ମାନବିକତା ଶୂନ୍ୟ ତସ୍କର ମାନେ ଜୀବନ ନୁହେଁ କେବଳ ଟଙ୍କାକୁ ପ୍ରଧ୍ୟାନ୍ୟ ଦେଇଥାନ୍ତି I ଅନେକ ନିରୀହ ମଣିଷ ଆଜି କଲମ୍ବିଆ ଜେଲରେ ପୋକ ମାଛି ତୁଲ୍ୟ ସଢୁଛନ୍ତି ଓ ପରୀତାପ କରୁଛନ୍ତି I

କଲମ୍ବିଆରୁ ସ୍ଥଳ ପଥରେ ‘କୋକେନ’ ବ୍ରାଜିଲ , ଭେନେଜୁଆଲI, ପେରୁ , ପାନାମା ଇତ୍ୟାଦି ଦେଶ ଦେଇ ବିଦେଶକୁ ପଠାଯାଇ ପାରୁଛି, ପାନାମା ଦେଇ ମେକ୍ସିକୋ ବାଟେ ଏହା ଯୁକ୍ତରାଷ୍ଟ୍ର ଆମେରିକା , କାନାଡ଼ା ପର୍ଯ୍ୟନ୍ତ ନିର୍ଦ୍ବନ୍ଦରେ ଅନେକ ପରିବହନକାରୀଙ୍କ ଜରିଆରେ ରିଲେରେସ ପରି ଏ’ ହାତରୁ ସେ’ହIତ ହୋଇ ଶେଷରେ ଗନ୍ତବ୍ୟ ସ୍ଥଳରେ ପହଂଚି ଯାଉଛି I ଜଳପଥରେ ମଧ୍ୟ ‘କୋକେନ’ ମାଛଧରା ଡ଼ଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ର ବାଟେ ବଡ଼ ବଡ଼ ଜାହାଜରେ ପୃଥିବୀର କୋଣ ଅନୁକୋଣରେ ପହଂଚି ପାରୁଛି I ବ୍ରାଜିଲର ସାଓ ପାଓଲୋ ବିମାନ ବନ୍ଦରରୁ ଅନେକ ବ୍ୟକ୍ତି କୋକେନ ସହିତ ଧରା ହେଉଛନ୍ତି ଅନେକେ କଣ୍ଡମ ପରି ଜିନିଷରେ ‘କୋକେନ’ ରଖି ବା କ୍ୟାପ୍ସୁଲରେ ‘କୋକେନ’ ଭର୍ତ୍ତିକରି ଗିଳି ଦେଇଥାନ୍ତି , ଏହାର ଓଜନ ୨ କିଲୋ ପର୍ଯ୍ୟନ୍ତ ହେବାର ନଜିର ଅଛି , ବଡ଼ ବଡ଼ ବିମାନ ବନ୍ଦରରେ ଏକ୍ସ-ରେ ମାଧ୍ୟ୍ୟମରେ ଏମାନଂକୁ ଧରା ହେଉଛି , ଏହି କ୍ୟାପ୍ସୁଲ ଯଦି କୌଣସି କାରଣ ବଶତଃ ପେଟ ଭିତରେ ଫାଟିଯାଏ ତ’ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ,ସାମାନ୍ୟ ଟଙ୍କା କେଇଟା ପାଇଁ ଜୀବନକୁ ବାଜି ଲଗାଇବାରେ କି ଆନନ୍ଦ ତାହା ହୁଏତ ସେମାନ ବୁଝନ୍ତି I ବ୍ରାଜିଲରୁ ସ୍ପେନର ମାଡ୍ରିଦ , ଇଟାଲୀର ରାଜଧାନୀ ରୋମର ଫ୍ୟୁମିଚିନୋ ବିମାନ ବନ୍ଦର , ପର୍ତ୍ତୁଗାଲର ଲିସବନ , ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ , ଦୁବାଇ, ସିଙ୍ଗାପୁର ଇତ୍ୟାଦି ଦେଶକୁ ସିଧା ସଳଖ ବିମାନ ସେବା ଥିବାରୁ ଏହି ‘କୋକେନ’ ସହଜରେ ଆକାଶ ପଥରେ ବିଭିନ୍ନ ଘାତ ପ୍ରତିଘାତ ସହି ନିର୍ଦିଷ୍ଟ ଜାଗାରେ ପହଂଚି ଯାଏ I ପହଁଚୁଥିବା ଦେଶ ମାନେ ବି ଖୁବ ସତର୍କତାର ସହିତ ଯାଞ୍ଚ କରନ୍ତି ତେବେ ବି କିଛି ଅସାଧୁ କର୍ମଚାରୀଙ୍କ ଦ୍ୱାରା ଏହି କାରବାର ଚାଲିଛି ଆଉ ତସ୍କର ମାନେ ନିଜ ଆଧିପତ୍ୟ ବଢ଼ାଇ ଚାଲିଛନ୍ତି I ସମୟ ଆସିଛି ଏହି ଜହର କବଳରୁ ଦେଶ ତଥା ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ଓ ଏହି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ କଠୋର ରୁ କଠୋର ଦଣ୍ଡ ଦେବା ଶ୍ରେୟସ୍କର I ଚୀନ ଓ କିଛି ଇସ୍ଲାମିକ ଦେଶରେ ଏହି ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ର ବ୍ୟବସ୍ଥା ଅଛି I ଆମ ଦେଶ ଭାରତବର୍ଷରେ ବି ‘କୋକେନ’, ଧଳା ଜହରର ଚେର ମାଡି ଗଲାଣି , ସଚେତନତା ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହାକୁ ଆମେ ରୋକିବାକୁ ଚେଷ୍ଟା କରିବା I ନେଡି ଗୁଡ଼ କହୁଣିକୁ ବୋହିଗଲେ ଆମେ ଆଉ ପାରିବI ନାହିଁ , ତେଣୁ ବେଳହୁଁ ସାବଧାନ I

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *