ସାମ୍ବିଧାନିକ ସ୍ୱାଧୀନତାର ଖୁଲାମଖୁଲା ଅପବ୍ୟବହାର ନ’ ହେଉ।

ସାମ୍ବିଧାନିକ ସ୍ୱାଧୀନତାର ଖୁଲାମଖୁଲା ଅପବ୍ୟବହାର ନ’ ହେଉ।

ଫୋକସ ପ୍ଲସ (ବ୍ୟୁରୋ)୨୨/୦୬/୨୦୨୨: ସମାଜରେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ପୃଥିବୀର ପ୍ରତିଟି ଦେଶରେ ନିଜସ୍ୱ “ଆଇନ” ବ୍ୟବସ୍ଥା ଅଛି। ଦେଶର ସମ୍ବିଧାନରେ ଏହା ପଞ୍ଜିକୃତ ଥାଏ। କିଛି ଦେଶରେ ଲିଖିତ ସମ୍ବିଧାନ ଥିବାବେଳେ କିଛି ଦେଶର ଅଲିଖିତ ସମ୍ବିଧାନ ଅଛି। ସମ୍ବିଧାନ ସଂଶୋଧନର ବ୍ୟବସ୍ଥା ମଧ୍ୟ ଲୋକପ୍ରତିନିଧିଙ୍କ ଦ୍ଵାରା ସମ୍ଭବ। ସ୍କୁଲରେ ପଢ଼ାଯାଉଥିବା “ସାମାଜିକ ବିଜ୍ଞାନ” ବିଷୟରେ ଛାତ୍ର ଛାତ୍ରୀଙ୍କୁ କିଛି ଧାରଣା ଦିଆ ଯାଇଥାଏ, କିନ୍ତୁ “ଆଇନ” ବିଷୟ ଯଦି ଅଷ୍ଟମ ଶ୍ରେଣୀର ସିଲIବସରୁ ଆରମ୍ଭ କରାଯାଇ ପାରନ୍ତା ତେବେ ଆମ ପିଲାମାନେ ଆଇନ ବିଷୟରେ ସଚେତନ ହେବା ସହିତ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପରନ୍ତେ।

 

ଭାରତୀୟ ଦଣ୍ଡ ସଂହିତା (I P C)ର ଦୈନଦିନ କାର୍ଯ୍ୟରେ ଲାଗୁଥିବା କିଛି ଧାରା ଜାଣିବା ଦ୍ୱାରା କିଶୋର ଓ କୋମଳମତି ବାଳକ ବାଳିକାଙ୍କ ଜୀବନରେ ଆଇନ ପ୍ରତି ସମ୍ମାନ ଆସିବା ସହିତ କିଛିମାତ୍ରାରେ ଅପରାଧ ବି କମିଯିବ। ଅଶିକ୍ଷିତ ବାଳ ଅପରାଧୀଙ୍କୁ ସରକାରୀ ସ୍ଥରରେ ଶିକ୍ଷା ଦେବା ସହିତ ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଇନ ପାଠ୍ୟକ୍ରମ ଆମ ଶିକ୍ଷିତ ସମାଜକୁ ଅପରାଧ ଠାରୁ ନିଶ୍ଚିତ ଦୁରେଇ ରଖିବ। କୋମଳମତି ଛାତ୍ର ଛାତ୍ରୀ ମାନେ ଆଇନ ଓ ଦଣ୍ଡ ବ୍ୟବସ୍ଥା ବିଷୟରେ ଜାଣିବା ଭବିଷ୍ୟତ ପାଇଁ ଶୁଭଙ୍କର। ଆଇନର ପରିଧି ଭିତରେ ରହି ନିଜକୁ ସୁରକ୍ଷିତ ରଖିବା ସହିତ ସମାଜର ସୁରକ୍ଷାକୁ ବି ନଜର ଦେବା ଆମ ମାନଙ୍କ କର୍ତ୍ତବ୍ୟ, ପିଲାଟି ପ୍ରଥମେ ନିଜ ଘରୁ, ତାହା ପରେ ବିଦ୍ୟାଳୟ ଓ ପରେ ସମାଜରୁ ନିଜ ଦେଶର ଆଇନ କାନୁନ ବିଷୟରେ ଜାଣିଥାଏ I ଅଧା ବା କିଂଚିତ ଜ୍ଞାନ ତା’କୁ ଆଇନ ବିଷୟରେ ସଚେତନ କରିବାରେ ଏତେଟା ସହାୟକ ହୁଏ ନାହିଁ I ସ୍କୁଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ଆଇନ ବିଷୟକୁ ଯଦି ସାମିଲ କରାଯାଇ ପାରନ୍ତା ଏବଂ ଏହାର ଦୁରୁପଯୋଗ କଲେ କି କି ଶାସ୍ତି ନ୍ୟାୟାଳୟ ଦେବେ ତାହା ମଧ୍ୟ ଶିକ୍ଷା ଦିଆ ହୁଅନ୍ତା, ତେବେ ପିଲାଳିଆମୀ ବା ଜୋଶ ଦେଖାଇ ଯୁବକ ଯୁବତୀ ମାନେ ଧର୍ତ୍ତବ୍ୟ ଅପରାଧ କରିବାକୁ ଟିକେ କୁଣ୍ଠାବୋଧ କରନ୍ତେ I ଏଠି ପରିବାରର ମଧ୍ୟ ଅନେକ ଦାୟିତ୍ୱ ଅଛି , ସେମାନେ ବି ଆଇନକୁ ସମ୍ମାନ ଦେବା ଶିଖିବା ଉଚିତ ଆଉ ନିଜ ସନ୍ତାନ ମାନଙ୍କୁ ବୁଝାଇବା ଉଚିତ I କିନ୍ତୁ ଆଜିକାଲି ଆଇନକୁ ସମ୍ମାନ ଦେବା ଲୋକ ଖୁବ ବିରଳ , ସମସ୍ତେ ନିଜର ବାହୁବଳ, ଚୌକି ବଳ, ସରକାରୀ ବଳ ଓ ‘ମାଧିଆ ଭାଇ’ ବଳରେ ବଳିୟାନ, ଦୁଃଖ କେବଳ ନିରୀହ ବ୍ୟକ୍ତି ଭୋଗ କରେ , ଏହି ଅଧୋପତ୍ତନ ପାଇଁ କିଏ ଦାୟୀ ?? ଆମ ମାନସିକତା ଆଉ ଆମ ଉତ୍ତର ପିଢ଼ିକୁ ଅନ୍ଧକାରରେ ରଖୁଥିବା “ଅବୁଝାମଣା ରାଜା ଓ ତାଙ୍କ ପାଳବିଣ୍ଡା ମନ୍ତ୍ରୀ” ତଥା କିଛି ଧଳା ହାତୀ I

ଏବେବି ସମୟ ଅଛି ଅପରାଧର ମୁଳୋତ୍ପାଟନ ନ’ ହେଲେ ବି ଅନେକାଂଶରେ ଜନ ସଚେତନତା , ଶିକ୍ଷା ଓ ପ୍ରଚାର ପ୍ରସାର ଦ୍ୱାରା କମାଇଦେବା ସମ୍ଭବ ହୋଇପାରେ I ବିଭିନ୍ନ ଛକ ଜାଗା ଗୁଡିକରେ ବଡ଼ ବିଜ୍ଞାପନ ବୋର୍ଡ ନ ‘ ଲଗାଇ ନୀତିଦିନ ଜନତାଙ୍କ ଦ୍ୱାରା ଉଲଂଘନ ହେଉଥିବା ଆଇନର ଧାରା ଓ ଧର୍ତ୍ତବ୍ୟ ଅପରରାଧ ବିଷୟରେ ସମ୍ୟକ ଧାରଣା ଦିଆ ଯାଇ ପାରନ୍ତା I ଔଷଧ ନ’ ଦେଇ ରୋଗ କିପରି ନ’ ହେବ ସେଇ ଉପାୟ କରିବା ବରଂ ଭଲ I ତୃଣମୂଳ ସ୍ଥରରୁ ଶୃଙ୍ଖଳା, ସୁଶିକ୍ଷା ହିଁ ଆମକୁ ସଚେତନ କରିବ I ସେଇ ବ୍ରିଟିଶ ଯୁଗରୁ ଚାଲିଆସିଥିବା ନିୟମ ଆଉ ପଦ୍ଧତ୍ତିକୁ ବଦଳାଇବାର ସମୟ ଉପସ୍ଥିତ , ଆଜିର ସମାଜ ଆଉ ସମୟ ସହିତ ତାଳ ଦେଇ ଦେଶର ଆଗାମୀ ପିଢ଼ିର ନାଗରିକ ମାନଙ୍କୁ ଆମେ ପୃଥିବୀର ଅନ୍ୟ ବିକଶିତ ରାଷ୍ଟ୍ରର ନାଗରିକ ମାନଙ୍କ ସହିତ ସମକକ୍ଷ କରିବା ଉଚିତ I ଦେଶର ଆଇନକୁ ସମ୍ମାନ ଦେଇ ଶୃଙ୍ଖଳିତ ସମାଜ ଆଉ ଶାନ୍ତିରେ ସହାବସ୍ଥାନ ଆମର କାମ୍ୟ I ଗୁଣି, ଜ୍ଞାନୀ, ଓ ସମାଜକୁ ନେତୃତ୍ୱ ଦେଉଥିବା ନେତା , ମନ୍ତ୍ର୍ରୀ ସମସ୍ତଙ୍କ ସହଯୋଗ ଦ୍ୱାରା ସମାଜରେ ଏକ ପରିବର୍ତ୍ତନ ଭାରତବର୍ଷକୁ ସାରା ବିଶ୍ୱରେ ନିଜର ଗୌରବ ଗାରିମା ବଜାୟ ରଖି ବାକୁ ସକ୍ଷମ କରାଇ ପାରିବ I କ୍ରାଇମ ରେକର୍ଡ ବା ଅପରାଧ ତାଲିକାରେ ଅପରାଧ କମାଇବାକୁ ସମସ୍ତେ ଚେଷ୍ଟିତ ହେବା ଉଚିତ , ଆମ ପଡୋଶୀ ରାଷ୍ଟ୍ର ଭୁଟାନ ଖୁବ ଶାନ୍ତିପ୍ରିୟ ରାଷ୍ଟ୍ର ସେଠାରେ ଅପରାଧ ନାହିଁ କହିଲେ ଚଳେ, ଜେଲ ଗୁଡିକ ଖାଲି ପଡ଼ିଛି ତେଣୁ ସରକାର କିଛି ଜେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି I ଆଉ ଆମ ଦେଶରେ ଜେଲର ଅବସ୍ଥା ଶୋଚନୀୟ, ନିର୍ଧାରିତ କଏଦୀଙ୍କ ଠାରୁ ତିନିଗୁଣ ବେଶୀ କଏଦୀ ପୋକ ମାଛି ସଦୃଶ ଅବସ୍ଥାନ / ସଜ୍ଜା କାଟୁଛନ୍ତି I ଅସମ୍ଭବକୁ ସମ୍ଭବ କରିବା ପାଇଁ ଦୃଢ ମନୋବଳ ଆଉ ଇଛା ଶକ୍ତିର ଆବଶ୍ୟକତା ଅଛି, ଛାତିକୁ ପଥର କରି ଅପରାଧକୁ ଦୃଢ ହସ୍ତରେ ଦମନ ତଥା ସମ୍ବିଧାନକୁ ସମ୍ମାନ ଦେବା ପାଇଁ ଅନେକ କିଛି କାର୍ଯ୍ୟ ସରକାରଙ୍କ ଦ୍ୱାରା ସମ୍ଭବ I ଆସନ୍ତୁ ଆମେ ଭାରତବର୍ଷକୁ ପୃଥିବୀର ଶ୍ରେଷ୍ଠ ଶୃଙ୍ଖଳିତ ରାଷ୍ଟ୍ର ଭାବେ ପରିଚୟ ଦେବା I

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *