ରହସ୍ୟ ଘେରରେ ଚୌଦ୍ୱାର ବହୁ ଚର୍ଚ୍ଚିତ ହତ୍ୟା ଘଟଣା

ରହସ୍ୟ ଘେରରେ ଚୌଦ୍ୱାର ବହୁ ଚର୍ଚ୍ଚିତ ହତ୍ୟା ଘଟଣା

ଫୋକସ ପ୍ଲସ (ଟାଙ୍ଗୀ)୨୨/୦୬/୨୦୨୨: ଚୌଦ୍ୱାର ଓଟିଏମ ଦୁର୍ଗା ବଜାରର ଅଟୋ ମାଲିକ ଲୋକନାଥ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ମଙ୍ଗଳବାର ଏହି ଘଟଣାରେ ସଂପୃକ୍ତ ଦୁଇ ଆସମୀଙ୍କୁ ଚୌଦ୍ୱାର ପୋଲିସ ଧରିବା ରେ ସଫଳ ହୋଇଥିଲା । ଅଭିଯୁକ୍ତ ହେଲେ ଚୌଦ୍ୱାର ଦୁର୍ଗା ବଜାର ମୁଣ୍ଡା ସାହିର ବୋଲେରୋ ଚାଳକ ମନଜିତ ସାହୁ (ଗୁଡୁ ୨୧ ) ଓ ବୋଲେରୋ ମାଲିକ ସୁମନ୍ତ ନାୟକ।ଚୌଦ୍ୱାର ପୋଲିସ ଆଜି ରହସ୍ୟ ଉନ୍ମୋଚନ ନେଇ କଟକ ଡିସିପି ଅଫିସରେ ପ୍ରେସମିଟ କରିବା ସହ ଦୁଇ ଆସାମୀକୁ ନେଇ ଘଟଣା ସ୍ଥାନର ଚିହ୍ନଟ କରାଇଥିଲା । ତେବେ ଏ ଫଳାଫଳକୁ ନେଇ ମୃତ ଲୋକନାଥ ପରିବାର ଲୋକେ ଆଦୌ ମାନିବାକୁ ପ୍ରସ୍ତୁତ ହୋଇନାହାନ୍ତି । ତାଙ୍କର ଦାବି ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ।ଏହି ଘଟଣାକୁ ଲୁଚାଇବାକୁ ଏକ ବଡ଼ ଗୋଷ୍ଠି କାମ କରୁଛନ୍ତି । କାରଣ ଲୋକନାଥକୁ ବିରୂପା ବ୍ରିଜ ପାଖରୁ ନୁନଟିକିରି ପାର୍ଯ୍ୟନ୍ତ ଅଜାଣତରେ ୫ କିମି ରାସ୍ତା ଘୋଷାରି ଘୋଷାରି ଆଣିବା ସନ୍ଦେହ ଜନକ । ଦ୍ୱିତୀୟତଃ ମୃତକର ମୁଣ୍ଡ ,ପିଠି ଓ ବେକରେ କଟା ଚିହ୍ନ ରହିଥିଲା । ଏଣୁ ନ୍ୟାୟ ପାଇବା ପାଇଁ ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦା ଚୌଦ୍ୱାର ଥାନାରେ ବସି ରହିଛନ୍ତି । ପୁନର୍ବାର ତଦନ୍ତ କରିବା ସହ ସ୍ବଛ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଭାର ଦେବାକୁ ଦାବି ରଖିଛନ୍ତି ।ତେବେ ପୋଲିସ ଦୁଇ ଅଭିଯୁକ୍ତକୁ କେସ ନମ୍ବର ୨୫୯/୨୨ ରୁଜୁ କରି ମଙ୍ଗଳବାର କୋର୍ଟ ପଠାଇଦେଇଛି ।

Related post

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ରାଜ୍ୟ ପ୍ରଗତି କିପରି ସମ୍ଭବ? ବିଧାନସଭା ଗୃହ ଅଚଳାବସ୍ଥା କାହିଁକି ?

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଆମ ରାଜ୍ୟ ବିଧାନସଭାରେ କେତେକ ଜରୁରୀ ପ୍ରସଂଗ ଉପରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଶାସକଦଳ ପକ୍ଷରୁ କାଳେ ଏଡାଇଯାଉଥିବା ଏବେ ଚର୍ଚ୍ଚା ଚାଲିଛି।…
୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

୩ ଦିନିଆ ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍

ଫୋକସ ପ୍ଲସ (ଗଞ୍ଜାମ) ୦୫/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ…
ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

Leave a Reply

Your email address will not be published.