ଚର୍ଚ୍ଚାରେ ଗୁଡ଼ୁପାଙ୍ଗି ରାସ୍ତା, ନାକେଦମ ନୟାଗଡ଼ ଜିଲ୍ଲା ପ୍ରଶାସନ

ଚର୍ଚ୍ଚାରେ ଗୁଡ଼ୁପାଙ୍ଗି ରାସ୍ତା, ନାକେଦମ ନୟାଗଡ଼ ଜିଲ୍ଲା ପ୍ରଶାସନ

ଫୋକସ ପ୍ଲସ (ନୟାଗଡ଼)୨୨/୦୬/୨୦୨୨: ଆମେ କହୁଛୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମପଞ୍ଚାୟତ ର ବହୁ ଚର୍ଚ୍ଚିତ ଗୁଡ଼ୁପାଙ୍ଗି ଓ ପାଖାପାଖି ୧୭ ଖଣ୍ଡ ଗାଁ ମଧ୍ୟରେ ଥିବା ନୂତନ ରାସ୍ତା ନିର୍ମାଣ କୁ ନେଇ ଉଠିଥିବା ବିବାଦ କୁ ନୟାଗଡ଼ ଜିଲ୍ଲା ପ୍ରଶାସନ ବଳ ପୂର୍ବକ ସମାଧାନ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି |ସୂଚନା ଅନୁଯାଇ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କୁ ବିରୋଧ କରି ଗୁଡ଼ୁପାଙ୍ଗି ଗ୍ରାମର ଅଧିବାସୀ ନିର୍ମାଣ ହେଉଥିବା ରାସ୍ତା କୁ ବନ୍ଦ କରିବା ସହ ବିରୋଧ କରିଆସୁଥିଲେ, ପାଖାପାଖି ୧୭ ଖଣ୍ଡ ଗାଁ ଲୋକଙ୍କୁ ଚକମା ଦେବା ସହ ରାସ୍ତା କାମ କୁ ବିରୋଧ କରି ଆସୁଥିବା ବେଳେ ଦୀର୍ଘ ୬ ବର୍ଷ ହେଲା ରାସ୍ତା କାମ କୁ ବିରୋଧ କରି କାମ ବନ୍ଦ କରୁଥିଲେ |ଏ ଘଟଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରିବା ସହ ୮ ପ୍ଲାଟୁନୁ ସଶସ୍ତ୍ର ପୁଲିସି ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,୨0 IIC, ୩0 ASI, ନୂଆଗାଁ ର ଅତିରିକ୍ତ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ , ନୂଆଗାଁ ବ୍ଲକ BDO. ପ୍ରମୋଦ କୁମାର ନାୟକ, ମହୀପୁର R.I. ଉପସ୍ଥିତ ରହି ୧୪୪ ଧାରା ଲାଗୁ ହୋଇଥିବା ଅଞ୍ଚଳ କୁ ନାଲି ରଙ୍ଗର ପତାକା ଲଗାଇ ସାଧାରଣ ଲୋକଙ୍କୁ ପ୍ରବେଶ କରିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ମନା କରିଥିଲେ |ତଥାପି ଶହ ଶହ ସଂଖ୍ୟକ ଗୁଡ଼ୁପାଙ୍ଗି ଲୋକ ମେଳି ହୋଇ ୧୪୪ ଧାରା ଲାଗୁ ହୋଇଥିବା ଅଞ୍ଚଳ କୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ | ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦେଖି ପଛ ଘୁଞ୍ଚା ଦେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତ ରେ ଏକ ବୈଠକ ବସି ଆଲୋଚନା କରିବା ସହ ଉପୁଜିଥିବା ତିକ୍ତତା କୁ ଉଭୟ ପୁଲିସି ଓ ଗୁଡ଼ୁପାଙ୍ଗି ଲୋକ ବସି ଆଲୋଚନା କରିଥିଲେ |ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ରାସ୍ତା କାମ ହେଉଥିବା ରୁ ପାଖାପାଖି ୧୭ ଖଣ୍ଡ ଗାଁ ଲୋକମାନେ ଏକ ପ୍ରକାର ଖୁସି ଅଛନ୍ତି |ସେପଟେ ଏ ଘାଟଣା ପରେ ଏବେ ଆକ୍ସନ ମୁଡ଼ୁ ରେ ଗୁଡ଼ୁପାଙ୍ଗି ଗ୍ରାମବାସୀ |ତେବେ ଦେଖିବାକୁ ଅପେକ୍ଷା କେବେ ସରୁଛି ରାସ୍ତା କାମ କେବେ ହେଉଛି ସମସ୍ୟାର ସମାଧାନ |

ନୟାଗଡ଼ ଜିଲ୍ଲା ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ ଓଡିଶା |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *