ଦୁଇ ବର୍ଷ ଶିଶୁ ମୃତ୍ୟୁ ଘଟଣା, ସାମନାକୁ ଆସୁଛି ନୂତନ ତଥ୍ୟ

ଦୁଇ ବର୍ଷ ଶିଶୁ ମୃତ୍ୟୁ ଘଟଣା, ସାମନାକୁ ଆସୁଛି ନୂତନ ତଥ୍ୟ

ଫୋକସ ପ୍ଲସ (ମାହାଙ୍ଗା)୨୩/୦୬/୨୦୨୨: ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ତାଳଗିରି ଠାରେ ହୋଇଥିବା ଶିଶୁ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଚି, ଗତ ଜୁନ ୧୫ ତାରିଖ ରଜ ସଂକ୍ରାନ୍ତି ଦିନ ଦିଲ୍ଲୀପ ସ୍ବାଇଁ ୨ ବର୍ଷର ପୁଅ ତାର ବଡ଼ ବାପା ଓ ବଡ଼ ମା ପାଖରେ ରାତିରେ ସୋଇଥିବା ବେଳେ ସକାଳୁ ଖଟରୁ ପଡ଼ି ଶିଶୁର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ କହିଥିଲେ |କିନ୍ତୁ ମୃତ ଶିଶୁ ର ମା ନିବେଦିତା ପ୍ରଧାନ ଏବେ ପରିବାରରେ ଥିବା ଶିଶୁ ର ବଡ଼ ମା ଓ ବଡ଼ ବାପା ଉପରେ ହତ୍ୟା ଅଭିଯୋଗ ଆଣି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପଟେ ପଡୋଶୀ ମାନେ କହିଛନ୍ତି କି ଦୁଇ ଭାଇ ମଧ୍ୟରେ କଳି ଝଗଡ଼ା ସବୁବେଳେ ଲାଗି ରହୁଥିଲା, ଏବଂ ସେମାନେ ଅଲଗା ରହୁଥିଲେ |ବଡ଼ ମାର ମୃତ ଶିଶୁ ପ୍ରତି କୌଣସି ସ୍ନେହଶ୍ରଦ୍ଧା ନଥିଲା |ତେବେ ଏକ ସତ ସାମ୍ନା କୁ ଆସିଛି ବଡ ମା ବାସନ୍ତୀର କୌଣସି ସନ୍ତାନ ନଥିଲେ ଏଥି ପାଇଁ ସେ ଘରକୁ ଗୁଣିଆକୁ ଡାକିଥିଲେ କୁଆଡେ ଗୁଣିଆ ତାଙ୍କୁ କହିଥିଲା, ପୂର୍ଣ୍ଣିମା କି ସଂକ୍ରାନ୍ତି ଦିନ ଯଦି ଗୋଟେ ଶିଶୁ କୁ ବଳୀ ଦେବୁ ତାହେଲେ ତୋର ସନ୍ତାନପ୍ରାପ୍ତି ହେବ। ଏପଟେ ସମ୍ପର୍କ ଭଲ ନଥିବା ପରେ ମଧ୍ୟ ଶିଶୁଟି ତା ମାମୁ ଘରେ ଥିବା ବେଳେ ବଡ ମା ଜବରଦସ୍ତି ଭଣଜାକୁ ପଠାଇ ଶିଶୁକୁ ମାମୁ ଘରୁ ଆଣିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା | ଶିଶୁଟିର ଯେଉଁ ଦିନ ମୃତ୍ୟୁ ହୋଇଥିଲା ସେଦିନ ରଜ ସଂକ୍ରାନ୍ତି ମଧ୍ୟ ଥିଲା, ତେଣୁ ଶିଶୁଟିର ମୃତ୍ୟୁ କୁ ନେଇ ବଡ ମା ର ହାତ ଥାଇ ପରେ ବୋଲି ସନ୍ଦେହ କରା ଯାଉଛି | ଶିଶୁ ମା ର ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ ଜାରି ରଖିଛି |

କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.