
ଅଣ ରାଜନୈତିକ ଦଳ ଭଞ୍ଜସେନାର ପ୍ରତିବାଦ ସଭା
- ରାଜନୀତିରାଜ୍ୟ
- June 23, 2022
- No Comment
- 63
ଫୋକସ ପ୍ଲସ (ବାରିପଦା)୨୩/୦୬/୨୦୨୨: ଆଜି ଭଞ୍ଜସେନା ମୟୂରଭଞ୍ଜ କୁ ସରକାରଙ୍କ ବାରମ୍ବାର ଅବହେଳା ପ୍ରତିବାଦ ରେ ବାରିପଦା ହରିବଳଦେବଜିଉ ମନ୍ଦିର ଆଗରେ ପ୍ରତିବାଦ ସଭା କରିଥିଲେ।ଏଥିରେ ଭଞ୍ଜସେନାର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ସମସ୍ତ ଜିଲ୍ଲାର ମଠ,ମନ୍ଦିର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଅନୁଦାନ ଦେଉଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପାଇଁ ବୈମାତୃକ ମୋନଭବ ପୋଷଣ କରୁଥିବାରୁ ସେମାନେ ଏହାର ଦୃଢ ପ୍ରତିବାଦ କରିଥିଲେ।ସେମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ଏହିଭଳି ଯଦି ରାଜ୍ୟ ସରକାରଙ୍କ ଜିଲ୍ଲାକୁ ଉପେକ୍ଷା କରନ୍ତି ତେବେ ସେମାନେ ଜିଲ୍ଲାର ଯେଉଁମାନେ ବିଧାୟକ,ସାଂସଦ ଅଛନ୍ତି ସେମାନଙ୍କ ଘର ଆଗରେ ଧାରଣାରେ ବସିବେ,ଦରକାର ପଡିଲେ ନେତାମାନଙ୍କ ସହିତ ରାଜ ରାସ୍ତାରେ ଲଢ଼େଇ କରିବେ ଏବଂ ଆଗକୁ ସେମାନେ ଉଚ୍ଚତମ ନ୍ୟାୟାଳୟ ର ଆଶ୍ରୟ ମଧ୍ୟ ନେବେ ଯାହାକି ଆଗକୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ବ୍ୟାହତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
ବାରିପଦାରୁ ତରୁଣ କୁମାର ଦାଶଙ୍କ ରିପୋର୍ଟ ଫୋକସ୍ ପ୍ଲସ |