ସେଲ ଲୌହ ଖଣିର ଜନଶୁଣାଣୀ ସଭା

ସେଲ ଲୌହ ଖଣିର ଜନଶୁଣାଣୀ ସଭା

ଫୋକସ ପ୍ଲସ (ସୁନ୍ଦରଗଡ଼)୨୩/୦୬/୨୦୨୨: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳର ଥିବା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ)ର  କୋଇଡା ତହସିଲ ଅନ୍ତର୍ଗତ ତନ୍ତ୍ର ଓ ବାହାମ୍ବା ଗ୍ରାମ ଏବଂ ତୋଡ଼ା ସଂରକ୍ଷିତ ଜଙ୍ଗଲ ସ୍ଥିତ ୨୫୬୪.୩୨୩ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳ ମଧ୍ୟରୁ ୨୫୫୮.୫୮୧ ହେକ୍ଟର (୨୪୧୯.୮୭୧ ହେକ୍ଟର ଫରେଷ୍ଟ କ୍ଳିଅରାନ୍ସ ଉପଲବ୍ଧ + ୧୩୮.୭୧୦ ଅଣ-ଜଙ୍ଗଲ କ୍ଷେତ୍ର) ସ୍ଥିତ ବାରସୁଆଁ-ତାଲଡ଼ି-କାଲଟା ଲୌହ ଖଣିରୁ ବାର୍ଷିକ ଉତ୍ପାଦନ ହାର – ୧୬ ଏମଟିପିଏ (ଆର.ଓ.ଏମ ) ୨ ଏମଟିପିଏ ସବ ଗ୍ରେଡ଼ ଡମ୍ଫ/ଟେଲିଙ୍ଗ ଏବଂ ୩.୯୨ ଏମଟିପିଏ ଓବି/ଆଇବି/ଟପ ସଏଲ ଏବଂ ତାଲଡିହିରେ ୭ ଏମଟିପିଏ ଓ କାଲଟାରେ ୪ ଏମଟିପିଏ କ୍ଷମତା ବିଶିଷ୍ଟ ନୂତନ ଡ୍ରାଏ ପ୍ରୋସେସିଂ ପ୍ରକଳ୍ପ ସ୍ଥାପନା ସହିତ ଯଥେଷ୍ଟ ବୋଝେଇ ସୁବିଧା, ସାଇଡିଙ୍ଗ ଏବଂ ଆନୁସଙ୍ଗିକ ଭିତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ  କୋଇଡା ତହସିଲ ଅନ୍ତର୍ଗତ ଟେନସା ଗ୍ରାମସ୍ଥିତ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ଓ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ବିନୋଦ ବିହାରୀ ଦାସ ଏହି ସଭାକୁ ସଭାପତିତ୍ୱ କରିଥିଲେ । ପ୍ରଥମେ ସେଲ ର ମୁଖ୍ୟ ମହାପ୍ରବନ୍ଧକ ପ୍ରଶନ୍ନ କୁମାର ରଥ ଖଣି ସାମ୍ପ୍ରସାରଣ ଓ କନଭେୟର ବେଲ୍ଟ ମାଧ୍ୟ୍ୟମରେ ଲୌହ ପଥର ପରିବହନ କଲେ କଣ କ୍ଷତି ହେବ ଓ ଏହାର ପ୍ରତିକାର କେମିତି ହେବ ସେ ବିଷୟରେ ଆଲୋକପାତ କରିଥିଲେ ଓ ଏହା ପରେ ସ୍ଥାନୀୟ ଅଞ୍ଚଳର ୫୭ଜଣ ଖଣି ସପକ୍ଷରେ ମତାମତ ଦେଇଥିବା ବେଳେ କନଭେୟର ମାଧ୍ୟମରେ ଲୌହ ପଥର ପରିବହନ କୁ ବିରୋଧ କରିଥିଲେ  । ଏହି ଜନ ଶୁଣାଣୀ ସଭାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ଉପଜିଲ୍ଲାପାଳ ସୁରଞ୍ଜନ ସାହୁ,ତହସିଲଦାର ଡ଼ି.ଏସ.ଶୁଭ୍ରଦର୍ଶି ଯୋଶୀ , କୋଇଡା (କ) ଜିଲ୍ଲା ପରିଷଦ ଶୁଶିଳା ମୁଣ୍ଡା,କୋଇଡା (ଖ) ଜିଲ୍ଲା ପରିଷଦ ଅଶୋକ ନାଏକ,ଚିପିଆଇଏମ ର ସୁନ୍ଦରଗଡ଼ ସମ୍ପାଦକ ପ୍ରମୋଦ କୁମାର ସାମଲ,ସିପିଆଇଏମ ସୁଦରଗଡ଼ ଜିଲ୍ଲା କମିଟି ସଭ୍ୟ ପ୍ରଭାତ କୁମାର ପଣ୍ଡା,ବିଜେଡିର ରାଉରକେଲା ସାଂଗଠନିକ ସଭାପତି ଅଭିନାସ ସୁମନ ବାଗେ,ଟେନସା ସରପଞ୍ଚ ଅର୍ନିତା ପୃର୍ତି,ବଣାଇ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ,ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ଉପସ୍ଥିତ ଥିବା ବେଳେ ସୁରକ୍ଷା ପାଇଁ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ଓତା,ଥାନା ଅଧିକାରୀ ଲୋକେଶ୍ୱର ସାହୁ ଓ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ଥିଲେ । ଜ୍ଯୋତି ପ୍ରକାଶ ମିଶ୍ର,ପି.କେ ଦାସ ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.