ବିଧବାଙ୍କୁ ମିଳୁନି ବିଧବା ଭତା

ବିଧବାଙ୍କୁ ମିଳୁନି ବିଧବା ଭତା

ଫୋକସ ପ୍ଲସ (ଲାଞ୍ଜିଗଡ)୨୩/୦୬/୨୦୨୨: ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁ ର ଚନ୍ଦ୍ରମା ସାହୁ ସ୍ୱାମୀ ଙ୍କୁ ହରାଇ ୩ ବର୍ଷ ହେଲା ପରେ ବି ମିଳୁନି ବିଧବା ଭତା!ବିଧବାଭତା ମିଳୁନଥିବାରୁ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି!୩୩ ବର୍ଷ ବୟସରେ ସ୍ୱାମୀ ନବୀନ ସାହୁଙ୍କୁ ହରାଇ ପୁରା ଭାଙ୍ଗିପଡିଛନ୍ତି ଚନ୍ଦ୍ରମା ସାହୁ ୧ ଶିଶୁ ଙ୍କ ପାଇଁ ଆହାର ଯୋଗାଡ଼ କରିବା ଚିନ୍ତାରେ ସର୍ବଦା ଲାଗିଛନ୍ତି!ଦିନ ମଞ୍ଜୁରୀଆ ସ୍ୱାମୀଙ୍କ ସଞ୍ଚିତ କିମ୍ବା ସ୍ଥାବର ଅସ୍ଥାବର ସମ୍ପତି କିଛି ନାଇଁ ସାହାରା ବୋଲି ମଧ୍ୟ୍ୟ କେଇଁ ନାହାନ୍ତି!ସ୍ୱାମୀଙ୍କ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗୃହ ରୁ ମଧ୍ୟ୍ୟ ବଞ୍ଚିତ ରହିଛନ୍ତି ଅସହାୟ ଚନ୍ଦ୍ରମା ସାହୁ!ପଞ୍ଚାୟତ ପ୍ରଶାସନ ଯାଇ ଚନ୍ଦ୍ରମା ସୁହୁଙ୍କୁ ତମ ସ୍ୱାମୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଗୃହ ଆସିଛି ଶୀଘ୍ର କାମ ଆରମ୍ଭ କର କହିବାରୁ ଚନ୍ଦ୍ରମା ସାହୁ ତାଙ୍କ ପୁରୁଣା ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ଘର ଭାଙ୍ଗି ୩ ବର୍ଷ ବିତି ଗଲାଣି କିନ୍ତୁ ଏବେ ଯାଏଁ ପ୍ରଧାନମନ୍ତ୍ରୀ ଗୃହ କୁ ଚାଇଁ ବସିଛନ୍ତି! ଏଠି ପ୍ରଶ୍ନବାଚୀ ଉଠୁଛି ସ୍ୱାମୀ ଙ୍କ ନାମ ରେ ଥିବା ପ୍ରଧାନମନ୍ତ୍ରୀ ଗୃହ ବାଟ ମାରଣ ହୋଇନିତୋ!କିଛି ଅସାଧୁ କର୍ମଚାରୀଙ୍କ ଭୁଲ ପାଇଁ ୧ ଶିଶୁ କୁ ନେଇଁ ପର ଘରେ ମୁଣ୍ଡ ଗୁଞ୍ଜିବା କୁ ପଡୁଛି! ପୁଅ ତୁଷାର କୁ ୫ ବର୍ଷ ହୋଇ ଥିବାବେଳେ ପରଘରେ ଇଛା ଥିଲେ ମଧ୍ୟ୍ୟ ଗାଁ ର କୌଣସି ଲୋକ କାମ ପାଇଁ ଡାକୁ ନାହାନ୍ତି କି ପ୍ରଶାସନ ପକ୍ଷରୁ ମଧ୍ୟ୍ୟ କୌଣସି କାମ ମିଳୁନଥିବା ଚନ୍ଦ୍ରମା ସାହୁ ପ୍ରକାଶ କରିଛନ୍ତି!ପଞ୍ଚାୟତ ପକ୍ଷରୁ କେବଳ ୫ କେଜି ଚାଉଳ ଛଡା କିଛି ମିଳୁନଥିବାରୁ ମାଁ ପୁଅକୁ ସମୟ ସମୟରେ ଭୋକ ଉପାସରେ ବି ରହିବାକୁ ପଡୁଛି!ବିଧବା ଭତା ପାଇଁ ବାରମ୍ବାର ପଞ୍ଚାୟତକୁ ଯାଇ ଗୁହାରି କଲା ପରେ ମଧ୍ୟ୍ୟ କୌଣସି ସଫଳତା ନ ମିଳିବାରୁ ଗାଁ ଠାରୁ ବ୍ଲକ ମୁଖ୍ୟାଳୟ ୩୫ କିଲୋମିଟର ହୋଇ ଥିବା ସତ୍ୟମଧ୍ୟ ବି ଡି ଓ ଙ୍କୁ ୨ ଥର ଲିକିତ ଅଭିଯୋଗ କରିଛନ୍ତି କିନ୍ତୁ ୩ ବର୍ଷ ବିତିଗଲା ପ୍ରତିଶୃତି ଛାଡ଼ କୌଣସି ସୁଫଳ ମିଳୁନି ବୋଲି ଚନ୍ଦ୍ରମା ସାହୁ ମତପ୍ରକାଶ କଲେ! ସ୍ୱାମୀଙ୍କ ନାମରେ ଅସି ଥିବା ଘର କୁଆଡେ ଗଲା ତାହା ତଦନ୍ତ କରାଯାଉ ଓ ବିଧବା ଭତା ପାଇଁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦିଆଯାଉ ବୋଲି ଅଞ୍ଚଳ ବାସି ଙ୍କ ପକ୍ଷରୁ ସାଧାରଣରେ ଦାବି ହେଉଛି!

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.