
ଦେଶୀ ମଦ ଜବତ, ୫ ଗିରଫ
- Breaking newsଅପରାଧ
- June 24, 2022
- No Comment
- 18
ଫୋକସ ପ୍ଲସ (ଧାମନଗର)୨୪/୦୬/୨୦୨୨: ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପୁରୀପଡ଼ା, ଡାହାଲା, ଆଖୁଆପଦା, ଜଗନ୍ନାଥପ୍ରସାଦ, ମଣିନାଥପୁର, ନଗୁଆଁ ଏବଂ ଧାମନଗର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୩୫ ଲିଟର ଦେଶୀ ମଦ ଏବଂ ୦୮ ଲିଟର ଆସ୍କା ଫର୍ଟି ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପୁରୀପଡ଼ା ଗ୍ରାମର ନରେନ୍ଦ୍ର ମଳିକ, ଆଖୁଆପଦା ଗ୍ରାମର ବାଦଲ ମଳିକ,ଜଗନ୍ନାଥପ୍ରସାଦ ଗ୍ରାମର ଧନଞ୍ଜୟ ଦଳାଇ, ମଣିନାଥପୁର ଗ୍ରାମର ବାସନ୍ତୀ ଜେନା ଏବଂ ଧାମନଗର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ରାଜେଶ ମୁଣ୍ଡା । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି।