ଟ୍ରିପଲ ‘ଏ’ ରେ”ଡକ୍ଟରର୍ସ  ଡେ”ପାଳିତ

ଟ୍ରିପଲ ‘ଏ’ ରେ”ଡକ୍ଟରର୍ସ ଡେ”ପାଳିତ

ଫୋକସ ପ୍ଲସ (ଖୋର୍ଦ୍ଧା)୩୦/୦୬/୨୦୨୨: ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’ ରେ ବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ନନ୍ଦକିଶୋର ପଟ୍ଟନାୟକ ମହୋଦୟଙ୍କ ଅଧ୍ୟକ୍ଷତାରେ ଡକ୍ଟରର୍ସ ଡେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ମହୋଦୟଙ୍କ ସମେତ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମହାନ୍ତି ମଞ୍ଚ ଅଳଙ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ମହୋଦୟ ଦିବସଟିର ମହତ୍ତ୍ବ ପ୍ରତିପାଦନ କରିବା ସହିତ ଅଧ୍ୟକ୍ଷା ମହୋଦୟା ବିଦ୍ୟାଳୟରେ ଶିକ୍ଷାର୍ଜନ କରି ଡାକ୍ତରୀ ବିଦ୍ୟା ହାସଲ କରିଥିବା ଦୁଇଜଣ ଛାତ୍ରଙ୍କର ଭୁରୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଦୁଇ ପୂର୍ବତନ ଛାତ୍ର ରଶ୍ମିରଞ୍ଜନ ବେହେରା ଏବଂ ଶରଫରାଜ ଡାକ୍ତରୀ ବିଦ୍ୟା ଅର୍ଜନ କରି ନିଜ ପରିବାର ତଥା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବାରୁ ନିର୍ଦ୍ଦେଶକ ମହୋଦୟ ସେମାନଙ୍କୁ ମେମେଣ୍ଟୋ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ ।ତତ୍ ସହିତ ବିଦ୍ୟାଳୟର କେତେଜଣ ଛାତ୍ରଛାତ୍ରୀ ଡାକ୍ତରମାନେ ଯେ ଈଶ୍ବରଙ୍କର ଦ୍ବିତୀୟ ଅବତାର ତାହାର ଏକ ନାଟ୍ୟ ରୂପାନ୍ତର ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଏହି ଦିବସ ଉପଲକ୍ଷେ ନର୍ସରୀଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କର ବ୍ଲଡ ଗ୍ରୁପିଙ୍ଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଦଶମ ଶ୍ରେଣୀର ଛାତ୍ରୀ ଅଦ୍ୟାଶା ପ୍ରିୟଦର୍ଶିନୀ ରାଉତରାୟ ପରିଚାଳନା କରିଥିବା ବେଳେ ସେହି ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚୀ ମହାପାତ୍ର ଅତିଥିମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *