ଅଙ୍ଗନବାଡି ଦିଦିଙ୍କୁ ମାରଣାତ୍ମକ ଆକ୍ରମଣ

ଅଙ୍ଗନବାଡି ଦିଦିଙ୍କୁ ମାରଣାତ୍ମକ ଆକ୍ରମଣ

ଫୋକସ ପ୍ଲସ (ଯାଜପୁର)୩୦/୦୬/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରାମହାଁ ପଂଚାୟତ ର ଅଙ୍ଗନବାଡି ଦିଦି ତିଳତ୍ତମl ବେହେରା ଙ୍କୁ ଗତ 28ତାରିଖ ରେ ରାକେଶ ଦାସ ନାମକ ଜଣେ ଅସାମାଜିକ ବ୍ୟକ୍ତି ମରଣ।ତ୍ମକ ଆକ୍ରମଣ କରିଥିଲା l ଯାହା ଦ୍ୱରା ଅଙ୍ଗନବାଡି ଦିଦି ବର୍ତମାନ କଟକ ବଡ ମେଡିକାଲ ରେ ଚିକିସ୍ଥିତ ଅବସ୍ଥାରେ ଅଛନ୍ତି l ଅଙ୍ଗନବାଡି ଦିଦି ଙ୍କ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ବେହେରା ଏହି ଘଟଣାକୁ ନେଇ ଧର୍ମଶାଳା ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ l ଧର୍ମଶାଳା ଥାନା ଅଧିକାରୀ 24ଘଣ୍ଟା ମଧ୍ୟରେ ଆସାମିକୁ ଧରିବେ ବୋଲି ପ୍ରତିଶୃତି ଦେଇ ଥିଲେ l ଘଟଣା l ଦୁଇ ଦିନ ବିତିଯାଇଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିପାରିଲାନାହିଁ ଧର୍ମଶାଳା ପୋଲିସ । ଅଭିଯୁକ୍ତ କୁ ତୁରନ୍ତ ଧରିବାପାଇଁ ଆଜି ଧର୍ମଶାଳା ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀ ଏକତ୍ର ହୋଇ ଏକ ପ୍ରତିବାଦ ସଭା ର ଆୟୋଜନ କରିଥିଲେ ଏହି ସଭାରେ ରାଜ୍ୟ ଅଙ୍ଗନବାଡି ରାଜ୍ୟ ସଭା ନେତ୍ରୀ ନନ୍ଦିନୀ ପଣ୍ଡା ଉପସ୍ଥିତ ରହିଥିଲେ l ଯଦି ଅଭିଯୁକ୍ତ ରାକେଶ କୁ ପୋଲିସ ତୁରନ୍ତ ଗିରଫ ନକରେ ତାହେଲେ ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ଆନ୍ଦୋଳନକୁ ଓଲ୍ଲାଇବେ ଓ ରାଜରାସ୍ତାରେ ବସିବେ ବୋଲି ରାଜ୍ୟ ସଂଘ ନେତ୍ରୀ ନନ୍ଦିନୀ ପଣ୍ଡା ଗଣଧ୍ୟମକୁ ପତିକ୍ରିୟା ଦେଇଛନ୍ତି। ଏହି ପ୍ରତିବାଦ ସଭା ରେ ଧର୍ମଶାଳା ଅଙ୍ଗନୱାଡ଼ି ସଙ୍ଘ ର ସଭାନେତ୍ରୀ ସରସ୍ୱତୀ ମହାରଣା, ସମ୍ପାଦିକା କନକ ଲତା ମହାନ୍ତି, ସୌଦାମିନୀ ବିଶ୍ଵାଳ, ବବିତା ପରିଡ଼ା, ଲତିକା ସାହୁ, ରୀନାରାଣୀ ପତି ଙ୍କ ସହ ବହୁ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ଆସାମୀକୁ ତୁରନ୍ତ ଗିରଫ ଦାବି କରିଛନ୍ତି।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *