ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ଘୋଷଯାତ୍ରା

ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ଘୋଷଯାତ୍ରା

ଫୋକସ ପ୍ଲସ (ଗୁଣପୁର) ୦୨/୦୭/୨୦୨୨: ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ଗୁଣୁପୁର ରେ ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଛି । ଆଜି ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନି ମଧ୍ୟରେ ଶ୍ରୀଜୀଉଙ୍କ ଧାଡ଼ି ପହଣ୍ଡି ହୋଇ ରଥାରୂଢ କରାଯାଇଥିଲା । ପ୍ରଥମେ ବଡ଼ ରଥକୁ ଭକ୍ତମାନେ ଟାଣିନେଇ ଜନ୍ମବେଦୀ ରେ ପହଞ୍ଚାଇବା ପରେ ସାନ ରଥ କେବଳ ମହିଳା ମାନେ ଟାଣିଥିଲେ । ଏଠାରେ ଆଦିବାସୀ ଓ ବୈଷ୍ଣବ ସଂସ୍କୃତିର ଅପୂର୍ବ ସମନ୍ୱୟ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତାଳପତ୍ରରେ ନିର୍ମିତ ତଲାରୀ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ । ଆଜି ଗୋଟିଏ ଦିନ ହିଁ ରଥଯାତ୍ରା ରେ ଏହି ତଲାରୀ ବିକ୍ରି ହୁଏ । ଚାଷୀ, ଗୋପାଳ ମାନେ ଏହାକୁ କିଣିନେଇଥାନ୍ତି । ତେଣୁ ଏହା ତଲାରୀ ଯାତ୍ରା ନାମରେ ପରିଚିତ । ଏଠାରେ ଅନେକ ବିଶେଷତ୍ୱ ମଧ୍ୟରୁ ଗୋଟିଏ ପଥରେ ଦୁଇଟି ଜଗନ୍ନାଥ ମନ୍ଦିରର ଦୁଇ ରଥ, ଦୁଇଟି ରଥରେ ଅଷ୍ଟ ବିଗ୍ରହ ମାଉସୀ ଘରକୁ ଯାତ୍ରା କରିବା ପରମ୍ପରା ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ତିନି ପ୍ଲାଟୁନ ଫୋର୍ସ ସହ ଦୁଇ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ମୁତୟନ ରହି ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ । ଦେବତ୍ତୋର ବିଭାଗ ପକ୍ଷରୁ ସୁଚାରୁରୂପେ ଯାତ୍ରା ପରିଚାଳନା କରାଯାଇଥିଲା।

 

ଗୁଣପୁରରୁ ସୁନିଲ୍ କୁମାର ସାବତଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *