ବିଜେଡି କର୍ମୀଙ୍କୁ ଗୋଡାଇ ହାଣିଲେ
- ଅପରାଧଆଞ୍ଚଳିକରାଜ୍ୟ
- July 5, 2022
- No Comment
- 119
ଫୋକସ ପ୍ଲସ (ସିମୁଳିଆ) ୦୫/୦୭/୨୦୨୨: ଜଣେ ବିଜେଡି କର୍ମୀଙ୍କୁ ଗୋଡାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁର୍ତ୍ତ| ତେବେ ଯୁବକ ଜଣକ ରକ୍ତାତ ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ |ଏହି ଘଟଣା କୁ ଆଧାର କରି ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା |ଦୁର୍ବୁର୍ତ୍ତଙ୍କୁ ଗିରଫ ଦାବି ନେଇ ସ୍ଥାନୀୟ ଲୋକେ ରାତି ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଉପରେ ବସି ରହିଥିଲେ l ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ଲୋକେ କହିଛନ୍ତି l
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |