ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ସଭା

ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ସଭା

ଫୋକସ ପ୍ଲସ (ବଲାଙ୍ଗୀର) ୦୫/୦୭/୨୦୨୨: ବଲାଙ୍ଗୀର ଜିଲ୍ଲା ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ସୋମେଶ୍ବର ମହାଦେବ ଙ୍କ ମନ୍ଦିର ସ୍ଥିତ ଭୋଗମଣ୍ଡପରେ ଚଳିତ ବର୍ଷ ଶ୍ରାବଣ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ ଙ୍କ ତତ୍ତ୍ଵାବଧାନ ରେ ହୋଇଥିବା ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ସଭାପତିତ୍ବ କରିଥିଲେ। ବୈଠକକୁ ରାଣୀପୁର ଝରିଆଲ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ସମ୍ମାନିତ ଅତିଥିଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଓ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କରୋନା ମହାମାରି ଯୋଗୁଁ ଦୁଇ ବର୍ଷ ପରେ ତନ୍ତ୍ର ମନ୍ତ୍ର ମନ୍ଦିର ମାଳିନୀ ୬୪ ଯୋଗିନୀ ଗଣଙ୍କ ଗହଣରେ ଥିବା ସୋମେଶ୍ବର ମହାଦେବଙ୍କ ପିଠରେ ଚଳିତ ବର୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ବୋଳବମ ବାଳା ଜଳଲାଗି କରିବା ପାଇଁ ବହୁ ସଂଖ୍ୟାରେ ପହଞ୍ଚିବା ଆଶା ରହିଛି । ତେଣୁ ପ୍ରବଳ ଭିଡକୁ ଆଖି ଆଗରେ ରଖି ଆସୁଥିବା ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା କୁ ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା। ପ୍ରତିବର୍ଷ ଭଲି ଏଥର ମଧ୍ଯ ମନସ୍କାମନା କରିଥିବା ଦାତା ମାନଙ୍କୁ ନିଜ ଖର୍ଚ୍ଚରେ ଭୋଗ ବ୍ୟବସ୍ଥା କରି ବୋଳବମ ଭକ୍ତଙ୍କୁ ଯୋଗାଇଦେବା ପାଇଁ କମିଟି ତରଫରୁ ଆମନ୍ତ୍ରିତ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର, ଅଳଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଝଳପ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ , ଗୋପୀନାଥ ସାହୁ , ମଞ୍ଜେସ ମେହେର, କ୍ଷୀରସିନ୍ଧୁ ଭୋଇ, ପର୍ମାନନ୍ଦ ଭୋଇ, ଦୀପକ ଯାଦବ, ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ବର ହଂସ, ଅଶୋକ ଭୋଇ, ଗଣେଶ ସାହୁ , ପ୍ରହଲ୍ଲାଦ ସାହୁ , କିଶୋର ସାହୁ , ହେମନ୍ତ ସାହୁ , ନୌରାଜ ରଣା , ନିତ୍ୟାନନ୍ଦ ପୃଷେଠ ପ୍ରମୁଖ ଉପସ୍ଥିତ ଥିଲେ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *