ହାତୀ ଓ ମଣିଷର ବିବାଦ

ହାତୀ ଓ ମଣିଷର ବିବାଦ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀପଲ ଅଧିକାଂଶ ସମୟରେ ଗାଁ ମୁହାଁ ହୋଇ ବ୍ୟାପକ ଧନଜୀବନ ନଷ୍ଟ କରୁଥିବା ବେଳେ ସେମାନଙ୍କୁ ଘଉଡାଇବାରେ ବିଫଳ ହୋଇଛି ବନ ବିଭାଗ । ବନ ବିଭାଗ ସେହି ଚିରାଚରିତ ଢଙ୍ଗରେ ବାଜା,ବାଣ, ନିଆଁ ହୁଳା ଓ ସ୍ପଟ ଲାଇଟ ଵ୍ୟଵହାର କରି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛି। ଫଳରେ ଉଗ୍ରରୂପ ନେଇଛି ମଣିଷ ହାତୀ ବିବାଦ । ଏହାରି ଭିତରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ମୃତ୍ୟୁ ହେଉଛି । ତେବେ ଏନେଇ ବର୍ତ୍ତମାନ ଅଣ୍ଟା ଭିଡିଛି ବନ ବିଭାଗ । ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।ବିଗତ ୨ରୁ୩ମାସ ମଧ୍ୟରେ ୩ଟି ହାତୀ ମଲେଣି। ହାତୀ ଆକ୍ରମଣରେ ୪ ଜଣ ମଣିଷର ମଧ୍ୟ ଜୀବନ ହାରିଛନ୍ତି । ଶହ ଶହ ଏକର ଜମିରେ ଫସଲ ନଷ୍ଟ ହୋଇଛି । ଏହାର ପ୍ରତିକାର ପାଇଁ ପ୍ରଥମେ ବନ୍ତଳା ବନାଞ୍ଚଳରୁ ଆରମ୍ଭ କରାଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତ୍ୟେକ ଦିନ ୪ରୁ୫ଟି ଟିମ ଏହି ରେଞ୍ଜର ହାତୀ ଉପଦ୍ରଵ କରୁଥିବା ଅଞ୍ଚଳ ଗୁଡିକୁ ଯାଇ ସଚେତନ କରାଉଛନ୍ତି । ଜଙ୍ଗଲ ଭିତରକୁ ଯାଇ ହାତୀଙ୍କର ଗତିବିଧି ଉପରେ ନଜର ରଖିବା ସହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଓ ଫାସ ଖୋଜି ବାହାର କରୁଛନ୍ତି ।ଜିଲ୍ଲାର ଛେଣ୍ଡିପଦା ଓ ବନ୍ତଳା ରେଞ୍ଜରେ ହାତୀ ଉପଦ୍ରଵ ସବୁଠାରୁ ଅଧିକ । ବନ୍ୟଜନ୍ତୁ ବିଶେଷଜ୍ଞ ଓ ପରିବେଶବିତଙ୍କ କହିବା ହାତୀ ସୁରକ୍ଷା ବନ ବିଭାଗ ପାଇଁ ଏକ ଚାଲେଞ୍ଜ ହୋଇଯାଇଛି । ହାତୀମାନଙ୍କୁ ଖାଦ୍ୟ ପାନୀୟର ଅଭାବ ହେତୁ ଜନବସତି ମୁହା ହେଉଛନ୍ତି ଜଙ୍ଗଲୀ ହାତୀ । ତେବେ ବନ ବିଭାଗ ସେ ସବୁ ପ୍ରତି ଦୃଷ୍ଟି ନଦେଇ କେବଳ ହାତୀ ଘଉଡାଇବାରେ ବ୍ୟସ୍ତ ରହୁଥିବା କେତେକ ସ୍ଥାନରେ ଅଭିଯୋଗ ହୋଇଛି । ତେବେ ଏହାର ମୁକାବିଲା କରିବା ପାଇଁ ବନବିଭାଗ ଦୀର୍ଘ ମିଆଦି ସୂତ୍ରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନନେଲେ ଆଗକୁ ପରିସ୍ଥିତି ଜଟିଳ ହୋଇ ପଡିବ ବୋଲି କହିଛନ୍ତି ଜିଲ୍ଲାବାସୀ ।

 

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *