ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ ଦଶ ମାସ ର କୁନି ପୂଅ କୁ କାଖ ରେ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ସ୍ତ୍ରୀ , ନିଜ ସ୍ବାମୀ ଙ୍କ ଚିକିତ୍ସା ପାଂଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ଶେଷରେ ମହିଳା ଜଣକ କାନ୍ଦି କାନ୍ଦି ନେହୁରା ହେଉଛନ୍ତି , ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଦେଉଳା ଗ୍ରାମର ଏହି ହୃଦୟବିଦାରକ ଦୃଶ୍ଯ ଆପଣଙ୍କୁ ଭାବବିହ୍ବଳ ହେବାକୁ ବାଧ୍ଯ କରିବ |

ଟିକଟକ ବିଡ଼ିଓ ରୁ ଆରମ୍ଭ ହୋଇଥିଲା ପ୍ରେମ |ପରେ ବିବାହରେ ପରିଣତ ହୋଇଥିଲା ସମ୍ପର୍କ | ବେଶ ହସଖୁସି ରେ ଚାଲିଥିଲା ଉଭୟଙ୍କ ଜୀବନ ଏଥିମଧ୍ୟରେ ସନ୍ତାନ ପ୍ରାପ୍ତ କରିଥିଲେ ଉଭୟ ଦମ୍ପତି |ଏହି ହସଖୁସି ପରିବାର ଲଦି ହୋଇ ଗଲା ଦୁଃଖର କଳା ପାହାଡ଼ |ମୋ ସ୍ବାମୀ ଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା , ମୋ ଶଙ୍ଖା ସିନ୍ଦୁର କୁ ରକ୍ଷା କରନ୍ତୁ , ଆପଣ ମାନେ ଚାହିଂଲେ ମୋ ସ୍ବାମୀ ଙ୍କୁ ବଞ୍ଚାଇ ପାରିବେ , ବହୁତ ଚେଷ୍ଟା କରି ଶେଷରେ ଆପଣ ମାନଙ୍କୁ ନେହୁରା ହେଉଛି , ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାଂହି , ଯାହା ଥିଲା ସ୍ବାମୀ ଙ୍କ ଚିକିତ୍ସା ରେ ସବୁ ଶେଷ ହୋଇ ଗଲାଣି , ଆମେ ବହୁତ ଗରୀବ ଲୋକ ଆଜ୍ଞା, ସବୁକିଛି ହରାଇ ନିରାଶ ହୋଇ ଆପଣ ମାନଙ୍କ ସାହାଯ୍ଯ ଲୋଡୁଛି , ଆପଣ ମାନଙ୍କ ସାହାଯ୍ଯ ଅର୍ଥ ରେ ମୋ ସ୍ବାମୀ ଙ୍କ ଅପରେସନ ହେଲେ ସେ ବଞ୍ଚି ଯାଇ ପାରିବେ |ଦଶ ମାସ ର କୁନି ପୂଅ କୁ କାଖରେ ଧରି ଏମିତି କାନ୍ଦି କାନ୍ଦି ମହିଳା ଜଣକ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି , ଏ ମହିଳା ଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଂଇ ତାଙ୍କ ଗୁହାରୀ ଶୁଣିଲେ ସମସ୍ତ ଙ୍କ ଆଖି ଛଳ ଛଳ ହେଇ ଯାଉଛି,ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଦେଉଳା ଗ୍ରାମର ସୁଶିଲ ସେଠୀ ପରିବାର ପ୍ରତିପୋଷଣ ପାଂଇ ବମ୍ବେ ଯାଇ ସେଠାରେ ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବରେ କାର୍ଯ୍ଯ କରୁଥିଲେ , ପିଲାଟି ଦିନ ରୁ ବାପା ମା ଙ୍କୁ ହରାଇ ଥିବା ସୁଶିଲ ଗତ ଦୁଇ ବର୍ଷ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ଦଶ ମାସ ର ଏକ ପୂତ୍ର ସନ୍ତାନ ରହିଛି , ସ୍ତ୍ରୀ ଓ କୂନି ପୂଅ କୁ ନେଇ ବେଶ ହସ ଖୁସି ରେ ରହୁଥିବା ପରିବାର ରେ ସତେ ଯେମିତି କଳା ବାଦଲ ଘୋଟି ଆସିବା ପରି ଗତ 8 ଦିନ ପୂର୍ବରୁ ହଠାତ ସୁଶୀଲ ଙ୍କ ଉଚ୍ଚ ରକ୍ତଚାପ ବୃଦ୍ଧି ହେବା ସହ ବ୍ରେନ୍ ହାମରେଜ ହୋଇଯିବା ପରେ କୋମା ଅବସ୍ଥାକୁ ଚାଲି ଯାଇଛନ୍ତି, ସେଠାରେ ରହୁଥିବା ସାଙ୍ଗସାଥୀ ମାନେ ସୁଶୀଲ ଙ୍କୁ ସଙ୍ଗେ ସଙ୍ଗେ ନେଇ ବମ୍ବେ ସ୍ଥିତ ତନୱାର ହସପିଟାଲ ରେ ଭର୍ତ୍ତି କରାଇ ଥିଲେ , ଏପଟେ ଗାଆଂ ରେ ରହୁଥିବା ତାଙ୍କ ସ୍ତ୍ରୀ ମାମିନା ଙ୍କ ପାଖରେ ଖବର ପହଞ୍ଚିବା ମାତ୍ରେ ସେ ସମସ୍ତ ସୁନା ଗହଣା ବିକ୍ରି କରି ସ୍ବାମୀ ଙ୍କ ଚିକିତ୍ସା ପାଂଇ ଟଙ୍କା ପଠାଇଥିଲେ ମଧ୍ଯ ଡାକ୍ତର କହିଛନ୍ତି ଅପରେସନ ପାଂଇ 20 ରୁ 25ଲକ୍ଷ ଟଙ୍କା ଆବଶ୍ଯକ , ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ରୁ ଉର୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ଥିଲେ ମଧ୍ଯ ସୁଶୀଲ ଚେତାଶୂନ୍ୟ ହୋଇ କୋମାରେ ପଡିରହିଛନ୍ତି, ତେଣୁ ସ୍ବାମୀ ଙ୍କ ଚିକିତ୍ସା ପାଇଁ ସବୁ ଆଡୁ ନିରାଶ ହୋଇ ଶେଷରେ କୂନି ପୂଅ କୁ କାଖରେ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି, ନିଜ ଶଙ୍ଖା ସିନ୍ଦୁର କୁ ବଞ୍ଚାଇ ରଖିବା ପାଂଇ ମାମିନା ଙ୍କ ବୁକୁ ଫଟା କାନ୍ଦ ଦେଖି ସାହି ପଡିଶା ବି କାନ୍ଦି ପକାଉଛନ୍ତି |

ସୁଶୀଲ ଜଣେ ଅତ୍ଯନ୍ତ ଗରୀବ ପରିବାର ର ହୋଇ ଥିବା ବେଳେ ତାଙ୍କର ରାସନ କାର୍ଡ କିମ୍ବା ରାଜ୍ଯ ସରକାର ଙ୍କ ପକ୍ଷରୁ ଦିଆ ଯାଇଥିବା ସ୍ବାସ୍ଥ୍ଯବୀମା କାର୍ଡ ମଧ୍ଯ ନାହିଁ |କେବଳ ଘର ଖଣ୍ତିଏ ବ୍ଯତୀତ ତାଙ୍କ ପାଖରେ ଆଉ କିଛି ବି ସମ୍ବଳ ନାହିଁ | ଚିକିତ୍ସା ପାଇଁ ଏତେ ଟଙ୍କା ଦରକାର ଡାକ୍ତର ଙ୍କ ଠୁ ଶୁଣିବା ପରେ ସ୍ତ୍ରୀ ମାମିନା ଙ୍କ ପାଦ ତଳୁ ମାଟି ଖସି ଯାଇଛି |କଣ କରିବେ ନାହିଁ ଭାବି ଶେଷରେ ଉପାୟ ଶୂନ୍ଯ ହୋଇ ନିଜ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ ଲୋଡିଛନ୍ତି ଜନସାଧାରଣଙ୍କ ସାହାଯ୍ଯ |ମାମିନା ଙ୍କ ଏଭଳି ଦୁଖଃ ଦେଖି ସାହି ପଡିଶା ଗ୍ରାମବାସୀ ମାନେ ନିଜ ସାଧ୍ଯ ମତେ ସାହାଯ୍ଯ କରୁଛନ୍ତି |

ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାରୀ ସ୍ତର ରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ତାଙ୍କ ର ଜୀବନ ବଞ୍ଚି ଯାଇ ପାରନ୍ତା |ଆମେ ମଧ୍ଯ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ |କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟ ଙ୍କ ସାହାରା ପାଲଟିଛନ୍ତି|ଏବେବି ଆପଣ ମାନଙ୍କ ସହଯୋଗ ମାମିନା ଙ୍କ ସିନ୍ଦୁର ବଞ୍ଚାଇବାରେ ସାହାଯ୍ଯ କରିବ ବୋଲି ଆଶା କରୁଛୁ |ଯଦି କେହି ସହୃଦୟ ବଦାନ୍ଯ ବ୍ଯକ୍ତି ତାଙ୍କୁ ସାହାଯ୍ଯ କରିବାକୁ ଚାହାନ୍ତି ତାହାଲେ ତାଙ୍କ ଭାଇ ଙ୍କ ବ୍ଯାଙ୍କ ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ରେ ଟଙ୍କା ପଠାଇ ପାରିବେ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *