ଅନ୍ତର୍ଜାତୀୟ ଓପନ ତାଏକୋଣ୍ଡା ପ୍ରତିଯୋଗିତା

ଅନ୍ତର୍ଜାତୀୟ ଓପନ ତାଏକୋଣ୍ଡା ପ୍ରତିଯୋଗିତା

ଫୋକସ ପ୍ଲସ (ବୀରମହାରାଜପୁର)୦୯/୦୭/୨୦୨୨:  ବ୍ରୋଞ୍ଜ ପଦକ ହାସଲ କଲେ ବୀରମହାରାଜପୁରର ଏହେସାସ ବିଦେଶ ମାଟିରେ ପୁଣି ଥରେ କମାଲ ଦେଖାଇଛନ୍ତି ଓଡିଆ ପୁଅ ଏହେସାସ । ଦକ୍ଷିଣ କୋରିଆର ଗାଙ୍ଗୱାନ ପ୍ରୋଭିନନ୍ସର ରାଜଧାନୀ ଚାନଟିଓନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଓପନ ତାଏକୋଣ୍ଡା ପ୍ରତିଯୋଗିତା – ୨୦୨୨ରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅନ୍ତର୍ଜାତୀୟସ୍ତରରେ ପଦକ ହାସଲ କରି ସେ ସୁବର୍ଣ୍ଣପୁର ଜିଲ୍ଲା, ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଛନ୍ତି । ପୂର୍ବରୁ ଏହେସାସ ୭ଥର ବିଶ୍ଵ ତାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିଣିଛନ୍ତି ।

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମୂଲ୍ୟମଣି ରାଣୀପୁର ଗାଁର ଯୁବ କ୍ରୀଡାବିତ୍ ତଥା ଆନ୍ତର୍ଜାତୀୟ ତାଏକୋଣ୍ଡୋ ଖେଳାଳି ଏହେସାସ ହୋତା (୨୩) । ଭାରତୀୟ ଟିମ୍ ସହ ଗତ ୨୭ ତାରିଖରେ ସେ କୋରିଆ ଅଭିମୁଖେ ଯାତ୍ରା କରିଥିଲେ । ଦକ୍ଷିଣ କୋରିଆର ଚାନଟିଓନର ହୋବନ ଜିମ୍ ଷ୍ଟାଡିୟମରେ କୁନ୍ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ଜି – ୨ ବ୍ୟାଙ୍କିଙ୍ଗ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ସେ ଭାରତ ପକ୍ଷରୁ ପ୍ରତିନିଧୂତ୍ବ କରିଥିଲେ । ଏହେସାସଙ୍କ ସଫଳତା ନେଇ ସୁବର୍ଣ୍ଣପୁର ଜିଲାପାଳ ଅବୋଲି ସୁନିଲ ନରୱଣେ, ଓଡିଶା ରାଜ୍ୟ ତାଏକୋଣ୍ଡୋ ସଂଘ ସମ୍ପାଦକ ମନମୋହନ ଭଞ୍ଜ, ସୁବର୍ଣ୍ଣପୁର ଜିଲା କ୍ରୀଡା ଅଧିକାରୀ ଅଭିଳାଶ ପୁରୋହିତ, ଜିଲା ତାଏକୋଣ୍ଡୋ ସଂଘ ସଭାପତି ରବିନ୍ଦ୍ର ହୋତା ଓ କ୍ରୀଡାପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି । ଏହେସାସ ଏହି ସଫଳତାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଦକ୍ଷିଣ କୋରିଆର ନାଜରାନି ବିଶ୍ବବିଦ୍ୟାଳୟରେ ୯୦ ଦିନିଆ ଆଡଭାନ୍ସ ତାଲିମ ନେବା ପାଇଁ ସେ ମନୋନୀତ ହୋଇଛନ୍ତି । ଓଡିଶାରୁ ପ୍ରଥମ ଥର ପାଇଁ ଏହେସାସଙ୍କୁ ଏଭଳି ଏକ ତାଲିମ ନେବାର ସୁଯୋଗ ମିଳିଛି । ଏଥିପାଇଁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସହଯୋଗ ମିଳିନି । ନିଜେ ଅର୍ଥ ଯୋଗାଡ କରି ସେ କୋରିଆ ଯାଇଛନ୍ତି । ଏହି ଯୁବ କ୍ରୀଡାବିତ୍‌ଙ୍କୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଆହୁରି ସଫଳତା ହାସଲ କରି ଦେଶକୁ ଗୌରବାନ୍ଵିତ କରିବେ ବୋଲି ଆଶା କରାଯାଉଛି ।

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.