ଅବ୍ୟବସ୍ଥା ଘେରରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ

ଅବ୍ୟବସ୍ଥା ଘେରରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ

ଫୋକସ ପ୍ଲସ (ଅନୁଗୋଳ)୧୫/୦୭/୨୦୨୨:ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିକାଶ କରୁଥିବାର ସରକାରଙ୍କର ପଦା କୁ ଆସିଲା ଆଉ ଏକ ନଗ୍ନ ଚିତ୍ର, ଏ ଚିତ୍ର, ଯାହାକି ଏହା ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୁହେଁ ଇଏ ହେଉଛି ଅନୁଗୁଳ ଜିଲ୍ଲାର ବଡ଼ ମେଡିକାଲ କୁହାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଦୃଶ୍ୟ |

ଯେଉଁଠି କି ପୋଷ୍ଟର ଓ ଆଡ଼ଭାଟଆଜମେଣ୍ଟ ରେ କେବଳ ବିକାଶ ହେଉ ଥିବାର ର ଛବି ଦେଖିବକୁ ମିଳିଛି | ଯେଉଁଠି ମହିଳା ଭେଷଜ ୱାର୍ଡ ତଥା ପାଞ୍ଚ ତାଲା ବିଶିଷ୍ଟ କୋଠା ଉପରକୁ ପାନୀୟ ଜଳ ହେଉ କିମ୍ବା ପରିମଳ ବ୍ୟବସ୍ଥା ର କୌଣସି ପ୍ରକାର ର ସୁବିଧା ଉପଲବ୍ଧ ନଥିବାର ଚିତ୍ର ପ୍ରମାଣିତ କରେ ବଡ଼ ମେଡିକାଲ ର ନାମ ପାଇଥିବା ଥିବା ଏ ମୁଖ୍ୟ ଚିକିତ୍ସାଳୟ ର ବ୍ୟବସ୍ଥା କେତେ ସୁଦୃଢ l

ଦର୍ଶକ ବନ୍ଧୁ ଏ କଥା ଆମେ କାହିଁକି ଆଲୋଚନା କରୁଛୁ ଟିକେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ, ଦୁଇ ହାତରେ ଦୁଇଟି ବାଲଟି ଧରି କେହି ଜଣେ ଝିପି ଝିପି ବର୍ଷା ରେ ରାତିରେ ପାନୀୟ ଜଳ ନେଇ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମହିଳା ଭେସଜ ୱାର୍ଡ କୁ ଯାଉଛନ୍ତି

ଯଦି ପରିମଳ ବ୍ୟବସ୍ଥା ର ଦୃଶ୍ୟ କହିବା ଟିକେ ଭଲ କରିଦେଖନ୍ତୁ ଏ ମହିଳା ଭେସଜ ୱାର୍ଡ ରେ ଥିବା ପୁରୁଷ ଟଏଲେଟ କୁ ଯେଉଁଠି ନାଁ କୌଣସି ଟ୍ୟାପ ରୁ ଏଠି ଜଳ ନିର୍ଗତ ହେଉଛି l ନାଁ କୌଣସି ସୁବ୍ୟବସ୍ଥା ଏଠି କାର୍ଯ୍ୟ କରୁଛି l

ଯଦି ଏବବାଦ ରେ କୌଣସି ରୋଗୀ ଙ୍କ ସମ୍ପର୍କୀୟ ଭେସଜ ୱାର୍ଡ ରେ ରାତ୍ର ରେ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ପାନୀୟ ଜଳ ର ସମସ୍ୟା ଓ ଅସୁବିଧା ର କଥା କହୁଛନ୍ତି,ତାହେଲେ ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କ ର ରାତି ସମୟରେ ଦେଖା ତ ମିଳିବା ଦୂରର କଥା ଏବବାଦ ରେ ଦିଦି ଙ୍କର ନିଦୁଆ ଅବସ୍ଥା ର ପ୍ରତିଉତ୍ତର ଶୁଣି ଅନୁଭବ ହୁଏ ଯେ ରାତିରେ ଭେସଜ ୱାର୍ଡ ର ଦାୟିତ୍ୱ ରେ ଥିବା କର୍ମଚାରୀ ମାନେ ଏଠି କେତେ ଯତ୍ନବାନ….

ଯଦି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ର ପ୍ରତେକ ଦିନ ରୋଗୀ ମାନଙ୍କ ନିମନ୍ତେ ଦୈନିକ ସାଧାରଣ ଖାଦ୍ୟ ର ଚାର୍ଟ ଦେଖିବା,ତାହାହେଲେ ତାହାର ବାସ୍ତବ ଚିତ୍ର କିଛି ଅଲଗା,ଯାହାକି ସକାଳ ଜଳଖିଆ ପାଇଁ ପ୍ରସ୍ତୁତ ଚାର୍ଟ ଖାଦ୍ୟ ଦିଆଯିବା ସମୟରେ ପୁରା ଅଲଗା…..

ପୁଣି ବଡ଼ ବଡ଼ ଅକ୍ଷର ରେ ଏଠି ଦର୍ଶାଇ ଦିଆ ଯାଇଛି ଯେ ଏହା 100 ଶଯ୍ୟା ବିଶିଷ୍ଟ କିନ୍ତୁ ପ୍ରକୃତ ଚିତ୍ର ଯଦି ଦେଖବେ ତାହେଲେ ଆପଣ ଠିକି ବୁଝିବେ ଯେ ପ୍ରକୃତରେ ପୋଷ୍ଟରରେ ଲେଖି ବଡ଼ ବଡ଼ ବିଜ୍ଞାପନ ଦେବା ଓ ବାସ୍ତବ ରେ ପୁରା ground zero ରେ ଏହା କେତେ କାର୍ଯ୍ୟକ୍ଷମ…

ଆମ ରାଜ୍ୟ ସରକାର ଏବେ ସ୍ୱାସ୍ଥ୍ୟ ଅବସ୍ଥା କୁ 5t ମୋ ସରକାର ଭଳି ଯୋଜନାରେ ସାମିଲ କରୁଥିବା ବେଳେ ବାସ୍ତବ ରେ ଏହା କେତେ କାର୍ଯ୍ୟ
କ୍ଷମ ତାହା ଏହି visual ହିଁ କହିବ….?

ଏବବାଦ କିଛି ଅଧିକ ସୂଚନା ପାଇଁ ଆମ ପ୍ରତନିଧି ଯେତେବେଳେ CHIEF DISTRICT MEDICAL OFFICER ଙ୍କୁ ଫୋନ ଯୋଗେ ପ୍ରଥମେ ଯୋଗାଯୋଗ କରି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ କିନ୍ତୁ CDMO କହିଲେ ମୁଁ ବାହାରେ ଗୋଟେ ମିଟିଂରେ ଅଛି ବୋଲି କହିଥିଲେ

ତ ଏଠି ପ୍ରଶ୍ନ ଉଠୁଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ରୋଗୀ ମାନଙ୍କ ସମସ୍ୟା ତଥା ଅଭିଯୋଗ ବାବଦ ରେ ସତ୍ୟାସତ୍ୟ ବୁଝିବାକୁ ଚେଷ୍ଟା କରିଥିବା ବଳେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ପ୍ରତିକ୍ରିୟା ନମିଳିପାରିବା ଓ 5T ମୋ ସରକାର ଭଳି ଯୋଜନା ରେ ସାମିଲ ହୋଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିମ୍ନସ୍ତର ର କର୍ମଚାରୀ ମାନଙ୍କ କାର୍ଯ୍ୟ ତତ୍ପରତା ହିଁ ସୂଚାଇ ଦେଉଛି ଯେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଠି କେତେ କାର୍ଯ୍ୟକ୍ଷମ |

ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *