ପ୍ରବାସରେ ଓଡ଼ିଆ ମାଟିର ମହକ

ପ୍ରବାସରେ ଓଡ଼ିଆ ମାଟିର ମହକ

ଫୋକସ ପ୍ଲସ (ବ୍ୟୁରୋ)୨୬/୦୭/୨୦୨୨: ଜୀବନରେଖା ଥିଏଟର ତରଫରୁ ଦୁଇଟି ନାଟକ “ସମୁଦ୍ରରେ ରାଜହଂସୀ” ଓ “ଆଧେ ଅଧୁରେ” ମଞ୍ଚସ୍ଥ ହୋଇଥିଲା ବାଙ୍ଗାଲୋରର ହ୍ଵାଇଟଫିଲଡ଼ ଠାରେ ଥିବା ଜାଗୃତି ଥିଏଟରରେ । ଏହି ସୁନ୍ଦର ନାଟକ ଦ୍ୱୟକୁ ଶତାଧିକ ଦର୍ଶକ ଉପଭୋଗ କରିବା ସହିତ ନିଖୁଣ ଅଭିନୟ ଓ ଚମତ୍କାର ନିର୍ଦ୍ଧେଶନାକୁ ପ୍ରଶଂସା କରିଥିଲେ ।

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପରିବାର ତରଫରୁ ପ୍ରବାସରେ ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର ସହିତ ନିଚ୍ଛକ ନାଟକ ସ୍ୱରୂପକୁ ଲୋକପ୍ରିୟ କରିବା ପ୍ରୟାସରେ ଜୀବନରେଖା ଥିଏଟରର ନିର୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସମସ୍ତ କାର୍ଯ୍ୟକାର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଚେୟାରମ୍ୟାନ ଓ ବୈଜ୍ଞାନିକ ଡ଼ଃ ଶରତ ଚନ୍ଦ୍ର ଦାଶ, ଅନୁଷ୍ଠାନ ତରଫରୁ ଶ୍ରୀ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ଶ୍ରୀ ବାଲ୍ମୀକି ନାୟକ, ଶ୍ରୀ ତାପସ ରାଜ୍ ମହାରଣା, ଶ୍ରୀ ପ୍ରଶାନ୍ତ କୁମାର ନାଥ, ଶ୍ରୀମତୀ ଯାଜ୍ଞାସେନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥାଇ ଦୁଇଟି ନାଟକର ନିର୍ଦ୍ଦେଶକ ଶ୍ରୀ ଅଭିନ୍ନ ରାଉତରାୟ, ଅଭିନେତା ଶ୍ରୀ ପବିତ୍ର ମହାନ୍ତି, ଅଭିନେତ୍ରୀ ଶ୍ରୀମତୀ ମମତା ତ୍ରିପାଠୀ, ଅଭିନେତା ରୋହନ ୟାଦବ, ଅଭିନେତ୍ରୀ ସମର୍ପିତା ଦାଶ, ରାଜଶ୍ରୀ, ଅଭିନେତ୍ରୀ ଶିବାଙ୍ଗୀ, ସତ୍ୟ ,ଅଭିନେତା ନନ୍ଦି, ସୁନୀଲ ପଟ୍ଟନାୟକ, ଅମରେନ୍ଦ୍ର ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଡ଼ଃ ପ୍ରତାପ ପାଣି, ଶ୍ରୀ ସୁବାସ ସାହୁ, ଶ୍ରୀ ସୁନୀଲ ମିଶ୍ର ବହୁ ପ୍ରତିଷ୍ଠିତ ବାଙ୍ଗାଲୋର ଓଡ଼ିଆ ମଧ୍ୟ ଯୋଗ ଦେଇଥିଲେ । ନାଟକ ଶେଷରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସଦସ୍ୟ ଓ ଯୁବ ଲେଖକ ଶ୍ରୀ ପବିତ୍ର ବେହେରାଙ୍କର ପୁସ୍ତକ “ଭିନ୍ନ ଏକ ସୁପ୍ରିୟା” ଉନ୍ମୋଚିତ ହୋଇଥିଲା । ଏହି କ୍ରମରେ ଆଗକୁ ମଧ୍ୟ ଓଡ଼ିଆ ନାଟକ ବାଙ୍ଗାଲୋର ସହରରେ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ଓ ଜୀବନରେଖା ଥିଏଟର ପକ୍ଷରୁ କୁହାଯାଇଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *