ଏଣିକି ଏଟିଏମରୁ ଟଙ୍କା ଉଠାଣ ହେବ ଅଧିକ ସୁରକ୍ଷିତ

ଏଣିକି ଏଟିଏମରୁ ଟଙ୍କା ଉଠାଣ ହେବ ଅଧିକ ସୁରକ୍ଷିତ

ଫୋକସ ପ୍ଲସ (ବ୍ୟୁରୋ)୨୬/୦୭/୨୦୨୨: ଦେଶର ସବୁଠୁ ବଡ ଜାତୀୟକରଣ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ସୁରକ୍ଷା ପାଇଁ ନିଜ ନିୟମରେ ଅପଡେଟ୍ ପରେ ଅପଡେଟ୍ କରିଚାଲିଛି । ଗ୍ରାହକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି ବ୍ୟାଙ୍କ । କହିବାକୁ ଗଲେ ନିଜ ଗ୍ରାହକଙ୍କୁ ଫାଇଭ୍ ଷ୍ଟାର ଫ୍ୟାସିଲିଟି ଦେବାକୁ ତତ୍ପର ହୋଇଛି ବ୍ୟାଙ୍କ । ସେଥିପାଇଁ ଲଗାତାର କିଛି ନା କିଛି ପରିବର୍ତ୍ତନ କରିଚାଲିଛି ବ୍ୟାଙ୍କ । ଏଥିମଧ୍ୟରେ ଗୋଟିଏ ହେଉଛି ଏଟିଏମ୍ ଓଟିପି ନମ୍ବର ।

ଅର୍ଥକୁ ଅଧିକ ସୁରକ୍ଷିତ କରିବାକୁ ଏସବିଆଇ ଆହୁରି ପାଦେ ଆଗେଇଛି । ଏଣିକି ଏଟିଏମରୁ ଟଙ୍କା ଉଠାଇବା ହେବ ଆହୁରି ଅଧିକ ସୁରକ୍ଷିତ । ଏଟିଏମରୁ ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଦେବାକୁ ପଡିବ ଓଟିପି ନମ୍ବର । ଯେଉଁମାନେ ଏସବିଆଇ ଏଟିଏମରୁ ୧୦ ହଜାର ଟଙ୍କା ଉଠାଇବେ ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରିଛି ଏସବିଆଇ ।

ଏଟିଏମ କାରବାରରେ ଠକେଇବାକୁ ଏପରି ନିଷ୍ପତ୍ତି ନେଇଛି ଏସବିଆଇ । ଅବଶ୍ୟ ଏସବିଆଇର ଏଭଳି ନିୟମ ଦୁଇ ବର୍ଷ ତଳର । ଏଭଳି ନିୟମ ଆଣିବା ପୂର୍ବରୁ ୨୦୧୯ ଡିସେମ୍ବର ୨୬ ତାରିଖରେ ଏନେଇ ସୂଚନା ଦେଇଥିଲା ବ୍ୟାଙ୍କ । ପୂର୍ବ ସୂଚନା ଅନୁସାରେ ୨୦୨୦ ଜାନୁଆରୀ ପହିଲାରେ ପୂର୍ବ ସୂଚନା ଅନୁସାରେ ୨୦୨୦ ଜାନୁୁଆରୀ ପହିଲାରୁ ଏହି ନିୟମ ଲାଗୁ ହୋଇଆସିଛି । ତେବେ ଯେଉଁମାନେ ଏସବିଆଇର ଏହି ନିୟମ ବିଷୟରେ ଜାଣି ନାହାଁନ୍ତି ସେମାନେ ଏହା ଜାଣିବା ନିହାତି ଆବଶ୍ୟକ । ତେଣୁ ବ୍ୟାଙ୍କ ଏନେଇ ପୁଣି ଗ୍ରାହକଙ୍କୁ ସୂଚାଇଛି ।

ଯଦି ଆପଣ ଏଟିଏମରୁ ୧୦ ହଜାର କିମ୍ବା ତାଠାରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଟଙ୍କା ଉଠାଇବା ସମୟରେ ଆପଣଙ୍କ ପଞ୍ଜିକୃତ ନମ୍ବରକୁ ଏକ ଓଟିପି ଆସିବ । ଏହି ନମ୍ବର ଏଟିଏମରେ ପୂରଣ କରିବା ପରେ ଆପଣ ଟଙ୍କା ଉଠାଇପାରିବେ । ଏଥିରେ ଗୋଟିଏ ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କ ପାଖକୁ ଗୋଟିଏ ଓଟିପି ଆସିବ ।

ତେଣୁ ମନେକରି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଥିଲେ ସାଙ୍ଗରେ ନିଜର ରେଜିଷ୍ଟର୍ଡ ମୋବାଇଲ ନେଇ ଯିବାକୁ ଆଦୌ ଭୁଲନ୍ତୁ ନାହିଁ ।ଆଉ ଗୋଟେ କଥା ହେଉଛି ଯଦି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କ ବ୍ୟାଙ୍କ ଆକଉଣ୍ଟରେ ରେଜିଷ୍ଟର ହୋଇନାହିଁ ତେବେ ଏହାକୁ ଯଥାଶୀଘ୍ର କରାଇନିଅନ୍ତୁ ।

♻️ ଏହା କିପରି କାର୍ଯ୍ୟ କରେ ଜାଣି ରଖନ୍ତୁ । 👇

ଆପଣ ଯେତେବେଳେ ଏଟିଏମରୁ ଟଙ୍କା ଉଠାଉଛନ୍ତି , ଆପଣଙ୍କ କାର୍ଡ ସ୍ୱାବ କରୁଛନ୍ତି,ସେଠି ଆପଣଙ୍କୁ ଭ୍ୟାଲ୍ୟୁ କଲମ୍ ପୂରଣ କରିବାକୁ ପଡିବ । ଯଦି ଭ୍ୟାଲ୍ୟୁ ୧୦ ହଜାରରୁ ଅଧିକ ଲେଖୁଛନ୍ତି ତାହେଲେ ଆପେଆପେ ଓଟିପି ନମ୍ବର ଭରିବାକୁ ଅପ୍ସନ୍ ଆସିବ ।ଏହି ଓଟିପି ନମ୍ବର ବ୍ୟାଙ୍କ ପକ୍ଷରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲକୁ ହିଁ ଯିବ । ଓଟିପି ନମ୍ବର ଲେଖିଲା ମାତ୍ରେ ଆପଣଙ୍କ ୱିଦଡ୍ରଲ ସଫଳ ହେବ ।

ଗ୍ରାହକଙ୍କ ଟଙ୍କାକୁ ଏଟିଏମରୁ ହଡପ କରାଯାଉଥିବା ମାମଲା ବାରମ୍ବାର ଆସିବା ପରେ ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କ ଏପରି ନିୟମ କରିଛି । ତେବେ ଗ୍ରାହକ ବି ସତର୍କ ରହିବା ଜରୁରୀ । କେବେ କାହା ସହ ନିଜ ଓଟିପିକୁ ସେୟାର କରନ୍ତୁ ନାହିଁ ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *