ବିଦ୍ୟାଳୟରେ ତାଲା ପକାଇବା ଘଟଣା,  ମୁଣ୍ଡ ନୁଆଇଲେ ବିଇଓ

ବିଦ୍ୟାଳୟରେ ତାଲା ପକାଇବା ଘଟଣା, ମୁଣ୍ଡ ନୁଆଇଲେ ବିଇଓ

ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୨୭/୦୭/୨୦୨୨:ଦୁଇଦିନ ଧରି ସ୍କୁଲ ପରିସରରେ ପଡ଼ିଥିଲା ତାଲା ଆଉ ତାଲା ପକାଇଥିଲେ ଛାତ୍ର ଛାତ୍ରୀ ଓ ଅଭିଭାବଙ୍କ । ସ୍କୁଲ ଶିକ୍ଷକ ନିରଞ୍ଜନ ବେହେରା ଙ୍କୁ ବଦଳି ହେଉଥିବା ଜାଣି ଏଭଳି କରିଥିଲେ ପିଲା ମାନେ । ଏମିତି ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତର ଥିବା ପାଟକୁମାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସେହି ବିଦ୍ୟାଳୟରେ ଆଠ ବର୍ଷ ଧରି ଛାତ୍ର ଛାତ୍ରୀ ଙ୍କୁ ଭଲ ଭାବେ ଶିକ୍ଷାଦାନ କରିଆସୁଛନ୍ତି , ଯାହାକୁ ନେଇ ଶିକ୍ଷକ ଙ୍କୁ ଛାଡ଼ିବାକୁ ରାଜି ନଥିଲେ ପିଲାମାନେ ଓ ତାଙ୍କ ଅଭିବାହାକ । ରାଜନଗର ବିଇଓ ଓ ସିଆର୍ ସି ଶିକ୍ଷକ ଜଣକୁ ବଦଳି କରୁଥିବାର ଖବର ଜାଣିବା ପରେ ଦୁଇଦିନ ଧରି ସ୍କୁଲ କୁ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା । ଶେଷରେ ରାଜନଗର ବିଇଓ ମନୋରଞ୍ଜନ ସେଠୀ ଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ପହଞ୍ଚି ଅଭିବାହକ ଓ ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରି ଶିକ୍ଷକ ଙ୍କୁ ଆଉ ବଦଳି କରାଯିବ ନାହିଁ ବୋଲି କହିଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

 

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *