ମନରେଗା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି

ମନରେଗା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି

ଫୋକସ ପ୍ଲସ (ଛତ୍ରପୁର)୨୭/୦୭/୨୦୨୨: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିମା ଦାସ ଓ ସମିତି ସଭ୍ୟ ରାମଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ବଉଳଗାଁ, ଦିବ୍ୟସିଂହପୁର, ନିମପଲ୍ଲି , ଭାଗିରଥିପୁର , ଋକୁଣିଗାଁ ଓ ନନ୍ଦପଣ୍ଡାପଲ୍ଲିର ଶତାଧିକ
ଜବ କାର୍ଡ ଧାରୀ ଶ୍ରମିକ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ମାନେ ମନରେଗା ଯୋଜନାରେ ନିର୍ମାଣ ପ୍ରକଳ୍ପ ଗୁଡ଼ିକରେ ବହୁ ବାଧା ସୃଷ୍ଟି ହେଉଥିବା ନେଇ ଭାରପ୍ରାପ୍ତ ବିଡ଼ିଓ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାର ଗରୀବ, ଖଟିଖିଆ ଓ ପ୍ରବାସୀ ଓଡ଼ିଆଙ୍କୁ ମନରେଗା ଯୋଜନାରେ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବଉଳଗାଁ ପଞ୍ଚାୟତରେ ଚାଲିଥିବା ମନରେଗା ଯୋଜନାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ କିଛି ଅସାଧୁ ରାଜନୈତିକ ଅସଫଳ ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ରଖି ବାରମ୍ବାର ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି। ଗତ କିଛି ଦିନ ତଳେ ପଞ୍ଚାୟତର ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲା ପରିଷଦର ଏକ ଟିମ୍ ସମୀକ୍ଷା କରି କାମ ଠିକ୍ ଥିବା କହି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜଣେ ବ୍ୟକ୍ତି ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ନିମନ୍ତେ ଧମକ ଚମକ ଦେଇ କାମ ବନ୍ଦ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଯାହା ଫଳରେ କି ପଞ୍ଚାୟତର ଅନେକ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହା ସହ ପ୍ରବାସୀ ଶ୍ରମିକ, ଗାଁ ର ଗରିବ ଶ୍ରେଣୀର ପରିବାର ମନରେଗା କାମ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ କି ସରକାରଙ୍କ ଦ୍ଵାରା ପ୍ରଣୀତ ମନରେଗା ଯୋଜନା ଅସଫଳ ହେଉଛି। ଏଣୁ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଗୁଡ଼ିକୁ ତଦନ୍ତ କରି ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛନ୍ତି। ନଚେତ୍ ପଞ୍ଚାୟତର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ପୂର୍ଣ୍ଣ ଚନ୍ଦ୍ର ପାଢି, ରଞ୍ଜନ ଦାସ, ପ୍ରିୟ ରଞ୍ଜନ ମିଶ୍ରଙ୍କ ସମେତ ଶତାଧିକ ଜବ କାର୍ଡ ଧାରୀ ଶ୍ରମିକମାନେ ଉପସ୍ଥିତ ଥିଲେ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *