ବେସାହାରା ସୁମତି

ବେସାହାରା ସୁମତି

ଫୋକସ ପ୍ଲସ(ପାଲହଡା) ୨୮/୦୭/ ୨୦୨୨: କୁହାଯାଏ,ଯେତେବେଳେ ବିପଦ ଆସେ ତାହା ବନ୍ଧୁ ବାନ୍ଧବ କୁଟୁମ୍ବଙ୍କୁ ଧରି ଆସିଥାଏ | ଏହାର ସତ୍ୟତା ଦେଖାଦେଇଛି, ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖେମେଳା ପଞ୍ଚାୟତ ବାରକୋଟିଆ ଗାଁରେ | ବାପା ମା’ ଙ୍କୁ ହରାଇ ଏବେ ବେସାହାରା ପାଲଟି ଯାଇଛି ଏହି ଗାଁର 16 ବର୍ଷର ଶିଶୁ ସୁମତି କିସାନ l ଆଜକୁ ଦଶ ବର୍ଷ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ସୁମତିର ମା ‘ | ଆଉ ବର୍ତ୍ତମାନ କୀଡୀନି ରୋଗରେ ପୀଡିତ ହୋଇ ସପ୍ତାହେ ତଳେ ବାପା ପ୍ରାଣ ହରାଇଛନ୍ତି | ବାପା ମାଙ୍କୁ ହରାଇ ସୁମତି ଭାଙ୍ଗି ପଡ଼ିଥିବା ବେଳେ ଏବେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତା, କେମିତି ୨ ଓଳି ଖାଦ୍ୟ ଖାଇବେ, କେମିତି ପାଠ ପଢିବେ , ଓ କେମିତି ଚଳିବେ l ଏକଥା ଭାବିଲା ବେଳକୁ ବଡ଼ ଆଚମ୍ବିତ ଲାଗୁଛି l ବାପା ରୋଗରେ ଆକ୍ରାନ୍ତ ହେବା ସ୍ୱତେ ନିଜସ୍ୱ ଉଦ୍ୟମରେ ସୁମତିଙ୍କ ପାଠପଢା ଜାରି ରଖିଥିଲେ , ନିକଟରେ 411 ନମ୍ବର ରଖି ଦଶମ ପାସ ମଧ୍ୟ କରିଛନ୍ତି ସୁମତି l ହେଲେ କଲେଜରେ ପଢିବା ପାଇଁ ଇଛା ଥିଲେ ବି ଏସବୁ ତାଙ୍କ କ୍ଷେତ୍ରରେ ସମ୍ଭବ ପରି ଲାଗୁନାହିଁ l

ଏ ହେଉଛି ସେହି ଚାଳ ଛପର ଜରି ପାଲ ଟଙ୍ଗା ସନ୍ତସନ୍ତିଆ ଘର, ଯେଉଁଠି ବାପ ଝିଅ ବହୁ କଷ୍ଟରେ ରହୁଥିଲେ | ବହୁବାର ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରିଲା ନାହିଁ l ବାପା ବଞ୍ଚିଥିବା ବେଳେ ମାତ୍ର ମାସିକ 5 kg ଚାଉଳ ଯୋଗାଉ ଥିଲେ ସରକାର | ନିଜ ଚିନ୍ତାରେ ନିଜର ଆଖିର ଲୁହକୁ ମଧ୍ୟ ସମ୍ଭାଳି ପାରୁ ନାହାନ୍ତି ସୁମତି | ବାପାଙ୍କ ଶୁଦ୍ଧିକ୍ରିୟା ଏବଂ ସୁମତିଙ୍କ ପାଠପଢା ପାଇଁ ପ୍ରଶାସନ ତୁରନ୍ତ ଆର୍ଥିକ ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ଏବଂ ପଡୋଶୀ | ସେପଟେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ କହିଛନ୍ତି, ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ | ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଓ ସରକାରଙ୍କ ତରଫରୁ ସୁମତିଙ୍କୁ କେଉଁ ପ୍ରକାରର ସହଯୋଗ ଯୋଗାଇ ଦିଆଯାଉଛି l

 

ପାଲହଡାରୁ ଖଗେଶ୍ୱର ପିଙ୍ଗୁଆଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *