ନାବାଳକ ସହ ଅନୈତିକ ଦୁଷ୍କର୍ମ, ଥାନାର ଦ୍ୱାରସ୍ଥ ହେଲେ ଜେଜେମା
- ଅପରାଧଆଞ୍ଚଳିକ
- July 28, 2022
- No Comment
- 175
ଫୋକସ ପ୍ଲସ(କେନ୍ଦୁଝର) ୨୮/୦୭/ ୨୦୨୨: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କୋଲ୍ହବରପଦା ଗ୍ରାମରେ ଘଟିଛି ଏକ ଲଜ୍ୟା ଜନକ ଘଟଣା |ଉକ୍ତ ଗ୍ରାମର ଗଣେଶ୍ୱର ମୁଣ୍ଡା ବୟସ ୨୬ ବର୍ଷ ସେହି ଗ୍ରାମର ମାଆ, ବାପା ଛେଉଣ୍ଡ ଜଣେ ନାବାଳକ କୁ ଯୋରଯବରଦସ୍ତି ଅନୈତିକ ଭାବେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳକ ର ଜେଜେମା |ସୂଚନା ମୁତାବକ, କୋଲ୍ହ ଦରପଦା ଗ୍ରାମର ମଞ୍ଜୁ ମୁଣ୍ଡା ତାଙ୍କ ୧୨ ବର୍ଷ ବୟସର ନାତି କୁ ଘରେ ଏକୁଟିଆ ଛାଡି କାମକୁ ଯାଇଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଗଣେଶ୍ୱର ମୁଣ୍ଡା ନାବାଳକକୁ ଜୋର ଜବରଦସ୍ତ ଟାଣି ଟାଣି ଜଙ୍ଗଲ କୁ ନେଇ ସେଠାରେ ଦୁଷ୍କର୍ମ କରି ଚମ୍ପଟ ମାରିଥିଲା |ଘଟଣା ପଦାକୁ ଆସିବା ପରତେ ନାବାଳକ ର ଜେଜମା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ |ଦୁଷ୍କର୍ମକାରି ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ରହିଛି |
କେନ୍ଦୁଝର ଯୋଡ଼ା ରୁ ମଦନ ମୋହନ ବିଶ୍ୱାଳଙ୍କ ରିପୋର୍ଟ ଫୋକସ ପ୍ଲସ |