ବନବିଭାଗ ନାକ ତଳେ ଚାଲିଛି ବେଆଇନ କରତକଳ

ବନବିଭାଗ ନାକ ତଳେ ଚାଲିଛି ବେଆଇନ କରତକଳ

ଫୋକସ ପ୍ଲସ(ଗଞ୍ଜାମ) ୨୯/୦୭/ ୨୦୨୨:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଖୁଲମ ଖୁଲା ବେଧଡ଼କ ଭାବେ ଚାଲିଛି କରତ କଳ l କେହୁଠି ସ୍କୁଲ ଆଗରେ ତ କେହୁଠି ଗ୍ରାମ ମଝିରେ ବନବିଭାଗ କର୍ମଚାରୀ ଙ୍କ ମିଲିଭଗତ ରେ ମାଫିଆ ଚଳାଇଛନ୍ତି କରତ କଳ l ଏଠି ଅଭିଯୋଗ କଲେବି କେହି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବେଳେ ବନ ବିଭାଗ ଅଧିକାରୀ ଙ୍କ କାର୍ଯ୍ୟ ଉପରେ ଜନତା ଉଠାଇଲେଣି ପ୍ରଶ୍ନ l

ଯୁଆଡେ ଆଖି ବୁଲାଇଲେ କେବଳ ବଡ ବଡ଼ ମୂଲ୍ୟବାନ ଗଛର ଗଣ୍ଡି l ତାସାଙ୍ଗକୁ ମୂଲ୍ୟବାନ ପଟା ଓ ବିଭିନ୍ନ କାଠ ସାମଗ୍ରୀ l ଏ କୌଣସି ସରକାରୀ ସ୍ୱୀକୃତି ପ୍ରାପ୍ତ କାଠ ଡିପର ଦୃଶ୍ୟ ନୁହଁ l ଏ ହେଉଛି ବନ ବିଭାଗ କର୍ମଚାରୀ ଙ୍କ ମିଲିଭଗତ ରେ ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧୀନ କବିସୂର୍ଯ୍ୟନଗର ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ର ଦୃଶ୍ୟ l ସରକାର ବୃକ୍ଷ ରୋପଣ ସାଙ୍ଗକୁ ବୃକ୍ଷ ଯତ୍ନ ନେବା ଲାଗି କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଅସାଧୁ ବନ କର୍ମଚାରୀଙ୍କ ଯୋଗୁ ଏହି ସବୁ ଗଛ ବେଆଇନ ଭାବେ ମାଫିଆ ମାନେ କାଟି ନେଉଛନ୍ତି l ବହୁ ଦିନଧରି ସର୍ବ ସାଧାରଣ ସ୍ଥାନରେ ବେଧଡ଼କ ବେଆଇନ ଭାବେ ମାଫିଆ କରତକଳ ଚଳାଉଥିବା ଦେଖିବାକୁ ମିଳିଛି l ବନ ଅଧିକାରୀଙ୍କ ପାଖରେ ଏହି କରତ କଳ ଚିଲିଥିବା ସୂଚନା ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ଠାରୁ ମାସିକିଆ ବଟି ନେଇ ଚୁପ ବସୁଥିବା କହିଛନ୍ତି ଅଞ୍ଚଳବାସୀ l

ସବୁଠାରୁ ଦୁର୍ଭାଗ୍ୟ ଜନକ ବିଷୟ ଅର୍ଜୁନ ପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଦିନ ତମାମ ଏହି କରତ କଳ ଚାଲୁଛି l ବଣପଲ୍ଲୀ ଠାରେ ଗ୍ରାମ ମଝିରେ ବହୁଦିନ ଧରି ମାଫିଆ କରତ କଳ ଚଲାଉଥିବା ଥିବା ବେଳେ ଏ. ବରିଡା ଗ୍ରାମର ଜନବସତି ସ୍ଥାନରେ ଦୁଇଦୁଈଟି କରତ କଳ ବହୁ ଦିନରୁ ଚାଲିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି l ସେପଟେ ବେଆଇନ କରତ କଳ ଚାଲିଥିବା ତଥ୍ୟ ରହିଥିବା ଅଧିକାରୀ ବାବୁଙ୍କ ନିକଟରେ ରହିଛି ଲିଖିତ ଅଭିଯୋଗ ହୋଇନାହିଁ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାମଖିଆଲି ମନ୍ତବ୍ୟ ଦେଇଛନ୍ତି ପୋଲସରା ରେଞ୍ଜର l
ତେବେ ଏହି ବେଆଇନ କରତ କଳ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା l ବେଆଇନ ଭାବେ ଚାଲିଛି କରତକଳ, ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛି ବନବିଭାଗ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଖୁଲମ ଖୁଲା ବେଧଡ଼କ ଭାବେ ଚାଲିଛି କରତ କଳ l କେହୁଠି ସ୍କୁଲ ଆଗରେ ତ କେହୁଠି ଗ୍ରାମ ମଝିରେ ବନବିଭାଗ କର୍ମଚାରୀ ଙ୍କ ମିଲିଭଗତ ରେ ମାଫିଆ ଚଳାଇଛନ୍ତି କରତ କଳ l ଏଠି ଅଭିଯୋଗ କଲେବି କେହି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବେଳେ ବନ ବିଭାଗ ଅଧିକାରୀ ଙ୍କ କାର୍ଯ୍ୟ ଉପରେ ଜନତା ଉଠାଇଲେଣି ପ୍ରଶ୍ନ l

ଯୁଆଡେ ଆଖି ବୁଲାଇଲେ କେବଳ ବଡ ବଡ଼ ମୂଲ୍ୟବାନ ଗଛର ଗଣ୍ଡି l ତାସାଙ୍ଗକୁ ମୂଲ୍ୟବାନ ପଟା ଓ ବିଭିନ୍ନ କାଠ ସାମଗ୍ରୀ l ଏ କୌଣସି ସରକାରୀ ସ୍ୱୀକୃତି ପ୍ରାପ୍ତ କାଠ ଡିପର ଦୃଶ୍ୟ ନୁହଁ l ଏ ହେଉଛି ବନ ବିଭାଗ କର୍ମଚାରୀ ଙ୍କ ମିଲିଭଗତ ରେ ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧୀନ କବିସୂର୍ଯ୍ୟନଗର ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ର ଦୃଶ୍ୟ l ସରକାର ବୃକ୍ଷ ରୋପଣ ସାଙ୍ଗକୁ ବୃକ୍ଷ ଯତ୍ନ ନେବା ଲାଗି କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଅସାଧୁ ବନ କର୍ମଚାରୀଙ୍କ ଯୋଗୁ ଏହି ସବୁ ଗଛ ବେଆଇନ ଭାବେ ମାଫିଆ ମାନେ କାଟି ନେଉଛନ୍ତି l ବହୁ ଦିନଧରି ସର୍ବ ସାଧାରଣ ସ୍ଥାନରେ ବେଧଡ଼କ ବେଆଇନ ଭାବେ ମାଫିଆ କରତକଳ ଚଳାଉଥିବା ଦେଖିବାକୁ ମିଳିଛି l ବନ ଅଧିକାରୀଙ୍କ ପାଖରେ ଏହି କରତ କଳ ଚିଲିଥିବା ସୂଚନା ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ଠାରୁ ମାସିକିଆ ବଟି ନେଇ ଚୁପ ବସୁଥିବା କହିଛନ୍ତି ଅଞ୍ଚଳବାସୀ l

ସବୁଠାରୁ ଦୁର୍ଭାଗ୍ୟ ଜନକ ବିଷୟ ଅର୍ଜୁନ ପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଦିନ ତମାମ ଏହି କରତ କଳ ଚାଲୁଛି l ବଣପଲ୍ଲୀ ଠାରେ ଗ୍ରାମ ମଝିରେ ବହୁଦିନ ଧରି ମାଫିଆ କରତ କଳ ଚଲାଉଥିବା ଥିବା ବେଳେ ଏ ବରିଡା ଗ୍ରାମର ଜନବସତି ସ୍ଥାନରେ ଦୁଇଦୁଈଟି କରତ କଳ ବହୁ ଦିନରୁ ଚାଲିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି l ସେପଟେ ବେଆଇନ କରତ କଳ ଚାଲିଥିବା ତଥ୍ୟ ରହିଥିବା ଅଧିକାରୀ ବାବୁଙ୍କ ନିକଟରେ ରହିଛି ଲିଖିତ ଅଭିଯୋଗ ହୋଇନାହିଁ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାମଖିଆଲି ମନ୍ତବ୍ୟ ଦେଇଛନ୍ତି ପୋଲସରା ରେଞ୍ଜର l
ତେବେ ଏହି ବେଆଇନ କରତ କଳ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା

 

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରୁ ସନ୍ଦୀପ କୁମାର ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *