ପୋଲିସ ପୋଷାକ ତଳେ ଦେଖିବାକୁ ମିଳିଛି ମାନବିକତା

ପୋଲିସ ପୋଷାକ ତଳେ ଦେଖିବାକୁ ମିଳିଛି ମାନବିକତା

ଫୋକସ ପ୍ଲସ(କଳାହାଣ୍ଡି)୩୦/୦୭/ ୨୦୨୨:କିଏ କହିଲା ପୋଲିସ ପାଖରେ ନାହିଁ ମଣିଷ ପଣିଆ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଙ୍କ ଠାରେ।ଜଣେ ମାନସିକ ବିକାର ଗସ୍ଥ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ତାର ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ କୁ ପଠାଇଛି।ସୂଚନା ଅନୁଯାୟୀ ଏହି ଅଜଣା ମହିଳା ଜଣଙ୍କ କେଉଁଠୁ ଆସିଚି ତାର ସଠିକ ଠିକଣା ଜଣା ପଡ଼ିନାହିଁ।ତେବେ ଦୁଇ ତିନିମାସ ହେବ ଜଗତସିଂହପୁର ସଦର ମହକୁମାର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ରାତ୍ରୀରେ ଥାନାର ମୁଖ୍ୟ ଫାଟକ କଡ଼ରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ରହୁଥିଲା।ମହିଳା ଜଣଙ୍କ ମାନସିକ ରୋଗୀ ହୋଇଥିବାରୁ କେହି ତାକୁ ପଚାରୁ ନଥିଲେ।ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ମହିଳାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କର ହୃଦୟ ତରଳି ଯାଇଥିଲା । ଥାନା ଅଧିକାରୀ ତାଙ୍କର ମହିଳା କର୍ମଚାରୀଙ୍କ ସହିତ ଆଲୋଚନା କରି ସରକାରଙ୍କ ମହିଳାଙ୍କ ସୁରକ୍ଷା ପାଇଁ ଖୋଲାଯାଇଥିବା ସକ୍ଷୀ କେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ।ମାନସିକ ରୋଗୀ ମହିଳା ରହୁଥିବା ସ୍ଥାନରେ ଥାନା ଗାଡ଼ି ସହିତ ସକ୍ଷୀ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ମହିଳାଙ୍କୁ ଉଦ୍ଧାରକରୀ ଥିଲେ।ମହିଳାଙ୍କୁ ସଫାସୁତୁରା କରିବା ସହିତ ମହିଳାଙ୍କୁ ନୁର୍ତନ୍ ବସ୍ତ୍ର ପିନ୍ଧାଇ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ହେଲେ ମୁଖ୍ୟ ଚିକିତ୍ସାଳୟ ରେ ମାନସିକ ରୋଗୀମାନଙ୍କ ଚିକିତ୍ସା ପାଇଁ କୌଣସି ସୁବିଧା ନଥିବାରୁ ଡାକ୍ତର ତାଙ୍କୁ କଟକ ନେବାପାଇଁ ପରାମର୍ଶ ଦେଇଥିଲେ।ହେଲେ ମାନସିକ ରୋଗରେ ପୀଡିତ ମହିଳାଙ୍କୁ କିଭଳି କଟକ ନିଆଯିବ ସେଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ।ଥାନାଧିକାରୀ ପ୍ରଭାସ ସାହୁ ମାନସିକ ବିକାର ଗସ୍ଥ ମହିଳାଙ୍କୁ କଟକ ନେବା ପାଇଁ ଥାନାରୁ ଗାଡ଼ି ଦେବା ସହିତ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ପଠାଇଥିଲେ।ସ୍ୱାର୍ଥପର ଦୁନିଆରେ କେହି କାହାକୁ ପଚାରୁ ନାହାନ୍ତି।ଜନ୍ମ କଲା ବାପା ମା ଙ୍କୁ ନିଜ ପିଲା ଛୁଆ ପଚାରୁ ନଥିବା ବେଳେ ମାନସିକ ରୋଗୀମାନଙ୍କୁ ପଚାରୁଛି କିଏ।ପୋଲିସ ର ନିତିଦିନିଆ କାର୍ଯ୍ୟ ସହିତ ଅଲଗା କିଛି ସାମାଜିକ ଦାୟିତ୍ଵ ରହିଛି।ସମାଜ ପାଇଁ କିଛି କଲ୍ୟାଣକାରୀ କାର୍ଯ୍ୟ କଲେ ପୋଲିସ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇପାରିବ। ପୋଲିସ ପୋଷାକ ପିନ୍ଧି ଥିବା ପୋଲିସ ବାବୁଙ୍କ ପୋଷାକ ତଳେ ଲୁଚି ରହିଛି ଏଭଳି ମାନବିକତା ଯାହାକୁ କରି ଦେଖାଇଛନ୍ତି ଥାନା ଅଧିକାରୀ ପ୍ରଭାସ ବାବୁ। ଏଭଳି କାର୍ଯ୍ୟ କରିବା ଫଳରେ ମାନସିକ ଶାନ୍ତି ମିଳିବା ସହିତ ଅନ୍ୟ ମାନେ ଶିଖିବା ଦରକାର ଯେ ସମାଜରେ ରହୁଥିବା ମାନସିକ ରୋଗୀ ମାନଙ୍କୁ କେହି ଦୂର ଦୂର ମାର ମାର ନକରନ୍ତୁ ତାଙ୍କ ପ୍ରତି ଦୟା ଭାବ ଦେଖାନ୍ତୁ । ପାରୁ ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କରନ୍ତୁ ଏହା ଦ୍ବାରା ସମାଜରେ କିଛିଟା ପରିବର୍ତ୍ତନ ନିଶ୍ଚିତ ଆସିବ।ଜଣେ ସଚ୍ଚୋଟ ସରଳ ହୃଦୟବାନ ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ସଦର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ।ତାଙ୍କର ଏଭଳି ମହାନ୍ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣା ଯୋଗାଇବ।

ଜଗତସିଂହପୁରରୁ ସଂଗ୍ରାମ କିଶୋର ପତ୍ତନଇୟାଙ୍କ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *