ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କାଲିଗାଡୁ ହିଲଟପ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କାଲିଗାଡୁ ହିଲଟପ

ଫୋକସ ପ୍ଲସ(କାଲିଗାଡୁ) ୨୯/୦୭/ ୨୦୨୨:ଯେତେ ଥର ଗଲେ ମଧ୍ୟ ପୁଣି ଯିବାକୁ ଇଚ୍ଛା ହେଉଛି।ସବୁଜ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସାଙ୍ଗକୁ ସୁଉଚ୍ଚ ପାହାଡ଼ ପର୍ବତ ସାଙ୍ଗକୁ ବର୍ତମାନ ସମୟରେ ପାହାଡ଼ ଉପରେ ଭଷା ବାଦଲ ଖଣ୍ଡ ସତେ ଯେମିତି ଲାଗେ ସ୍ୱର୍ଗ ପୁରରେ ଅଛି।କିଛି ଦିନ ବର୍ଷା ପରେ ଆହୁରି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ସ୍ଥାନୀୟ ଅଞ୍ଚଳର କାଲିଗାଡୁ ହିଲଟପ।ଖୁବ କମ ଦିନ ଭିତରେ କାଲି ଗାଡୁ ହିଲଟପ ପର୍ଯ୍ୟଟକଙ୍କୁ ଏହିଭଳି ଭାବରେ ଆକୃଷ୍ଟ କରିଛି ଯେ ଯିଏ ଥରେ ଯାଇ ତାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ପାଇଛନ୍ତି ସେ ଟିକେ ଫୁରସତ ମିଳିଲେ ପୁଣି ବାହାରି ଯାଉଛନ୍ତି।ଦିନକୁ ଦିନ ଏହି ହିଲଟପକୁ ପର୍ଯ୍ୟଟକଙ୍କ ସୁଅ ଚୁଟିବାରେ ଲାଗିଛି।ଦୈନିକ ଅନେକ ପର୍ଯ୍ୟଟକ ଆସୁଛନ୍ତି।ଘୁ.ଉଦୟଗିରି ସହର ଠାରୁ ୭କିମି ଦୂରରେ ଅବସ୍ଥିତ କାଲିଗାଡୁ ହିଲଟପ।ସ୍ଥାନୀୟ ସହରର ଗାନ୍ଧୀ ଛକ ଠାରୁ ବ୍ଲକ ରାସ୍ତା ଦେଇ ସିର୍କୀ ଡେମ ରାସ୍ତାରେ ମୁକୁଲିଙ୍ଗିଆ ଗ୍ରାମରେ ପହଁଚିଲେ ସେଠାରୁ ଅଳ୍ପ ଦୂରରେ ଏହି ହିଲଟପ ପାଇଁ ଯାତ୍ରା ଆରମ୍ବ କରିବାକୁ ପଡିବ।୫୦୦ମିଟର ଚାଲି ଚାଲି ଗଲେ ହିଲଟପରେ ପହଞ୍ଚିବେ।ହିଲଟପ ତଳେ ଗାଡି ରଖିବା ନିମନ୍ତେ ମୁକୁଲିଙ୍ଗିଆ ଗ୍ରାମ୍ୟ କମିଟି ପକ୍ଷରୁ ପାର୍କିଂଗର ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଏବଂ ଖାଦ୍ୟବି ମିଳିଯାଉଛି।ସେଇଭଳି ହିଲଟପ ଉପରେ ପହଂଚିବା ପରେ ସୁନ୍ଦର ଦୃଶ୍ୟ ଉପଭୋଗ କରିବା ସହ ସେଠାରେ ମଧ୍ୟ ବହୁ ଦୋକାନ ଖୋଲିଛି।ହୋଟେଲ,ଚା, ପାନ ଦୋକାନ ଖୋଲା ଯାଇଛି।ସମସ୍ତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ମିଳିଯାଉଛି।ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ହିଲଟପ ରେ ସମସ୍ତ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଥିବା ଦେଖୁବାକୁ ମିଳୁଛି । ଏହି ହିଲଟପ ନିକଟକୁ ଏବେ ରାସ୍ତା ଆରମ୍ଭ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ମଧ୍ୟ ଆସିବେ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।ବିଗତ ଦିନମାନଙ୍କରେ ଏହି ହିଲଟପ ବିଷୟରେ ଖବର ପାଇବା ପରେ ପୂର୍ବତନ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା ହିଲଟପକୁ ଗସ୍ତ କରି କିଛି ସମୟ ସେଠାରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ସେଇଭଳି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ଏହି ହିଲଟପ କୁ ଯାଇ ବୁଲି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।ଜିଲ୍ଲାପାଳ ଏବଂ ବିଧାୟକ ଗସ୍ଥ ପରେ ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଶା ସଂଚାରିତ ହୋଇଥିବା ବେଳେ ଜିଲ୍ଲାପାଳ ହିଲଟପ ରାସ୍ତାର ଉନ୍ନତିକରଣ ପାଇଁ ଆର୍ଥ ବ୍ୟୟ ବରାଦ କରିଥିବା ବେଳେ ବିଧାୟକ ମଧ୍ୟ ଅର୍ଥ ବରାଦ ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।କାଲିଗାଡୁ ହିଲଟପକୁ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।ହିଲଟପ ଟି ପର୍ଯ୍ୟଟକଙ୍କ ମନ ମୋହୁଛି ହେଲେ ହିଲଟପ କୁ ଯିବା ନିମନ୍ତେ ରାସ୍ତା ସମସ୍ୟା ସହ ପାନୀୟ ଜଳ,ଶୌଚାଳୟ ସହ ହିଲଟପ ଉପରେ ସୁରକ୍ଷା ପାଚେରୀ ନଥିବା ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗ ପ୍ରତି କୌଣସି ବ୍ୟବସ୍ଥା ନଥିବା କାରଣରୁ ଛୋଟ ଛୁଆ ଏବଂ ନିଜ ପରିବାରକୁ ନେଇ ବହୁସମୟ କାଟିବାକୁ ସୁରକ୍ଷିତ ମଣୁ ନାହାନ୍ତି ପର୍ଯ୍ୟଟକ।ଚଳିତ ମାସରେ ବର୍ଷା ଯୋଗୁଁ ଏହି ହିଲଟପ ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଛି।ଭଷା ବାଦଲ ଖଣ୍ଡ ସହ ସୁଉଚ୍ଚ ପର୍ବତ ମାଳା ଘଞ୍ଚ ସବୁଜ ବନାନୀ ଘେରା ଜଙ୍ଗଲ ଚାରିପଟ ନୀଳ ସବୁଜ ପାହାଡ଼ ଉପରେ ଠିଆ ହେଲେ ଶୁଲୁଶୁଲିଆ ପବନ ସାଙ୍ଗକୁ କିମି କିମି ବ୍ୟାପି ପାହାଡ଼ କୁଟି ଦୀର୍ଘ କିମି ଦୂରରେ ଥିବା ଭଞ୍ଜନଗର ଘାଇ,ଡ଼ହ ଘାଇ,ଗଞ୍ଜାମ ଜିଲ୍ଲାର ସୀମାରେ ଥିବା ଗାଁ ଗୁଡିକ ବେଶ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ।ଜିଲ୍ଲା ପ୍ରଶାସନ,ପର୍ଯ୍ୟଟନ ବିଭାଗ ଏହି ହିଲଟପ କୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରି ଏହାର ଉନ୍ନତି କଲେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ।ପର୍ଯ୍ୟଟକଙ୍କ ଭିଡ଼ ଲାଗିଲେ ସ୍ଥାନୀୟ ଅଞ୍ଚଳର ଉନ୍ନତି ହେବା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହ ବେକାରୀ ସମସ୍ୟା ଦୂର ହୋଇପାରିବ।ସ୍ଥାନୀୟ ଅଞ୍ଚଳର ବ୍ୟବସାୟର ଅଭିବୃଦ୍ଧି ଘଟିବ।

କାଲିଗାଡୁ ରୁ ସାମନ୍ତ ଶେଖର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *