ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା

ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା

ଫୋକସ ପ୍ଲସ(ଜଗତସିଂ) ୩୧/୦୭/ ୨୦୨୨:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସାଂପୂର୍ ପଞ୍ଚାୟତର ମଇଉଦିନ ପୂର୍ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସରପଞ୍ଚଙ୍କ ସହିତ ସ୍ଥାନୀୟ ବାସିନ୍ଦା କରିଛନ୍ତି ଅଭିଯୋଗ।ବିଦ୍ୟାଳୟରେ ନର୍ତନ୍ ଭାବରେ କରାଯାଇଥିବା ଛାତ ଘର , ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ରୀୟଂପ୍,ପାଇଖାନା ଘର ଆଦି କମ୍ ଅର୍ଥରେ କରାଯାଇ ଅଧିକ ଟଙ୍କାର ବିଲ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୌଣସି ରିଯୋଲେଶନ କରାନଯାଇ ପୁରୁଣା ଘରକୁ ଭାଙ୍ଗି ନର୍ତନ୍ ଘର କରାଯାଇଛି।ପୁରୁଣା ଘରୁ ବାହାରିଥିବା କାଠ,ଆଜବେଷ୍ଟସ ଗୁଡ଼ିକ କିଏ ନେଇଛନ୍ତି ସେବିଷୟରେ ବିଦ୍ୟାଳୟର ପ୍ରଧାନ ଶି୍ଷୟିତ୍ରୀ ଜାଣିନଥିବା କହିଛନ୍ତି।ଜେଇ ଓ ପରିଚାଳନା କମିଟି ସଭାପତି ମିଳିମିଶି ଅର୍ଥ ହଡ଼ପ କରିଛନ୍ତି।ନିର୍ମାଣ ହୋଇଥିବା କାର୍ଯ୍ୟ ଗୁଡ଼ିକ ଠିକ୍ ଭାବରେ କରାଯାଇ ନଥିବାରୁ ସେଠାରେ ପିଲା ମାନେ ଯିବା ଆସିବା କରିବା କଷ୍ଟକର।ନିର୍ମାଣ ହୋଇଥିବା ରୀୟମ୍ପ ବିପଦ ପୂର୍ଣ୍ଣ ଭାବରେ କରାଯାଇଥିବାରୁ ପିଲା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ରସି ବାନ୍ଧି ବନ୍ଦ କରାଯାଇଛି।ନିର୍ମାଣ କରାଯାଇଥିବା ପାଇଖାନା ଘର ମଧ୍ୟକୁ ପିଲାମାନେ ଯିବାକୁ ରାସ୍ତାଟି ଠିକ୍ ଭାବରେ କରାଯାଇ ନଥିବାରୁ ସେଠାକୁ ପିଲା ମାନେ ଗଲେ ପଡ଼ି ଖଣ୍ଡିଆ ଖାବରା ହେବାର ବହୁ ସମ୍ଭାବନା ରହିଛି।ତେବେ ନୁର୍ତନ୍ ଭାବରେ କରାଯାଇଥିବା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବିଭାଗୀୟ ଯନ୍ତ୍ରୀ ଓ କର୍ଯ୍ୟକରିଥିବା ଠିକାଦାର ଚଳୁ କରି ଦେଇଛନ୍ତି ବୋଲି ଅଭିଯୋଗ କରିବା ସହିତ ଏହାର ତଦନ୍ତ କରିବାକୁ ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ଅନ୍ୟ ପଟେ ବିଭାଗୀୟ ଯନ୍ତ୍ରୀ ଓ ପରିଚାଳନା କମିଟି ସଭାପତିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କୌଣସି ମନ୍ତବ୍ୟ ଦେଇନଥିଲେ।ତେବେ ସରକାର ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣ ନିମନ୍ତେ ଲକ୍ଷଲକ୍ଷ ଟଙ୍କା ଦେଇଛନ୍ତି ହେଲେ ଆସୁଥିବା ଅର୍ଥରୁ ଅଧେ ଖର୍ଚକରି ଅଧେ ଚଳୁ କରୁଛନ୍ତି ଯନ୍ତ୍ରୀ ଓ ପରିଚାଳନା କମିଟି ସଭାପତି।ଏହାର ତଦନ୍ତ କରାଗଲେ ପକୃତ୍ ତଥ୍ୟ ପଦାକୁ ଆସିବ ବୋଲି ଦାବି କରାଯାଇଛି।

ଜଗତସିଂହପୁର ରୁ ସଂଗ୍ରାମ କିଶୋର ପଟ୍ଟନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *