ଘର ପୋଡିଦେଲେ ଦୁବୃତ

ଘର ପୋଡିଦେଲେ ଦୁବୃତ

ଫୋକସ ପ୍ଲସ(ପିପିଲି)୨/୦୮/ ୨୦୨୨: ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମ ପଂଚାୟତର ସରସ୍ୱତୀପୁର ବାଲି ଉପର ସାହିରେ ଅଗ୍ନିକାଣ୍ଡ ଘଟିବା ଫଳରେ 6 ଗୋଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାଟି ଘଟିଛି ଗତକାଲି ରାତି ସାଢେ ଗୋଟାଏ ସମୟରେ । ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ନକୁଳ ସ୍ୱାଇଁ ଙ୍କ ସମେତ ଗଦାଧର ସ୍ୱାଇଁ, ସୁରଥ ସ୍ୱାଇଁ, ସୁବ୍ରତସ୍ୱାଇଁ, ସେବତୀ ସ୍ୱାଇଁ, ସହଦେବ ସ୍ୱାଇଁଙ୍କର ମୋଟ ୧୦ ବଖରା ପୋଡି ଯିବା ସହିତ ଲକ୍ଷ ଲକ୍ଷ ଟଙ୍କା ର କ୍ଷୟକ୍ଷତି ଘଟିଛି। ପୁର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅଭିଯୋଗ ହୋଇଥିବା ବେଳେଏନେଇ ସରସ୍ୱତୀପୁର ବାଲିଉପର ସାହିର ରେଣୁକା ସ୍ୱାଇଁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଚନା ଅନୁଯାଇ ଆଜକୁ ମାସକ ତଳେ ବାଲି ଉପରସାହିର ରେଣୁକା ସ୍ୱାଇଁଙ୍କ ପରିବାର ଲୋକେ ଗ୍ରାମର ହେଉଥିବା ବିଭାଘର ଭୋଜିଖାଇ ଆସୁଥିବା ବେଳେ  ସେହି ଗ୍ରାମର ଅନ୍ୟ କେତେକ ଲୋକେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ ଶିକାର ହୋଇ ଗୁରୁତର ଆହାତ ଚିକିତ୍ସା  ପରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବଳଙ୍ଗା ପୋଲିସ ଥାନାରେ ୧୨୦/୨୨ରେ ଏକ ମାମଲା ରୁଜୁକରିଥିଲା କିନ୍ତୁ ଆକ୍ରମଣକାରୀଙ୍କୁ ଗିରଫ ନକରି ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ଯାହାକୁ ନେଇ ଆକ୍ରୋଶ ରଖି ଆକ୍ରମଣକାରୀ ମାନେ ଏଭଳି କାଣ୍ଡ ଭିଆଇଥିବା ନକୁଳ ସ୍ୱାଇଁ ଙ୍କ ପତ୍ନୀ ରେଣୁକା ସ୍ୱାଇଁ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି

ତେଣୁ ଘଟଣା ସମ୍ବେଦନଶିଳ ହୋଇଥିବାରୁ ସେଠାରେ ବଳଙ୍ଗା ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରସନ୍ନ ସ୍ୱାଇଁ ଓ ପ୍ରଭାତ ସ୍ୱାଇଁ ଙ୍କ ସମେତ ତାଙ୍କ ସହଯୋଗୀ ମାନେ ଏପରି ଅଗ୍ନିକାଣ୍ଡ ଘଟାଇ ଥିବା ରେଣୁକା ସ୍ବାଇଁ ଅଭିଯୋଗ କରୁଥିବା ବେଳେ ଅନ୍ୟ ପଟେ ପ୍ରସନ୍ନ ସ୍ୱାଇଁ ଓ ପ୍ରଭାତ ସ୍ୱାଇଁ ଙ୍କ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି।

ତେବେ ଏହି ଅଗ୍ନିକାଣ୍ଡ ଘଟଣାର ଖବର ପାଇଁ ପିପିଲି ତହସିଲଦାର ପୁନମ ମହାପାତ୍ର ଙ୍କ ସମେତ ପିପିଲି-ଡେଲାଙ୍ଗ ବିଧାୟକ ରୁଦ୍ରପ୍ରତାପ ମହାରଥୀ , ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ବିଜୁଜନତା ଦଳ ର ରାଜ୍ୟ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ ଓ ଅନ୍ୟାନ୍ୟ ରାଜନୈତିକ ଦଳ ର କାର୍ଯ୍ୟକତ୍ତା ମାନେ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଅଗ୍ନିବିପନ ମାନଙ୍କୁ ସମବେଦନା ଜଣାଇ ଏହି ଘଟଣା ତୁରନ୍ତ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ,ଦେଖାଯାଉ ଏହି ଅଗ୍ନିକାଣ୍ଡ ଅଭିଯୋଗ କୁ ନେଇ ପୋଲିସ କିପରି ତଦନ୍ତ କରୁଛି।

 

 

ପିପିଲି ରୁ ଶ୍ରୀଧର ଆଚାର୍ଯ୍ୟ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *