ଲଗାତାର ଦଳୀୟ କାର୍ଯ୍ୟକ୍ରମ ବଢ଼ାଉଛି କର୍ମୀଙ୍କ ମନୋବଳ

ଲଗାତାର ଦଳୀୟ କାର୍ଯ୍ୟକ୍ରମ ବଢ଼ାଉଛି କର୍ମୀଙ୍କ ମନୋବଳ

ଭୁବନେଶ୍ୱର:(ଫୋକସ ପ୍ଲସ) କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ହେବା ଓ ନୂଆ ସଭାପତି ଦାୟିତ୍ୱ ନେବା ମଧ୍ୟରେ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ଢେର୍ କିଛି ପରିବର୍ତ୍ତନ l ପ୍ରଥମରୁ ୯ ରୁ ୯୦ ଅଭିଯାନ ଡାକରା ଦେଇ କାର୍ଯ୍ୟ କରୁଥିବା କଂଗ୍ରେସ ୯୦ ନୁହେଁ ବରଂ ୯୦ ଅତିକ୍ରମ କରିପାରେ ବୋଲି ଏବେକାର ଥିଓରୀ କହୁଛି l କଂଗ୍ରେସର ସ୍ଥିତି ସୁଧାରିବା ପାଇଁ ଭରପୁର ପ୍ରୟାସ ଜାରି ରଖିଛନ୍ତି ନୂତନ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ l ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଲଗାତାର ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଅଭିମାନୀ ନେତାଙ୍କୁ ମନାଇବା ପାଇଁ ଗୁପ୍ତ ବୈଠକ କରିବାରେ ଲାଗିଛନ୍ତି ଶ୍ରୀ ପଟ୍ଟନାୟକ l ସେପଟେ ବିଭିନ୍ନ ଜିଲ୍ଲା ମଧ୍ୟ ଗସ୍ତ କରି ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛନ୍ତି ପିସିସି ମୁଖିଆ l ଗତକାଲି କଂଗ୍ରେସ ଭବନ ଠାରେ ରାଜ୍ୟର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ମୁଖିଆ l ଓ ଠିକ୍ ଦିନେ ପୂର୍ବରୁ ସୋସିଆଲ ମିଡ଼ିଆ ରାଜ୍ୟ କମିଟିକୁ ଡାକି ଆଲୋଚନା କରିବା ସହ ସେମାନଙ୍କୁ ତଦାରଖ କରିଛନ୍ତି ସଭାପତି l

ନିକଟରେ ଇଡି ବିରୁଦ୍ଧରେ ଇଡି କାର୍ଯ୍ୟାଳୟ ଘେରାଉ କରିବା ସହ କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରି କେବଳ ଓଡିଶା କଂଗ୍ରେସ ନୁହେଁ ଜାତୀୟ କଂଗ୍ରେସକୁ ମଧ୍ୟ ସହଯୋଗ କରିଛନ୍ତି ଶରତ l ଏହାକୁ ଦେଖୁବାକୁ ଗଲେ ରାଜ୍ୟ କଂଗ୍ରେସ ଓ ଜାତୀୟ କଂଗ୍ରେସ ଭିତରେ ଆଗ ଅପେକ୍ଷା ବର୍ତ୍ତମାନ ଭଲ ବାତାବରଣ ଓ ଭଲ ବୁଝାମଣା ଥିବା ଭଳି ମନେ ହେଉଛି l ସେପଟେ ସରକାର,ଯୋଜନା ଓ ଦରଦାମ ବୃଦ୍ଧି ବିରୋଧରେ ଆସନ୍ତା ଅଗଷ୍ଟ ୯ ତାରିଖରେ ପଦଯାତ୍ରାର ଆହ୍ୱାନ ଦେଇଛି କଂଗ୍ରେସ l ଯଦି ଏହି ପୁରା ଘଟଣାକୁ ଦେଖାଯାଏ ପୂର୍ବ ଅବସ୍ଥା ଅପେକ୍ଷା ଏବେ ଢେର୍ ସକ୍ରିୟ ହୋଇଛି ରାଜ୍ୟ କଂଗ୍ରେସ ଓ ଏହା କେବଳ ନୂତନ ସଭାପତି ଶରତ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବପର ହୋଇ ପାରିଛି l ଦିନେ ସ୍ଥାଣୁ ଭଳି ପଡି ରହିଥିବା ଦଳ ଆଜି କିଛି ନୂଆ କରିବା ପାଇଁ ମୁଣ୍ଡ ଟେକିଛି, ଲଗାତାର ଦଳୀୟ କାର୍ଯ୍ୟକ୍ରମ କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ସଭାପତି l ଯଦି ଏହିଭଳି ପ୍ରୟାସ ନୂଆ ମୁଖିଆ ଜାରି ରଖନ୍ତି ତେବେ ୯୦ ନୁହେଁ ବରଂ୯୦ ଅତିକ୍ରମ କରି ସରକାର ଗଢିପାରେ କଂଗ୍ରେସ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି l

 

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *