ଗୁଣି ଗାରିଡି ସନ୍ଦେହରେ ଯୁବକଙ୍କୁ ହତ୍ୟା

ଗୁଣି ଗାରିଡି ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୋକସ ପ୍ଲସ(କାଶୀପୁର)04/08/2022: ଆଜିବି ଉପାନ୍ତ ଇଲାକା ରେ ରହିଛି ଗୁଣି ଗାରିଡି ସନ୍ଦେହ l ଏମିତି ଏକ ଅଭାନିୟ ଘଟଣା ଘଟାଇ ଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକା ବାହାଲ ପଞ୍ଚାୟତ ଟିଟିଗୁଡା ଗ୍ରାମ ବାସି l ଗୁଣିଗାରିଡି ସନ୍ଧେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଏପରି ଘଟଣା ସାମ୍ନାକୁ ଆସିଛି l ଟିଟିଗୁଡା ଗାଁରୁ, ସୂଚନା ଅନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ଘରେ ସୋଇଥିବା ବେଳେ ଗାଁ ଲୋକେ ଗୁଣୀଗାରେଡ଼ି କରି ଲୋକଙ୍କୁ ନଷ୍ଟ କରିଦେଉଛୁ ବୋଲି ପାଟି ତୁଣ୍ଡ ଓ ଗାଳି ଗୁଲଜ କରି ଗାଁ ଲୋକ ଏକାଠି ହୋଇ ରାତି ପ୍ରାୟ ୧୨ ଟା ବେଳକୁ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଦିଦେଇ ନିର୍ଦ୍ଧମ ପିଟିଥିଲେ l କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଲେ ଥିଲେ କିନ୍ତୁ ପିତା ଦଇ ମାଝି ଖସିନପରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି। ଏହି ଘଟଣା ନେଇଁ ପରିବାର ବର୍ଗ ସ୍ଥାନୀୟ ଟିକିରି ପୋଲିସକୁ ସୁଚନା ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲା। ଗାଁରେ ପୁର୍ବରୁ ଗୁଣିଗାରେଡି ସନ୍ଦେହରେ ଅନେକଥର ମାରପିଟ କରିଥିଲେ ଓ ଥାନାରେ ଅଭିଯୋଗ କରିଛନ୍ତି, କିନ୍ତୁ ପୋଲିସର ନିଷ୍କ୍ରିୟତା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି l ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି 6 ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଏସଡିପିଓ ଦିବ୍ୟଜ୍ୟୋତି ଦାଶ କହିଛନ୍ତି। ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଆବସ୍ତା ଗୁରୂତର ଥିବା ଜଣାପଡିଛି।

କାଶୀପୁର ରୁ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *