କାଲିମେଳା ବନ୍ଦ ଡାକରା

କାଲିମେଳା ବନ୍ଦ ଡାକରା

ଫୋକସ ପ୍ଲସ(କାଲିମେଳା)04/08/2022: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟ ପାଚେରିକୁ ଲାଗି ରହିଥିବା କାଲିମେଳା ମୌଜାର ଜମି କିଣାବିକା ଯୋଗୁଁ ବଳିପଡ଼ିଛି କାଲିମେଳା ମିନି ଷ୍ଟାଡିୟମ । ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକପ୍ରତିନିଧ୍ ଯଥା କାଲିମେଳା ସମିତି ଅଧ୍ୟକ୍ଷା ସୁବାସିନି ସୋଡ଼ି , ପୂର୍ବତନ ମାଲକାନଗିରି ବିଧାୟକ ମୁକୁନ୍ଦ ସୋଡ଼ି , କାଲିମେଳା ଜିଲ୍ଲା ପରିଷଦ ଜୋନ୍‌ – ୨ର ସଭ୍ୟ ମମତା ପଡ଼ିଆମି , କାଲିମେଳା ଗ୍ରାମପଞ୍ଚାୟତର ସରପଞ୍ଚ ପୃଥ୍ବୀରାଜ ମାଝୀ ଓ ସମିତି ସଭ୍ୟା ଚମ୍ପା ମଲିକ ସମେତ ଅନ୍ୟମାନେ କାଲିମେଳା ତହସିଲଠାରୁ ଆରମ୍ଭ କରି ଓଡ଼ିଶା ରାଜସ୍ଵ ବିଭାଗ ସଚିବଙ୍କୁ ଲିଖ୍ ଭାବେ ଅଭିଯୋଗ କରିଛନ୍ତି । ଉକ୍ତ ଜମି ଗୁଗଲ ମ୍ୟାପରେ ଷ୍ଟାଡିୟମ ବୋଲି ସ୍ପଷ୍ଟ ଚିହ୍ନିତ ହେଉଥିବା ବେଳେ ଏଠାରେ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମ , ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମ , ସ୍ଥାନୀୟ କିମ୍ବା ଆନ୍ତଃ ରାଜ୍ୟ କ୍ରୀଡ଼ା ଉତ୍ସବ , ରାଜନେତା କିମ୍ବା ପ୍ରଶାସନିକ ଅଧ୍ୟାକାରୀଙ୍କ ହେଲିକପ୍ଟର ଅବତରଣ ଭଳି ଅନେକ କାର୍ଯ୍ୟରେ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ବ୍ୟବହାର ହେଇଆସୁଥିଲା । ଏହାର ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷାଧୂକ ଟଙ୍କା ବ୍ୟୟରେ ଏଠାରେ ଦର୍ଶକ ଗ୍ୟାଲେରୀ , ଖେଳାଳି ଆଶ୍ରୟ ଘର , ଗେଟ୍ , ସଭାମଞ୍ଚ , ଫ୍ଲାଗ ପୋଷ୍ଟ ଇତ୍ୟାଦି ନିର୍ମାଣ କରାଯାଇଛି । କିନ୍ତୁ କାଲିମେଳା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ମେ ୩୧ ତାରିଖ ଦିନ ଦୁଇ କ୍ରେତା ଙ୍କୁ ଏହି ଜାଗା ର ପଟ୍ଟା ଦିଆଯାଇଥିବା ବେଳେ । ପରବର୍ତ୍ତୀ ସମୟରେ ଅଗଷ୍ଟ ୧ ତାରିଖ ଦିନ କାଲିମେଳା ତହସିଲ ପକ୍ଷ ରୁ ଉକ୍ତ ଜମିକୁ ଡିମାରକେସନ କରି ଦୁଇ କ୍ରେତାଙ୍କୁ ଜମିର ଏରିଆ ଚିହ୍ନଟ କରାଇଥିବା ଜଣାପଡ଼ିଛି । ସେହିଦିନ ହିଁ ଉଭୟ କ୍ରେତା ନିଜ ନିଜ ଜମିରେ ଚାଷ କରିବା ଆରମ୍ଭ କରିଥିଲେ । ଯାହାଫଳରେ ମିନି ଷ୍ଟାଡିୟମର ଚଟାଣ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା । ଖବର ପାଇ କାଲିମେଳାର ଭୈରବୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା ଏବଂ ସର୍ବସାଧାରଣ ବହୁସଂଖ୍ୟାରେ ଘଟଣାସ୍ଥଳରେ ପହଞ୍ଚି ମିନି ଷ୍ଟାଡିୟମ ଦଖଲକୁ ବିରୋଧ କରିଥିଲେ l କିନ୍ତୁ ସେମାନେ କାହାର କଥା ନ ଶୁଣି ବଳ ପୂର୍ବକ ଜମିକୁ ଆମର କହି ଚାଷ କରିଥିଲେ l କାଲିମେଳା ଜନସାଧାରଣ ଙ୍କ ତରଫରୁ ଏ ସମସ୍ୟା ର ସମାଧାନ ପାଇଁ ଦୁଇ ଦିନ ଧରି ବହୁତ ଚେଷ୍ଟା କରଯାଇ ଥିବାବେଳେ କୌଣସି ସମାଧାନ ର ବାଟ ବାହାରିନଥିଲା l ଏହାର ପ୍ରତିବାଦରେ ଆଜି କାଲିମେଳା ର ଯୁବ ଏବଂ ସର୍ବସାଧାରଣ ଏକତ୍ର ହାଇ କାଲିମେଳା ରେ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ଦେବା ସହ ଆଗାମୀ ଦିନରେ ଯଦି ଏ ସମସ୍ୟା ର ସଠିକ ସମାଧାନ ନ କରାଯାଏ ତାହାଲେ କାଲିମେଳା ର ଯୁବ ଓ ସର୍ବ ସାଧାରଣ ଲୋକେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି l

କାଲିମେଳା ରୁ ସତ୍ୟନାରାୟଣ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *