ରେଲିଙ୍ଗରେ ଝୁଲୁଛି ଶିକ୍ଷକଙ୍କ ମୃତଦେହ

ରେଲିଙ୍ଗରେ ଝୁଲୁଛି ଶିକ୍ଷକଙ୍କ ମୃତଦେହ

ଫୋକସ ପ୍ଲସ(କୋଟପାଡ଼)04/08/2022: ଗତକାଲି କୋଟପାଡ଼ ଏସବିନୂଆଗାଁ ଠାରେ ଏକ ଅଘଟଣ ଦେଖିବାକୁ ମିଳିଛି l ଭଡା ଘରେ ରହୁଥିବା ଜଣେ ଶିକ୍ଷକଙ୍କର ରେଲିଙ୍ଗରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା l ମୃତ ବ୍ୟକ୍ତି ହେଉଛନ୍ତି ଏସବି ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ଜଣେ ଶିକ୍ଷକ | ନିଜ ଘର କଟକ ଜିଲ୍ଲାର ଆଠଗଡ଼ର ହୋଇଥିବା ବେଳେ ସେ ଗତ ଦୁଇମାସ ତଳେ ବିବାହ କରିଥିଲେ l ବାହାଘରର ଦୁଇମାସ ନପୂରୁଣୁ ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ ଭୁଲ ବୁଝାମଣା ଓ କଳହ ଲାଗିରହିଥିଲା l ଶେଷରେ ସେହି ପାରିବାରିକ ବିବାଦରେ ବିବାହ ବିଛେଦ ପର୍ଯ୍ୟନ୍ତ କଥା ଯାଇଥିଲା l ଏହି ଘଟଣା କୁ କେନ୍ଦ୍ରକରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୋଟପାଡ଼ ଥାନା ଅଧିକାରୀ ଶ୍ରୀ ଶେଷଦେବ ବେହେରା ସୂଚନା ଦେଇଛନ୍ତି l ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବାରୁ ତଦନ୍ତ ପରେ ହିଁ ଶିକ୍ଷକଙ୍କର ମୃତ୍ୟୁ ରହସ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି l

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.