ମନରେଗା ଯୋଜନାରେ ମହାଦୁର୍ନୀତି

ମନରେଗା ଯୋଜନାରେ ମହାଦୁର୍ନୀତି

ଫୋକସ ପ୍ଲସ(ଲାଞ୍ଜିଗଡ)04/08/2022: ଗରିବ ନିରୀହ ମାନଙ୍କପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା ମାଧ୍ୟ୍ୟମରେ ଗ୍ରାମାଞ୍ଚଲ ଠାରୁ ସହରାଞ୍ଚଳର ଉନତିକରଣ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି |କିନ୍ତୁ କିଛି ଅସାଧୁ କର୍ମଚାରି ବାଟମାରଣ କରି ରାତାରାତି କିଛି ଟଙ୍କାପାଇଁ ମନରେଗା ଯୋଜନାରେ ପୋଖରିଖନନ ମଣିଷ ବଦଳରେ ରାତିଅଧିଆରେ ମେସିନ ଲଗେଇ ବେଧଡ଼କ କାମ କରୁଛନ୍ତି |ଏହି ଭଲି ଚିତ୍ର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧିବାସୀ ଅଦ୍ୟୁଷିତ ବେନଗାଁ ପଞ୍ଚାୟତ ଦମାଘାଟି ଗାଁରେ ଦେଖିବାକୁ ମିଳିଛି |ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ କାମ କରୁଥିବାରୁ ଲୋକେ କାମନପାଇ ବାହାରକୁ ଦାଦନ ଖଟିବାକୁ ଯାଇ ଏହି ଅଞ୍ଚଳର ଲୋକଙ୍କ କେତେଯେ ପ୍ରାଣଗଲାଣି ହେଲେ ପ୍ରଶାସନ ଜାଣିଶୁଣି ଚୁପଚାପ ସୋଇପଡୁଛି |ଶୋଇବନି କଣ ପାଇଁ ଏଠି ତୋ ତଳରୁ ଉପର ସବୁ ମାଳା ମାଳ ଲୋକେ ଦାଦନ ଗଲେ କେତେ ଭୋକଉପାସରେ ମଲେକେତେ ନିଜ ପକେଟ ଗରମ ଥିଲେ ହେଲା |ନିରୀହ ଲୋକଙ୍କ ପିଠିରେ ନ ମାରି ପେଟରେ ମାରୁଛନ୍ତି ବ୍ଲକର କିଛି ଅପାରଗତ କର୍ମଚାରୀ ଗ୍ରାମରୋଜଗାର ସେବକ, ପଞ୍ଚାୟତ ନିର୍ବାହୀଅଧିକାରୀ, ବ୍ଲକ ପ୍ରଶାସନ ଓ ଠିକାଦାରଙ୍କ ମଦୁଚନ୍ଦ୍ରିକା ଯୋଗୁଁ ଲାଞ୍ଜିଗଡ ବ୍ଲକରେ ଏବେ ଦୁର୍ନୀତି ଶିଖରରେ ପହଞ୍ଚି ଯାଇଛି |ଏହି ଶିଖର ଉପରକୁ ପହଞ୍ଚିବାରେ ଲୋକ ପ୍ରତିନିଧି ଲାଞ୍ଜିଗଡ ବ୍ଲକ ପ୍ରଶାସନ ସମେତ ପଞ୍ଚାୟତ ନିର୍ବାହୀଅଧିକାରୀ ଗ୍ରାମ ରୋଜଗାରସେବକ ମନେରେଗା ଯୋଜନାର କୋଟି କୋଟିଟଙ୍କା ହଡପରେ ସମ୍ପୃକ୍ତ ଥିବା ସୂଚନା ମିଳିଛି |ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ନିର୍ଦିଷ୍ଟ ବେନଗାଁ ପଞ୍ଚାୟତ ବିରୋଧ କଥା ଆସେ ତେବେ ପଞ୍ଚାୟତ ନିର୍ବାହୀଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ମନରେଗା ଯୋଜନା ଦୁର୍ନୀତି କଥା ଉଠିବା ସ୍ୱାଭାବିକ ଅଟେ |ମନରେଗା ଯୋଜନାରେ କୋଟି କୋଟି ଟଙ୍କା ହଡପ ହେଇଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ତୁରନ୍ତ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସିଙ୍କ ଦାବି ହେଉଛି ଯଦି କଠୋର କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ କରାନଯାଏ ତାହା ହେଲେ ରାଜରାସ୍ତାକୁ ଆଗାମୀ ଦିନରେ ଉଳାଇବୁ ବୋଲି କଡା ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସି |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *