
ମାନବିକତା ଦେଖାଇଲେ ପୋଲିସ ଓ ଜନ ପ୍ରତିନିଧି, ମୃତ ଶରୀରକୁ ଦେଲେ ସମ୍ମାନ
- ଆଞ୍ଚଳିକରାଜ୍ୟ
- August 5, 2022
- No Comment
- 24
ଫୋକସ ପ୍ଲସ(କୋକସରା)୦୫/୦୮/୨୦୨୨ : ଶୁକ୍ରବାର କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଗ୍ରାମର ଏକ ଗଲି ରାସ୍ତାରେ ଥିବା ପରିତ୍ୟକ୍ତ ଘର ନିକଟରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି କୋକସରା ଥାନା କୁ ଖବର ଦେବାପରେ କୋକସରା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ଯୁବକ ଘନାଗୁଡା ଗ୍ରାମର ଜଣେ ମାନସିକ ବିକାର ଯୁବକ ଯୁଧିଷ୍ଠିର ରାଉତ (୪୦) ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ଲଡୁଗାଁ ସହରରେ ରହି ଆସୁଥିଲେ, ତେବେ ଯୁବକ ର ପରିବାରରେ ବୃଦ୍ଧା ଭିନ୍ନକ୍ଷମ ମା ଛଡା କେହି ନାହାଁନ୍ତି। ଶବ ଉଠାଇବାକୁ କୌଣସି ସମ୍ପର୍କୀୟ ନ ଆସିବାରୁ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ମହିଳା ସବ ଇନିସ୍ପେକ୍ଟର କେ. ସତନାମି , କନେଷ୍ଟବଳ ଶ୍ରୀକାନ୍ତ ଭୋଇ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ସ୍ଥାନୀୟ ଯୁବକ ମାନବିକତା ଦେଖାଇ ଯୁବକ ର ମୃତଦେହ କୁ ସମ୍ମାନ ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଅଣାଯାଇଛି। ଯୁବକ ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଯୁବକ ଙ୍କ ଶବ ଯେଉଁଠି ପଡି ରହିଥିଲା ସେଠାରେ ସିମେଣ୍ଟ ର ଏକ ବିମ ତଳେ ଯୁବକ ଙ୍କ ମୁଣ୍ଡ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିବା ବେଳେ ଘଟଣା କୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ସନ୍ଦେହ ପ୍ରକାଶ କରିଛନ୍ତି ।ତେବେ ପୋଲିସ ଏନେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।