ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଦିବ୍ୟ।ଙ୍ଗ ଅନୁଷ୍ଠାନ ପରିଦର୍ଶନ ଓ ପୋଷାକ ବଣ୍ଟନ

ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଦିବ୍ୟ।ଙ୍ଗ ଅନୁଷ୍ଠାନ ପରିଦର୍ଶନ ଓ ପୋଷାକ ବଣ୍ଟନ

ଫୋକସ ପ୍ଲସ(ଗଜପତି)୦୫/୦୮/୨୦୨୨ : ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ ମୋହନା ସ୍ଥିତ କଣ୍ଟେଇକୋଳି ନିକଟସ୍ଥ ଏମ.କେ.ସି.ଜି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ଦିବ୍ୟାଙ୍ଗ ଅନୁଷ୍ଠାନକୁ ପୂର୍ବାହ୍ନ ୧୧.ଘ ସମୟରେ ପରିଦର୍ଶନରେ ଆସିଥିଲେ ତାଙ୍କ ସହ ଜିଲ୍ଲା ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲିକ,ମୋହନାବ୍ଲକ ଚେୟାରମେନ ଶ୍ରୀଯୁକ୍ତ ରଞ୍ଜିବ ଶବର,ମୋହନା ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମଲିକ ,ମୋହନା ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମଲିକ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ପରିଦର୍ଶନରେ ଯୋଗ ଦେଇଥିଲେ lଅନୁଷ୍ଠାନ ତରଫରୁ ଦିବ୍ୟlଙ୍ଗ ଛାତ୍ରଛାତ୍ରୀ ମାନେ ଫୁଲତୋଡା ,ଉପଢ଼ୋକନ,ଚନ୍ଦନ ଓ ସିନ୍ଦୁର ଦେଇ ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିଲେ ।ତତପରେ ଜିଲ୍ଲାପରିଷଦ ଅଧକ୍ଷ୍ୟ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ପୋଷାକ ଓ ମିଷ୍ଟlର୍ଣ ବଣ୍ଟନ କରିଥିଲେ ।ଏହାପରେ ସେ ଅନୁଷ୍ଠାନ ବୁଲି ଦେଖିଥିଲେ l ଅନୁଷ୍ଠାନର ବିଭିନ୍ନ ଅlନୁସଙ୍ଗିକ ଆବଶ୍ୟକତା ସମ୍ପର୍କରେ ସେ ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ , ଅଧ୍ୟକ୍ଷ ଶ୍ରୀ ଅଖିଲ କୁମାର ସାହୁ ,ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ ,କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲେ ।ତତ ସହିତ ଅନୁଷ୍ଠାନ ତରଫରୁ ସମ୍ପାଦକ ମୋହଦୟ ଅନୁଷ୍ଠାନରେ ଥିବା ଅଭାବ ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ ଅନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ନିରନ୍ତର ବିକାଶ ନିମନ୍ତେ ସମର୍ପିତ ସମ୍ପାଦକ ମହୋଦୟ,ପରିଚାଳନା କମିଟି ଓ କର୍ମଚାରୀ ମାନଙ୍କୁ ସେ ଭ୍ରୂୟସୀ ପ୍ରଶଂସା କରିଥିଲେ ।ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର ନିମନ୍ତ୍ରିତ ଅତିଥି ମାନଙ୍କୁ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Related post

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ…
RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ…
କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ…

Leave a Reply

Your email address will not be published.