ଜଳ ଅମଳ ପ୍ରକଳ୍ପ ଜୋଯନାରେ ମହା ଘୋଟାଲା

ଜଳ ଅମଳ ପ୍ରକଳ୍ପ ଜୋଯନାରେ ମହା ଘୋଟାଲା

ଫୋକସ ପ୍ଲସ(ଜଗତସିଂହପୁର)୦୭/୦୮/୨୦୨୨ :ଜଗତସିଂହପୁର ସହରାଞ୍ଚଳରେ ସରକାରଙ୍କ ମିଶନ ଶକ୍ତି ଅଭିଯାନ ସଫଳ ହୋଇଛି। ସମସ୍ତଙ୍କ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ପାରିଦର୍ଶିତା ହାସଲ କରିଛି ବୋଲି ରିପୋର୍ଟ ତଲବ ହୋଇ ଥିବା ବେଳେ ମୁକ୍ତା ଯୋଜନା ଅଧୀନ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ଉପରେ ଏକ ପ୍ରକାର ମହା ଘୋଟାଲା ସାମ୍ନାକୁ ଆସିଛି। ପୌର ପରିଷଦର କିଛି ପାରିଷଦ ମାନେ ଲଖ୍ୟାଧିକ ଟଙ୍କାର ଘୋଟାଲା ହୋଇଛି ବୋଲି ମାନୁଛନ୍ତି । ଏକ କିମ୍ବା ଦୁଇ ନୁହେଁ 264 ଟି ପ୍ରକଳ୍ପରୁ କିଛି ମାତ୍ର ଭଲ କାମ ହୋଇଥିବା ବେଳେ ଆଉ ସବୁ ଆଡେ ଇଟାମାଟି ପକାଇ ହୋଇଛି ମହା ଘୋଟାଲା ଯାହାର ଭିଜିଲାନ୍ସ ତଦନ୍ତ ପାଇଁ ପୌରା ପରିଷଦ କୁ ନୋଟିସ ଜାରି ହୋଇଛି।
21ଗୋଟି ୱାର୍ଡ ରେ ହୋଇଥିବା ବର୍ଷା ଜଳ ଅମଳ ପ୍ରକଳ୍ପ ର ଅସଲି ଚିତ୍ର। କେଉଁଠିି ପ୍ରକଳ୍ପ ଭୁଶୁଡ଼ି ଗଲାଣି ତ ଆଉ କେଉଁଠିି ରଙ୍ଗ ଚୂନ ମାରି ବିଲ୍ ହୋଇଛି। ସବୁ 21 ଟିଔଡରେ ମହା ଘୋଟାଲା। ଏହି ଘୋଟାଲା ର ତଥ୍ୟ ଲାଗିଛି ଭିଜିଲାନ୍ସ ହାତରେ ଯାହାକୁ କ୍ରାଇମବ୍ରାଞ୍ଚ କେନ୍ଦ୍ରିୟଟିମ ସମସ୍ତେ ପ୍ରକଳ୍ପର କାଗଜ ପତ୍ର ଯାଞ୍ଚ ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି ଭିଜିଲାନ୍ସ । ଏହି ବାବଦରେ ପୌର କର୍ତୁପକ୍ଷ ଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କୌଣସି ପ୍ରକାର ପ୍ରତିକ୍ରିୟା ନରଖି ଭିଜିଲାନ୍ସ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ପୌର ଅଧକ୍ଷ ମଧ୍ୟ ସମାନ କଥା କହିଛନ୍ତି।ଭୂତଳ ଜଳସ୍ତର ବୃଦ୍ଧି ନେଇ ବର୍ଷା ଜଳ ଅମଳର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। କୋଭିଡ ସମୟରୁ ଉକ୍ତ ପ୍ରକଳ୍ପର କାର୍ଯ୍ୟାଦେଶ ଅନେକ ସ୍ଵଂୟ ସହାୟକ ଗୋଷ୍ଠୀ ହାତକୁ ଟେକି ଦେଇ ସରକାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କରିଥିଲେ ଯୋଜନା। ଅନ୍ୟ ପଟେ ଯୋଜନା କୁ ସଫଳ ଦର୍ଶାଇ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରକଳ୍ପ ବେଶ୍ ଭଲ ହୋଇଥିବା ଫଟୋ ସରକାରଙ୍କୁ ଦେଖାଇ ଯୋଜନାକୁ ହରି ଲୁଟ ସରକାରି ଅର୍ଥକୁ ହରିଲୁଟ କରାଜାଇଛି ଜଗତସିଂହପୁର ପୌର କର୍ତ୍ତୃପକ୍ଷ। ତେବେ ଏହି ତଦନ୍ତ ଭିଜିଲାନ୍ସ ହାତରେ ଲାଗିବା ପରେ କିଛି ସ୍ଥାନରେ ଆବଶ୍ୟକୀୟ କାଗଜ ପତ୍ର ହୋଇ ନ ଥିବା ବେଳେ ପୌର ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ପୌର ପରିଷଦ ପକ୍ଷରୁ ହୋଇଥିବା ମହା ଘୋଟାଲର କେବେ ସରିବ ତଦନ୍ତ ଜାକୁ ସାଧାରଣଜନତା ଚାହିଁବସିଛନ୍ତି |

ଜଗତସିଂହପୁର ରୁ ସଙ୍ଗ୍ରାମକିଶୋରପଟ୍ଟନାୟକଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *