ମୋରମ ପକେଇ କରାଯାଉଛି ପିଚୁ ରାସ୍ତା ମରାମତି

ମୋରମ ପକେଇ କରାଯାଉଛି ପିଚୁ ରାସ୍ତା ମରାମତି

ଫୋକସ ପ୍ଲସ(ନର୍ଲା)୦୮/୦୮/୨୦୨୨ :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ମଦନପୁର ରାମପୁର,ଫୁଲବାଣୀ ଓ ବଲାଙ୍ଗୀର କୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥ ର ନର୍ଲା ରୁ ଛତିକୁଡ଼ା ମଧ୍ୟରେ ଅନେକ ସ୍ଥାନରେ ରାସ୍ତା ରୁ ପିଚୁ ବାହାରି ବଡ଼ ବଡ଼ ଖାଲ ହେଇ ପଡ଼ିଛି l ଗତ କିଛି ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରାକ୍ଟର ରେ କିଛି ମୋରମ ଆଣି ରାସ୍ତା ଉପରେ ହେଇଥିବା ଗାତ ମାନଙ୍କରେ ଭରି ରାସ୍ତା ସମତଳ କରାଜାଇଥିଲା l ହେଲେ ରବିବାର ର ବର୍ଷାରେ ମୋରମ ବର୍ଷା ପାଣି ରେ ଧୋଇ ହେଇ ଫୁଣି ଥରେ ରାସ୍ତାର ଅବସ୍ଥା ପୂର୍ବ ପରି ହେଇ ପଡ଼ିଛି l ପ୍ରତି ବର୍ଷ ସରକାରୀ ରାଜସ୍ୱ ରୁ କୋଟି କୋଟି ଟଙ୍କା ଏହି ରାସ୍ତା ମରାମତି ରେ ଖର୍ଚ୍ଚ କରାଯାଉଛି l ହେଲେ ଠିକ୍ ଢଙ୍ଗ ରେ ରାସ୍ତା ମରାମତି ହେଇ ପାରୁନାହିଁ l ରାସ୍ତା ର ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ହେଇ ଥିବା ଏବଂ ଏହାର ଠିକ ଭାବରେ ମରାମତି କରା ନଯିବା କାରଣ ରୁ ବାଇକ୍ ଚାଳକ ମାନେ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ମଧ୍ୟ ହେଉଥିବା ନଜର କୁ ଆସୁଛି l ବର୍ତ୍ତମାନ ସମୟରେ ଭାରିଯାନ ଟ୍ରକ୍ ମାନେ ମଧ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ରାସ୍ତା ଦେଇ ଅଧିକ ଯିବା ଆସିବା କରୁଛି l ସୂଚନା ଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ୮ ତାରିଖ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ନର୍ଲା ଗ୍ରସ୍ତ ରହିଥିଲା l ଏଥିପାଇଁ ନର୍ଲା ପୂର୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ମଢେଇ ବାବୁ ନିଜେ ଠିକାଦାର ସାଜି ରାତା ରାତି ରାସ୍ତା ମରାମତି କରିଥିଲେ l ହେଲେ ୩ ମାସ ନ ପୁରୁଣୁ ମରାମତି କରାଯାଉଥିବା ରାସ୍ତାରୁ ପୁଣି ଥରେ ସମ୍ପୂର୍ଣ୍ଣ ପିଚୁ ଓ ମୋରମ ବାହାରି ଅଣ୍ଠୁଏ ଆଣ୍ଠୁ ଏ ଖାଲ ହେଇ ଗଲାଣି l ରାଜ୍ୟ ରାଜପଥ ଭବାନୀପାଟଣା ରୁ ମ. ରାମପୁର ମଧ୍ୟରେ ଅନେକ ଖାଲ ଖମାର ସୃଷ୍ଟି ହୋଇଥିବା ଏବଂ ଏହାର ଠିକ ଭାବରେ ମରାମତି କରାନଯିବା କାରଣରୁ ଏହା ବିପଦ ସଂକୁଳ ହୋଇ ପଡିଛି । ଏବଂ ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି । ଏଣୁ ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *