ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକ ମୃତ ଜଣେ ଗୁରୁତର ଆହତ

ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକ ମୃତ ଜଣେ ଗୁରୁତର ଆହତ

ଫୋକସ ପ୍ଲସ(ଉଦୟଗିରି)୦୮/୦୮/୨୦୨୨:ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ଗତକାଲି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର (OD 12 B 2903) ବିଶିଷ୍ଟ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ ବସିଥିବା ଜଣେ ଶିକ୍ଷକ ନାରାୟଣ ସାହୁଙ୍କ( ବୟସ ୫୨ ପ୍ରାୟ ) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିକ୍ଷକ ଶାନ୍ତନୁ ଆଚାର୍ଯ୍ୟ ଗୁରୁତର ହୋଇଥିବା ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ଡାକ୍ତର ନାରାୟଣ ସାହୁଙ୍କୁ ଦେଖି ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ମୃତ ନାରାୟଣ ସାହୁଙ୍କ ଘର ଘୁ.ଉଦୟଗିରି ସହରରେ। ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି।ମୃତ ସାହୁ ଜଣେ ଛାତ୍ର ବଶ୍ଚଳ ଶିକ୍ଷକ ସହ ଜଣେ ପରୋପକାରୀ ବ୍ୟକ୍ତି ଭବେ ସାରା ଅଞ୍ଚଳରେ ପରିଚିତ। ତାଙ୍କ ମୃତ୍ୟୁକୁ ଅଞ୍ଚଳ ବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କର ଗୋଟିଏ ମାତ୍ର ଝିଅ ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଆଜି ଝିଅକୁ ଦେଖି ଫେରୁଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *