ସରୁନି ପାନୀୟ ଜଳ ସମସ୍ୟା

ସରୁନି ପାନୀୟ ଜଳ ସମସ୍ୟା

ଫୋକସ ପ୍ଲସ(ଚୌଦ୍ୱାର)୧୨/୦୮/୨୦୨୨:ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଦିର୍ଘ ଦିନ ହବ ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ସମସ୍ୟା ଲାଗିରହିଥିବା ବେଳେ ଏହି ସମସ୍ୟାକୁ ଦୁର କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଫେଲ ମାରିଛି। ବାଣୀପଦା ପାଞ୍ଚୟତର ମଲିକ ସାହିରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ ପରିବାର ପାନୀୟ ଜଳ ପାଇବାରେ ବଞ୍ଚିତ ହୋଇ ଆସୁଛନ୍ତି l ଗ୍ରାମବାସିଙ୍କ ଘରେଘରେ ପାନୀୟ ଜଳ ଯୋଗାଇଦେବା ପାଇଁ ପାଇପ ବିଛା ଯାଇଛି ଘରେ ଘରେ ତ୍ୟାପ ଲାଗିଛି କିନ୍ତୁ ଲୋକମାନେ ବୁନ୍ଦେ ବି ପାଣି ପାଉନାହାନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ବାଣୀପଦା ପଂଚାୟତର ମଲିକ ସାହିରେ l ଦିର୍ଘ ତିନି ବର୍ଷ ହେବ ଉକ୍ତ ସାହିରେ ଉକ୍ତଟ ପାନୀୟ ଜଳ ସମସ୍ଯା ଯୋଗୁଁ ସାଧାରଣ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି ।ଯାହାକୁ ନେଇ ଅଞ୍ଚଳବାସୀ ମାନେ ବହୁବାର ଦାବି କରିଛନ୍ତି l ଏହାର ନିରାକରଣ ପାଇଁ କୌଣସି ବ୍ୟବସ୍ଥା ନ କରିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି : ଦୁଇ ବର୍ଷ ପୂର୍ବେ ପାଇପ ବିଛା ହେଲା ଲୋକଙ୍କର ଖୁସି ଜେ କହିଲେ ନ ସରେ କିନ୍ତୁ ଫଳ ଶୂନ l ଲୋକଙ୍କ ଟିକସ ପଇସା ଖର୍ଚ୍ଚ କରାଗଲା କିନ୍ତୁ ଫଳ ଶୂନ l ଏପର୍ଯ୍ୟନ୍ତ ଦୂର ହୋଇପାରୁନି ଗ୍ରାମବାସୀଙ୍କ ଜଳକିଷ୍ଟତା lଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଲୋକମାନଙ୍କ ସମସ୍ୟା ଦୂର ହେଇନି କିନ୍ତୁ ଠିକାଦାର ବିଲ୍ ନେଇ ଚଂପଟ | ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ ସାହିରେ 2ଶହ ପରିବାର ପାଇଁ ଦୁଇଟି ନଳକୂପ ରହିଛି କନ୍ତୁ ଲଗାଣ ବର୍ଷା ହେବା ଫଳରେ ଦୁଇଟି ଯାକ ନଳକୂପକୁ ଯିବାକୁ ଏକ ରକମ ଅସମ୍ଭବ ହେଇପଡୁଛି ନଳକୂପ ଚାରିକଡରେ ପାଣିରେ ଅଧା ବୁଡି ରହିଛି | ଲୋକମାନେ ତାଟିଆରେ ପାଣି ବୋହିବା ପରେ ସେଠୁ ପାଣି ନେଇ ପାରୁଛନ୍ତି |ଉକ୍ତ ନଳକୂପରୁ ନାଲିରଙ୍ଗର ପାଣି ବାହାରୁଛିତାକୁ ପି ଦ୍ୱାରା ବାସିନ୍ଦା ଜଳ ଜନିତ ରୋଗରେ ପଡୁଛନ୍ତି |ଅନ୍ୟ ନଳକୂପର ସମାନ ଅବସ୍ଥା ଏଠି ସାଧାରଣଲୋକ ଦୁଃଖ କେହି ନ ଶୁଣିବା ବଡ଼ ବିଡମ୍ବନାର ବିଷୟ ସରକାରଙ୍କ ବସୁଧା ଯୋଜନା କେବଳ କାଗଜ କଲମରେ ରହି ଯାଉଛି l ଏ ବିଷୟରେ ଜନସ୍ୱାସ୍ଥ୍ୟ ବିଭାଗ ର ଏସଡ଼ିଓ ପଚାରି ବାରୁ ସେ କୌଣସି ଉତ୍ତର ନ ରଖି ଚାଲି ଯାଇଥିଲେ |ଦୀର୍ଘଦିନ ଧରି ଉକ୍ତ ଗ୍ରାମାରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା କେବେ ଦୁରହେଉଛି ଓ ସେମାନଙ୍କର ଏ ପାଣି ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା

ଚୌଦ୍ୱାର ରୁ ମାନସ କୁମାର ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.