ଦୁଇ କଅଁଳ ପିଲାକୁ ଛାଡି ମା ଫେରାର

ଦୁଇ କଅଁଳ ପିଲାକୁ ଛାଡି ମା ଫେରାର

ଫୋକସ ପ୍ଲସ(ନୂଆପଡ଼ା)୧୨/୦୮/୨୦୨୨: ମାମା ତୋ କଥା ଭାରି ମନେ ପଡୁଛି, ତୁ ଯେଉଁଠି ଅଛୁ ଶୀଘ୍ର ଆମପାଖକୁ ପଳେଇ ଆ, ପୁଅ ତତେ ନ ପାଇ କାନ୍ଦୁଛି |ଛୋଟ ପିଲାଟି କାନ୍ଦି କାନ୍ଦି ମା କୁ ମନେ ପକାଇ କହୁଛି |ଏହିପରି ଏକ ଘଟଣା ଦେଖିବକି ମିଳିଛି ଜେନାପୁର ଥାନା ଅନ୍ତର୍ଗତ ସାଥୁଆ ପାଟଣା ଗ୍ରାମରେ | ଗାଁରେ ହସଖୁସିରେ ରହୁଥିଲେ ନିରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଓ ତାଙ୍କର ଦୁଇ ପୁଅ | ନିରଞ୍ଜନ ସାହୁ ମୂର୍ତ୍ତୀ ଶିଳ୍ପୀ କାମ କରି ଯାହା ରୋଜଗାର କରନ୍ତି ଖୁସିରେ ପରିବାର ଚଲିଯାନ୍ତି | ହଠାତ ଆସିଲା ପରିବାର ରେ ଖରାପ ସମୟ | ଗତ ଜୁଲାଇ 19 ତାରିଖ ଦିନ ନିରଞ୍ଜନ ଙ୍କ ସ୍ତ୍ରୀ ଗୀତାଞ୍ଜଳି ତାଙ୍କର ଦୁଇ କଅଁଳ ପୁଅ ଙ୍କୁ ଛାଡି କେଉଁଆଡେ ପଳାଇ ଯାଇଛନ୍ତି | ନିରଞ୍ଜନ ଓ ତାଙ୍କ ପରିବାର ଯେତେ ଖୋଜାଖୋଜି କଲେ ମଧ୍ୟ ତାଙ୍କର କିଛି ପତ୍ତା ମିଳିଲାନାହିଁ | ନିରଞ୍ଜନ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ହଜିଯାଇଥିବା କେଶ କରିଥିଲେ | ମାତ୍ର ନିରଞ୍ଜନ ଜାଣିବାକୁ ପାଇଲେ ଯେ ତାଙ୍କ ସହ (ନିରଞ୍ଜନ ) କାମ କରୁଥିବା ହେଲ୍ପର ଆଶିଷ ବାରିକ ସହ ଫୋନ ରେ କଥା ହେଉଥିଲେ | ପରବର୍ତ୍ତୀ ସମୟରେ ଗାଁ ର ଲୋକେ କହୁଛନ୍ତି ଯେତେବେଳେ ଗୀତାଞ୍ଜଳି ଗାଁ ର ମନ୍ଦିରକୁ ପୂଜା ପାଇଁ ଯାନ୍ତି ସେତେବେଳେ ଆଶିଷ ସେଠାରେ ବସିଥାଏ ଏବଂ ଆଶିଷ ର ୱାର୍ଟସ ଅପ ପ୍ରୋଫାଇଲେ ରେ ଗୀତାଞ୍ଜଳି ର ଫୋଟୋ ରହିଥିବା ଦେଖିଲାପରେ ତାଙ୍କ ସନ୍ଦେହ ହୋଇଥିଲା | ଆଶିଷ ଉପରେ ସନ୍ଦେହ ହେବାରୁ ନିରଞ୍ଜନ ଆଶିଷ ର ଘରକୁ ଯାଇ ତାଙ୍କ ବାପା ବୀରବର ବାରିକ ଙ୍କୁ ପଚାରି ବୁଝିବାରୁ ସେ ଦୁଇ ଦିନ ହେବ ଘରେ ନାହିଁ ଏବଂ ତା ଫୋନ ବନ୍ଦ ଅଛି, ଆମେ ତା ବିଷୟରେ କିଛି ଜାଣିନୁ ବୋଲି କହିଥିଲେ | ନିରଞ୍ଜନ ଜେନାପୁର ଥାନାରେ ଯାଇ ଆଶିଷ ବାରିକ ମୋ ସ୍ତ୍ରୀ କୁ ଅପହରଣ କରିଥିବା ଏତଲା ଦାୟର କରିଥିଲେ | ଗତ ଦୁଇ ତାରିଖରୁ ଏତଲା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୀତାଞ୍ଜଳୀଙ୍କ ପତ୍ତା ମିଳିପାରିନି | ଘରେ ଦୁଇ ପୁଅ ମାକୁ ଝୁରୁଛନ୍ତି | ଝୁରି ଝୁରି କାନ୍ଦୁଛନ୍ତି | ଏ ବିଷୟରେ ଜେନାପୁର ଥାନା ଅଧିକାରୀ କହିଛନ୍ତି ଆମ୍ଭେ ଚେଷ୍ଟା କରୁଛୁ ବହୁତ ଶୀଘ୍ର ଗୀତାଞ୍ଜଳି କୁ ଖୋଜି ଆଣିବା ପାଇଁ | ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ |

ନୂଆପଡ଼ା ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *