ଲଗାଣ ବର୍ଷାରେ ଭୁଶୁଡିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର

ଲଗାଣ ବର୍ଷାରେ ଭୁଶୁଡିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର

ଫୋକସ ପ୍ଲସ(ଆଠମଲ୍ଲିକ)୧୨/୦୮/୨୦୨୨: କେନ୍ଦ୍ର ସରକାର କହୁଛନ୍ତି ୨୨ ମସିହା ଶେଷ ସୁଦ୍ଧା ଭାରତ ଦେଶରେ ଆଉ କେହି ହେଲେ ଜଣେ କଚ୍ଚା ଘରେ ରହିବେନି । ଦେଶରେ ଓଡ଼ିଶାର ମାନଚିତ୍ର ବଦଳେଇ ଦେଶରେ ମୁଖ୍ୟମନ୍ତ୍ରୀ ୧ ନମ୍ବର ସ୍ୱୀକୃତି ପାଇଥିବା ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତୁ ଦେଖିବା ଏକ ନମ୍ବର ମୁଖ୍ୟମନ୍ତ୍ରୀ ଙ୍କ ଓଡିଶା ରାଜ୍ୟର ଜନତା ଙ୍କ ଅବସ୍ଥା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚ।ୟତ ର ଠାକୁରଗଡ଼ ଗ୍ରାମର ଲିଙ୍ଗରାଜ ସେଠୀ ଙ୍କ ଘରଟି ଏ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ପଡିବାରୁ ଅଳ୍ପକେ ବର୍ତିଲେ ବାପା ମା ଛୁଆ । ସୂଚନା ନେବାରେ ଜଣାଯାଏ କି ବର୍ତମାନର ଲଗାଣ ବର୍ଷାରେ ଗତ ତା ୧୦/୮/୨୨ ରିଖ ରାତି ୯ ଘଣ୍ଟିକା ସମୟରେ ରୋଷେଇ ଘରେ ବାପା ଛୁଆ ଖାଇ ବସିଥିବା ସମୟରେ ଲଗାଣ ବର୍ଷାରେ ଅଚାନକ କାନ୍ଥ ଟି ଭୁଶୁଡି ପଡିଥିଲା । ପ୍ରକାଶ ଥାଉକି ଭୁଶୁଡି ପଡିବା କାନ୍ଥ ନିକଟରେ ଖାଇ ବସିଥାନ୍ତି । ଭାଗ୍ୟ ବଶତଃ ଘର ଭିତର ପଟେ ଭୁଶୁଡିବା କାନ୍ଥ ନପଡ଼ି ବାହାର ପଟ କାନ୍ଥ ଟି।ପଡିବାଜ8ବାରୁ ରୁ ବାପା ମାଆ ଛୁଆ ଅଳ୍ପକେ ବର୍ତି ଯାଇଛନ୍ତି । ଯାହାକି କଥାରେ ଅଛି ରଖେ ହରି ମାରେ କିଏ ? ଯାହାକୁ ରଖିବେ ଅନନ୍ତ , ତାକୁ କି କରିପାରେ ବଳବନ୍ତ ।ଭଗବାନଙ୍କ ଆଶୀର୍ବାଦରୁ ମୁକୁଳିଥିବା ପରିବାର ବର୍ତ୍ତମାନ ପାଣି ଜକଜକ ଅବସ୍ଥାରେ ଚଳିବା ଘର ।ବର୍ତମାନ ସେହି ଘରେ ରହିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାରେ ଦେଖାଦେଇଛି । ହିତାଧିକାରୀ ଅତି ବିନମ୍ର ସହିତ ନିବେଦନ କରିଛନ୍ତି ଉଚ୍ଚ କତ୍ତୃପକ୍ଷ ଏ ଯୁଦ୍ଧ କାଳୀନ ପରିସ୍ଥିତି ଭଙ୍ଗା ଦଦରା ଘରକୁ ଆସି ତଦନ୍ତ କରନ୍ତୁ ।ଏହା ଉପରେ ଦୃଷ୍ଟି ଦେଇ ପ୍ରତିକାର କରିବାକୁକୁ ସାଧାରଣ ରେ ଦାବୀ ହେଉଛି ।

ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *