ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ୪୩ତମ ପ୍ରତିଷ୍ଠା ଦିବସ

ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ୪୩ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ(ପାତ୍ରପୁର)୧୨/୦୮/୨୦୨୨: ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଶୁକ୍ରବାର ୪୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ପରିବାର ସଦସ୍ୟ ଭାସ୍କର ପତି ଓ ଆଲୁମିନା ସଭାପତି ରାଧାନାଥ ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟାପକ ଡଃ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଧାକର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ନିର୍ଦ୍ଦେଶକ ରାଜ ଗୋପାଳ ପାଢି ଙ୍କ ନିର୍ଦ୍ଦେଶିତ ନାଟକ ଶାପିତ ପୁତ୍ର କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିବା ବେଳେ ଅନେକ ଛାତ୍ର ଛାତ୍ରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବାବେଳେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ ଗୋପାଳ ପାଢି ଙ୍କୁ ସମ୍ମାନିତ କରାଯାଇଥିଲା। ନାଟକ କାର୍ଯ୍ୟକ୍ରମ ରେ ନୀଳାଚଳ ପଟ୍ଟନାୟକ ଓ ମାଧବ ବାଡତ୍ୟା ଅଧ୍ୟାପକ ଶ୍ରୀନିବାସ ରାଓ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରଶ୍ମିତା ଓ ଶୁଭଶ୍ରୀ ସଂଯୋଜନା କରିଥିଲେ।

ପାତ୍ରପୁର ରୁ ମାଧବ ବାଡାତ୍ୟ ରିପୋର୍ଟ ଫୋକସ ପ୍ଲସ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.