କେବେ ଦୂର ହେବ ରାସ୍ତା ସମସ୍ୟା ?

କେବେ ଦୂର ହେବ ରାସ୍ତା ସମସ୍ୟା ?

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୧୩/୦୮/୨୦୨୨: କେବେ ଦୁର ହେବ ବସପୁର ରାସ୍ତା ସମସ୍ୟା l ଅନେକ ଥର ଗଣ ମାଧ୍ୟମରେ ଏହି ରାସ୍ତା ସମସ୍ୟା ଉଠିଥିଲେ ମଧ୍ୟ ଫଳସୂନ l ଏହି ରାସ୍ତା ରେ ପ୍ରତି ସପ୍ତାହରେ ମନ୍ତ୍ରୀ, ନେତା, ଜ଼ିଲ୍ଲାପାଳ, ବିଡ଼ିଓ, ତହସିଲଦାର ସମସ୍ତ ଙ୍କର ଗାଡି ଗଡୁଥିଲେ ମଧ୍ୟ କାହାରି ନଜର ନାହିଁ l ଏହାର କାରଣ କଣ କେହି ବୁଝି ପାରୁନାହାନ୍ତି l କରିଲୋପାଟଣା ପୋଲରୁ ଗାଡି ଗଡ଼ିଲେ କେନ୍ଦ୍ରାପଡ଼ା ଜ଼ିବାକୁ ହେଲେ ଏହି ରାସ୍ତା ପଡେ l ମାତ୍ର ଦୁଇଶହ ମିଟର ରାସ୍ତା ପାର ହେବା ପାଇଁ ଅଧଘଣ୍ଟା ସମୟ ଲାଗୁଛି l ଦର୍ଶକ ବନ୍ଧୁ ଟିକେ ନଜର ପକାନ୍ତୁ ଏହି ରାସ୍ତା କୁ l ଆମକୁ ଲାଜ ଲାଗୁଛି l ଆପଣ ଥରେ ଚିନ୍ତା କରନ୍ତୁ ଏହି ରାସ୍ତା ଉପରେ ମାର୍ଶାଘାଇ ବ୍ଲକ, ଗରଦପୁର ବ୍ଲକ ଓ ଡେରାବିଶ ବ୍ଲକ ର ପଚାଶ ଗୋଟି ପଂଚାୟତ ର ବାସିନ୍ଦା ମାନେ ନିର୍ଭର କରନ୍ତି l କରିଲୋପାଟଣା ପୋଲ ଠାରୁ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟାଳୟ ମାତ୍ର ଦଶ କିଲୋମିଟର ହୋଇ ଥିବା ବେଳେ ଜ଼ିଲ୍ଲା ଚିକିତ୍ସାଳୟ ବି ଦଶ କିଲୋମିଟର l ଏହି ରାସ୍ତା ରେ ଜଦି ଜଣେ ଡେ଼ଲିଭରି ପେସେଣ୍ଟ କିମ୍ବା ଅନ୍ୟ ରୋଗୀ ଯାଉଛନ୍ତି ଆପଣ ଭାବନ୍ତୁ ତାଙ୍କର କି ଅବସ୍ଥା ହେଉଥିବ l କାହିଁକି ଏ ରାସ୍ତା କାମ ହେଇ ପାରୁନି ତାହା ଚିନ୍ତାର ବିଷୟ l ଖୁବ ଶୀଘ୍ର ଏହି ରାସ୍ତା କାମ କରିବାକୁ କେନ୍ଦ୍ରାପଡ଼ା ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହିତ ବାଟର ବାଟୋଇ l ସମସ୍ତେ ଆସl କରୁଛନ୍ତି କେନ୍ଦ୍ରାପଡ଼ା ଜ଼ିଲ୍ଲାପାଳ ମହୋଦୟ ତୁରନ୍ତ ଏହି ରାସ୍ତା ସମସ୍ୟା କୁ ଦୁର କରିବେ l

କେନ୍ଦ୍ରାପଡ଼ା ରୁ ସତ୍ୟଜିତ ତ୍ରିପାଠୀ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.