ନବଉତ୍କଳ ସେଚ୍ଛାସେବୀ ସଂଗଠନ ସାହାଯ୍ୟ

ନବଉତ୍କଳ ସେଚ୍ଛାସେବୀ ସଂଗଠନ ସାହାଯ୍ୟ

ଫୋକସ ପ୍ଲସ(ଡେରାବିଶ)୧୩/୦୮/୨୦୨୨: ଡେରାବିଶ ବ୍ଲକ ପାଣ୍ଡିରି ସ୍ଥିତ ଲେପରସି କଲୋନୀ ରେ ନବ ଉତ୍କଳ ସ୍ବେଛାସେବୀ ସଂଗଠନ ପକ୍ଷରୁ ଆଜି କିଛି ରୋଗୀ ଓ ତାଙ୍କ ପରିବାର କୁ ମlକ୍ସ,ଡେଟଲ, ଶୁଖିଲା ଖାଦ୍ୟ.ସନିଟାଇଜର ସାବୁନ, ସ୍ଵେଟର ଆଦି ବଣ୍ଟନ କରି ନିଜ ସେବା ମନବୃତି ପରିପ୍ରକାଶ କରିଛନ୍ତି.ଏଥି ସହ ପ୍ରତିଟି ପରିବାର କୁ ଗୋଟିଏ ଲେଖାଏଁ ଜାତୀୟ ପତାକା ଦେଇ ହର ଘର ତ୍ରିରଙ୍ଗା ର ସ୍ଲୋଗାନ ଦେଇଥିଲେ.. ବର୍ଷା ଦିନ ରେ ଲେପର୍ସ କଲୋନୀ ର ଲୋକ ମାନେ ନାନାଦି ଅସୁବିଧା ଭୋଗୁଥିବା ବେଳେ ନବ ଉତ୍କଳ ସ୍ବେଛାସେବୀ ସଂଗଠନ ର ଏହି ସହାୟତା ସେମାନଙ୍କୁ ଅlଶ୍ୱସ୍ଥି ଦେଇଛି. ସଂଗଠନର କର୍ମକର୍ତା ମାନେ କଲୋନୀ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କ ରେ ଅବଗତ ହୋଇଥିଲେ. ଏଠାରେ ଅନେକ ଲୋକ ଭଙ୍ଗା ଘରେ ରାଉଥିବା ବେଳେ କଚ୍ଚା ରାସ୍ତା ଜନିତ ସମସ୍ୟା ରୁ ବର୍ଷା ଦିନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି.. ଟିଉବଲ ଖରାପ ଥିବାରୁ ସ୍ୱଚ୍ଛ ପାନୀୟ ଜଳ ରୁ ମଧ୍ୟ ବଞ୍ଚିତ ଅଛନ୍ତି. ଏନେଇ ପ୍ରଶାସନ ଅବଗତ ହୋଇ ଉଚିତ ପଦକ୍ଷପ ନେଉ ବୋଲି ସ୍ବେଛାସେବୀ ସଂଗଠନ ର କର୍ମ କର୍ତା ନିବେଦନ କରିଛନ୍ତି |

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.