ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୋକସ ପ୍ଲସ( ମାଲକାନଗିରି)୧୩/୦୮/୨୦୨୨: କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ଭାରତୀୟ ରେଡକ୍ରସ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା ଓ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ପୋଗ୍ରମ୍ ଅଧିକାରୀ ସଞ୍ଜିତା ଖୋସଲା, ଜୋନ କୋରା ମୁଖ୍ୟତ ଭାବେ ପରିଚାଳନା କରିଥିଲାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ନିଶା ମୁକ୍ତ ଭାରତର ଶପଥ ପାଠ କରିବା ସହ ତ୍ରିରଙ୍ଗା ପତାକା ଧରି କୁଡୁମୁଲୁଗୁମ୍ମା ମୁଖ୍ୟ ରାଜରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ବ୍ୟାନର ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.