ଶୁଖିଲା ବର ଗଛ ନେଇଗଲା ବିଧବା ଵୃଦ୍ଧାଙ୍କ ଜୀବନ

ଶୁଖିଲା ବର ଗଛ ନେଇଗଲା ବିଧବା ଵୃଦ୍ଧାଙ୍କ ଜୀବନ

ଫୋକସ ପ୍ଲସ(ଖମାର)୧୩/୦୮/୨୦୨୨: ଶୁଖିଲା ବରଗଛ ପଡି ବିଧବା ବୃଦ୍ଧାଙ୍କ ଜୀବନ ଚାଲିଗଲା l ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ପରାଛାଟ ପଂଚାୟତର ପରାଛାଟ ଗ୍ରାମର ବାଇଗିଣୀ ପେଣ୍ଠଇଁ (58) ଗତକାଲି ମଧ୍ୟାହ୍ନ ସମୟରେ ଛେଳି ଚରେଇବା ପାଇଁ ଜଙ୍ଗଲକୁ ଯାଇଥିଲେ, ଏକ ଶୁଖିଲା ବର ଗଛ ତାଙ୍କ ଉପରେ ପଡିଯିବାରୁ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ଘଟିଥିଲା l ସ୍ଥାନୀୟ ଲୋକେ ଏହି ଖବର ଜାଣି ଖମାର ପୋଲିସକୁ ଖବର ଦେଇଥିଲେ, ତୁରନ୍ତ ଖମାର ପୋଲିସ ଘଟଣାସ୍ଥଳକୁ ପହଂଚି ମୃତ ଶରୀରକୁ ଅଙ୍ଗବ୍ୟବଚ୍ଛେଦ ପାଇଁ ପାଲଲହଡା ପଠାଇଥିଲା l ମୃତ ବାଇଗିଣୀଙ୍କ ପରିବାର ଏକ ଗରିବ ପରିବାର ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବବିତା ଘଟୁଆରୀ ପରିବାର ଲୋକଙ୍କ ପାଞ୍ଚ ହଜାର ଟଙ୍କା ସହାୟତା କରିଥିବା ସହ ପାଲଲହଡା ବ୍ଲକ ଉପାଧ୍ୟକ୍ଷ ମେଘନାଦ କିସାନ ମଧ୍ୟ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହି ପରିବାର ଲୋକଙ୍କ ସହଯୋଗ କରିଥିଲେ l ଏଭଳି ଅଭାବନୀୟ ଘଟଣାକୁ ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି l

 

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.