କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଫୋକସ ପ୍ଲସ(ଆଠମଲ୍ଲିକ)୧୩/୦୮/୨୦୨୨: ଆଠମଲ୍ଲିକ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଚଳିତ ବର୍ଷ +2କଳା ଓ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ କଲେଜ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମ୍ମାନିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ ଯୋଗଦେଇ କଠିନ ପରିଶ୍ରମ, ଦୃଢ ମନୋବଳ ଓ ନିଜର ଇଛା ଶକ୍ତି ବଳରେ କାର୍ଯ୍ୟକଲେ ଜୀବନରେ ପ୍ରତି କ୍ଷେତ୍ରରେ ସଫଳତା ମିଳିଥାଏ ବୋଲି ଉପସ୍ଥିତ ଛାତ୍ରୀ ଛାତ୍ରମାନଙ୍କୁ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବ୍ରଜଗୋପାଳ ମିଶ୍ର, ଅଧ୍ୟାପକ ଲକ୍ଷ୍ମୀକାନ୍ତ ମେହେର, ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ, ଅଧ୍ୟାପକ ହୃଷିକେଶ ମହାକୁଡ଼, ଅଧ୍ୟାପକ ଗଗନ ମିଶ୍ର, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ଅଧ୍ୟାପିକା ଜ୍ୟୋତିର୍ମୟୀ ମହାପାତ୍ର, ଅଧ୍ୟାପିକା ଅର୍ପିତା ଅଞ୍ଜଳି ଗୁରିଆ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରୀ ଛାତ୍ରଙ୍କ ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *